ମନୋରଞ୍ଜନ

ବିଗ୍‌ ବସ୍ ସିଜନ ୧୬ରେ ନାହାନ୍ତି ପ୍ରକୃତି

ମୁମ୍ବାଇ: ‘ବିଗ୍ ବସ୍ ସିଜନ୍ ୧୬ ଆରମ୍ଭ ହେବାକୁ ଯାଉଥିବା ବେଳେ କଲର୍ସ ପକ୍ଷରୁ ପ୍ରତିଯୋଗୀଙ୍କ ନାମ ପ୍ରକାଶ ପାଇଛି। ଚଳିତ ବିଗ୍‌ ବସରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାଉଛନ୍ତି  ଟିନା ଦତ୍ତା, ଅବଦୁଲ୍ ରୋଜିକ୍, ନିମ୍ରିତ୍ କୌର ଅହଲୁୱାଲିଆ, ଗୌତମ ବିଗ୍, ଏମସି ଷ୍ଟାନ୍, ଅଙ୍କିତ ଗୁପ୍ତା, ସୁମ୍ବୁଲ ତୌକିର୍, ମାନିଆ ସିଂ, ସୌନ୍ଦର୍ଯ୍ୟା ଶର୍ମା, ଶାଲିନ୍ ଭାନୋଟ, ଶ୍ରୀଜିତା ଦେ, ଶିବ ଠାକରେ, ପ୍ରିୟଙ୍କା ଚହର ଚୌଧୁରୀ, ସାଜିଦ୍ ଖାନ୍, ଗୋରି ନାଗୋରୀ ଏବଂ ଅର୍ଚ୍ଚନା ଗୌତମ। କିନ୍ତୁ ତାଲିକାରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନାହାନ୍ତି। କିଛି ଦିନ ହେବ ପ୍ରକୃତି ବିଗ ବସ୍ ୧୬ରେ ସ୍ଥାନ ପାଇଥିବାକୁ ନେଇ ବେଶ ଚର୍ଚ୍ଚା ହେଉଥିଲା।

ସଲମାନ ଖାଁଙ୍କ ହୋଷ୍ଟରେ ଚାଲିବାକୁ ଥିବା ଏହି ସୋ  ୧୦୦ଦିନ ପର୍ଯ୍ୟନ୍ତ ଦର୍ଶକଙ୍କୁ ମନୋରଞ୍ଜନ କରିବ। ଏହାରି ମଧ୍ୟରେ କିଛି ପ୍ରତିଯୋଗୀଙ୍କ ପ୍ରୋମୋ ରିଲିଜ୍ ହେଲାଣି। ବାକି ନାମଗୁଡିକ ସୋ’ର ପ୍ରସାରଣ ସମୟରେ ପ୍ରକାଶ ପାଇବ।

Related Articles

Leave a Reply

Your email address will not be published. Required fields are marked *

Back to top button