ଦେଶ ବିଦେଶ

ଉପଭୋକ୍ତାଙ୍କ ପାଇଁ ବଡ ଖବର, ଆଜି ଠାରୁ ବଦଳିଗଲା ଦେଶର ଏହି ସବୁ ବଡ ନିୟମ, ଜାଣନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର ପ୍ରଭାବ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ ଅନେକ ପ୍ରକାର ପରିବର୍ତ୍ତନ ଚାଲୁଥିବାର ଦେଖିବାକୁ ମିଳୁଛି । ଦେଶ ର ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ସ୍ତର ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ସବୁ କରୁଛନ୍ତି । ଯାହାକି ସାଧାରଣ ଉପଭୋକ୍ତା ମାନଙ୍କୁ ଭୋଗିବାକୁ ପଡୁଛି । କରୋନା ଭଳି ମହାମାରୀ ସମୟ ରେ ଦେଶ ର ଅର୍ଥ କୋଷ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇଯାଇଥିଲା । ସେହି ଅର୍ଥ କୋଷ କୁ ପୂରଣ କରିବା ପାଇଁ ବର୍ତ୍ତମାନ ସରକାର ଅନେକ ଜିନିଷ ର । ଦରଦାମ ବଢ଼ାଇ ଚାଲିଛନ୍ତି । ଏହି ସବୁ ର ପ୍ରଭାବ ସାଧରଣ ଜନତା ମାନଙ୍କ ଉପରେ ବହୁତ ଭାବରେ ପଡୁଛି ।

କେନ୍ଦ୍ର ସରକାର ଅନେକ ସମୟ ରେ ବିଭିନ୍ନ ପ୍ରକାର ଜିନିଷ ରେ ପରିବର୍ତ୍ତନ ଆଣିଥାନ୍ତି । ଯାହା କି ଲୋକ ମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଠିକ ସେହିଭଳି ବର୍ତ୍ତମାନ ସମୟ ରେ କେନ୍ଦ୍ର ସରକାର ଦେଶ ରେ ଅନେକ ଗୁଡିଏ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ମାର୍ଚ୍ଚ ପହିଲା ରୁ ଦେଶ ରେ ଲାଗୁ ହେଉଛି । ତେବେ କଣ ସେହି ପରିବର୍ତ୍ତନ ଗୁଡିକ ଆସନ୍ତୁ ସେ ବିଷୟରେ ଅଧିକ ଆଲୋଚନା କରିବା ।

ବନ୍ଧୁଗଣ ଏହି ପରିବର୍ତ୍ତନ ମଧ୍ୟରେ ସବୁଠାରୁ ପ୍ରଥମ ଟି ହେଉଛି ମାର୍ଚ୍ଚ ପହିଲା ରୁ ଦେଶ ରେ ଗ୍ୟାସ ର ଦର ବଦଳିପାରେ । ଗ୍ୟାସ ର ଦର ରେ ପରିବର୍ତ୍ତନ ତ ସବୁ ମାସ ରେ ଲାଗି ରହିଥାଏ । ବର୍ତ୍ତମାନ ସମୟ ରେ ମଧ୍ୟ ସୂଚନା ମିଳୁଛି କି ମାର୍ଚ୍ଚ ମାସ ରୁ ଗ୍ୟାସ ଦର ରେ କେନ୍ଦ୍ର ସରକାର ବଡ଼ ପରିବର୍ତ୍ତନ କରିପାରନ୍ତି ।

ହୁଏ ତ ଗ୍ୟାସ ଦାମ କୁ ଅଧିକ ବୃଦ୍ଧି କରିପାରନ୍ତି କିମ୍ବା ହ୍ରାସ ମଧ୍ୟ କରିପାରନ୍ତି । ଗ୍ୟାସ ର ଦର ଯେପରି ଭାବେ ବଢି ଚାଲିଛି ଏହାକୁ ନେଇ ଅନେକ ଲୋକ ଚିନ୍ତା ରେ ଅଛନ୍ତି । ତେଣୁ ଗ୍ୟାସ ର ଦାମ ହ୍ରାସ ପାଇପାରେ ବୋଲି ଅନେକ ଲୋକ ଆଶା କରୁଛନ୍ତି ।

ଦ୍ଵିତୀୟ ବଡ଼ ପରିବର୍ତ୍ତନ ଟି ହେଉଛି ମାର୍ଚ୍ଚ ମାସ ଆରମ୍ଭ ରୁ ବୟସ୍କ ଲୋକ ମାନଙ୍କୁ ଦିଆଯିବ କରୋନା ଟୀକା । ଆଜି ର ଦିନ ରେ ଭାରତ ରେ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଲାଣି । ମହାମାରୀ କରୋନା ଅଧିକ ଭାବେ ଵୃଦ୍ଧ ଲୋକଙ୍କୁ ସନକ୍ରମଣ ହେବାକୁ ଲାଗିଛି ।

ତେଣୁ ଏହି ମହାମାରୀ କୁ ମାତ ଦେବା ପାଇଁ ଦେଶ ରେ ମାର୍ଚ୍ଚ ପହିଲା ରୁ ବୟସ୍କ ଲୋକ ମାନଙ୍କ ଟୀକା କରଣ କରିବାର ନିୟମ ଲାଗୁ ହେବାକୁ ଯାଉଛି । ୬୦ ବର୍ଷ ରୁ ଉର୍ଦ୍ଧ୍ବ ଲୋକ ମାନଙ୍କୁ ପ୍ରଥମେ ଟୀକା ଦିଆଯିବ ଓ ୪୫ ବର୍ଷ ରୁ ଉର୍ଦ୍ଧ୍ବ ଯେଉଁ ଲୋକମାନେ ବିଭିନ୍ନ ପ୍ରକାର ରୋଗ ରେ ପୀଡିତ ଅଛନ୍ତି ତାଙ୍କୁ ମଧ୍ୟ ଟୀକା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ସରକାର ଙ୍କ ଦ୍ଵାରା ପରିବର୍ତ୍ତନ କରାଯାଉଥିବା ତୃତୀୟ ନିୟମ ଟି ହେଉଛି ବର୍ତ୍ତମାନ କିଛି ବ୍ୟାଙ୍କ ର ଆଇ ଏଫ ଏସ ସି କୋଡ଼ କୁ ପରିବର୍ତ୍ତନ କରାଯିବ । ବ୍ୟାଙ୍କ ଅଫ ବରୋଦା ,ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ଇତ୍ୟାଦି ମିସିକରି ଗୋଟିଏ ବ୍ୟାଙ୍କ ରେ ପରିଣତ ହୋଇଛି । ଏହି ମାର୍ଚ୍ଚ ରୁ ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କ ର ଆଇ ଏଫ ଏସ ସି କୋଡ଼ ଆଉ କାମ କରିବ ନାହିଁ ।

ଏହାକୁ ଆପଣଂକୁ ବଦଳାଇବାକୁ ପଡିବ । ତେଣୁ ଯଦି ଆପଣ ଏହି ବ୍ୟାଙ୍କ ରେ ଆକାଉଣ୍ଟ ଖୋଲିଛନ୍ତି ତେବେ ଏହି ଵିଷୟ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ । ଯଦି ଆପଣ ଅଧିକ କିଛି ଏହି ଵିଷୟ ରେ ଜାଣିବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ବ୍ୟାଙ୍କ ସହିତ ସମ୍ପର୍କ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button