ରାଜନୀତି

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଆତଙ୍କବାଦୀ କହିଲେ ବିଜେପି ନେତା

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ଏକ ବିବାଦୀୟ ବୟାନ ଦେଇଛନ୍ତି ।ସେ ରାହୁଲଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି।

ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗୃହରେ ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବୟାନ ଦେଇଥିଲେ।

ରାହୁଲ କହିଥିଲେ ଯେ ନିଜକୁ ହିନ୍ଦୁ ବୋଲି କହୁଥିବା ଲୋକମାନେ ହିଂସା ଓ ଘୃଣା ପ୍ରଚାର କରୁଛନ୍ତି। ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଆଥୱାଲେଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ ରାହୁଲଙ୍କୁ ଆତଙ୍କବାଦୀ ବୋଲି କହିଥିଲେ।

କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ କହିଛନ୍ତି, “ରାହୁଲ ଗାନ୍ଧି ହିନ୍ଦୁମାନଙ୍କୁ ଆତଙ୍କବାଦୀ ବୋଲି କହିଥିଲେ, ସେ ନିଜେ ଜଣେ ଆତଙ୍କବାଦୀ। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୋଷ ଦେବା ଭୁଲ ନୁହେଁ। ରାହୁଲ ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ କାର୍ଯ୍ୟ କରୁଛନ୍ତି।”

ରାହୁଲଙ୍କ ବକ୍ତବ୍ୟକୁ ନେଇ ଅନେକ ଅସନ୍ତୋଷ ଦେଖାଦେଇଛି। ସୋମବାରରେ ଯେତେବେଳେ କଂଗ୍ରେସ ସାଂସଦ ତାଙ୍କ ବୟାନ ଦେଇଥିଲେ ସେତେବେଳେ ସେଠାରେ ବହୁତ ଉତ୍ତେଜନା ଦେଖାଦେଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଠିଆ ହୋଇ ବାଚସ୍ପତି ଓମ ବିର୍ଲାଙ୍କୁ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ। ସୁଚନାନୁସାରେ ଗତକାଲି ଗୃହକୁ ସମ୍ବୋଧିତ କରି ରାହୁଲ କହିଥିଲେ, “ଆମର ସମସ୍ତ ମହାନ ବ୍ୟକ୍ତି ଅହିଂସା ଏବଂ ଭୟ ଦୂର କରିବା ବିଷୟରେ କଥାବାର୍ତ୍ତା କରିଛନ୍ତି। କିନ୍ତୁ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ କେବଳ ହିଂସା, ଘୃଣା, ଅସତ୍ୟ ବିଷୟରେ କହୁଛନ୍ତି। ଆପଣ ହିନ୍ଦୁ ହିଁ ନୁହଁନ୍ତି।’’

ପ୍ରଧାନମନ୍ତ୍ରୀ କଂଗ୍ରେସ ସାଂସଦଙ୍କୁ ଜବାବ ଦେଇ କହିଥିଲେ ଯେ ତାଙ୍କ ବୟାନ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ଏବଂ ପୂରା ହିନ୍ଦୁ ସମାଜକୁ ହିଂସାକାରୀ କହିବା ଏକ ବହୁତ ଗୁରୁତର କଥା।

ଏହାର ପାଲଟା ଉତ୍ତରରେ ରାହୁଲ କହିଥିଲେ, ବିଜେପି ପୂରା ହିନ୍ଦୁ ସମାଜ ନୁହେଁ, କି ଆରଏସଏସ ପୂରା ହିନ୍ଦୁ ସମାଜ ନୁହେଁ । ସେମାନେ ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହାଁନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button