ଜୀବନଶୈଳୀ

ଘରେ ବନାନ୍ତୁ ପନିର ଟିକ୍କା ଆଳୁ, ଜାଣନ୍ତୁ ବନାଇବା କେତେ ସହଜ

ଘରେ ବନାନ୍ତୁ ପନିର ଟିକ୍କା ଆଳୁ, ଜାଣନ୍ତୁ ବନାଇବା କେତେ ସହଜ

ପନିର ଟିକ୍କା ତ ଆପଣ ନିଶ୍ଚୟ ଖାଇଥିବେ । କିନ୍ତୁ କଣ ଆପଣ କେବେ ପନିର ଟିକ୍କା ଆଳୁ ଖାଇଛନ୍ତି ? ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରିପାରିବେ ପନିର ଟିକ୍କା ଆଳୁ । କାରଣ ଏହାର ରେସିପି ବହୁତ ସହଜ ଓ ଏହା ଖୁବ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଏ । ତାହେଲେ ଆସନ୍ତୁ ଜାଣିବା ଘରେ କିପରି ଅତି ସହଜରେ ପ୍ରସ୍ତୁତ କରିବେ ପନିର ଟିକ୍କା ଆଳୁ ।

ଆବଶ୍ୟକ ସାମଗ୍ରୀ

ପନିର ୨୫୦ ଗ୍ରାମ, ସିମଲା ଲଙ୍କା, ସିଝା ଆଳୁ, ଅଦା, ଟମାଟୋ , ଅଧା କପ ଦହି, ଲୁଣ, ଧନିଆ ପତ୍ର , ୨/୩ଟି କଞ୍ଚା ଲଙ୍କା , ଲେମ୍ବୁ ଓ ବଟର ।

ପ୍ରସ୍ତୁତି ପ୍ରଣାଳୀ

ପନିର ଟିକ୍କା ଆଳୁ ବନାଇବା ପାଇଁ ପ୍ରଥମେ ମୋଟା ଚାରିକୋଣିଆ ଆକାରରେ ପନିରକୁ କାଟି ଦିଅନ୍ତୁ । ଏବେ ଟମାଟୋ, ଆଳୁ ଏବଂ ସିମଲା ଲଙ୍କାକୁ ମଧ୍ୟ ସେହିପରି ଭାବେ କାଟି ରଖନ୍ତୁ । ଏହାପରେ ଅଦା ଓ କଞ୍ଚାଲଙ୍କାର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦହି, ସ୍ୱାଦ ଅନୁସାରେ ଲୁଣ ଓ ଲେମ୍ବୁରସ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏଥିରେ ପନିର ଓ ସବୁ ପରିବା ପକାଇ ଗୋଳାଇ ଦେଢ଼ ଘଣ୍ଟା ପାଇଁ ଫ୍ରିଜରେ ରଖିଦିଅନ୍ତୁ । ତାପରେ ଏକ ଷ୍ଟିକ ଆଣି ସେଥିରେ ପନିର, ସିମଲା ଲଙ୍କା ଟମାଟୋ ଓ ଆଳୁକୁ ଗୋଟି ଗୋଟି କରି ଟୀକ୍କା ପରି ସଜାନ୍ତୁ ଓ ତା ଉପରେ ବଟର ଲଗାଇ ଦିଅନ୍ତୁ । ଶେଷରେ ଏହାକୁ ଓଭନ କିମ୍ବା ତନ୍ଦୁରରେ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନିର ଟିକ୍କା ଆଳୁ । ବର୍ତ୍ତମାନ ଗରମ ଗରମ ଚଟଣି ସହିତ ଆପଣ ଏହାର ମଜା ନେଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button