ଦେଶ ବିଦେଶ

Odia Jokes- ସ୍ତ୍ରୀ ଟେବୁଲ ଉପରେ ଚଢି ଘର ସଫା କରୁଥିବା ବେଳେ ଗୀତ ଗାଉଥିଲା…! ଅଗର ତୁମ ମିଲ ଜାଓ ଜମାନା ଛୋଡ ଦେଙ୍ଗେ ହମ, ସେତିକିବେଳେ ସ୍ଵାମୀ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ଜେଜେ ନାତିକୁ କହିଲେ…

ଜେଜେ- ତୋ ଶିକ୍ଷକ ଆସିଲେଣି ଶୀଘ୍ର ଯା ।

ନାତି- ଆଗେ ତମେ ଚୁପ ହେଇଯାଅ ।

ଜେଜେ- ମୁ କାହିଁକି ଚୁପ ହେବି ?

ନାତି- ମୁ ତମର ମ-ରି-ବା ବାହାନା କରି ଦୁଇ ସପ୍ତାହ ହେବ ଛୁଟି ନେଇଥିଲି !

୨. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ଖିଡିକିରେ ନୂଆ ପରଦା ଲଗେଇ ଦିଅ,

ଆସିଥିବା ନୂଆଁ ପଡୋଶୀ ତମକୁ ବାରମ୍ବାର ଦେଖିବା ପାଇଁ ଚେଷ୍ଟା କରୁଛି !

ସ୍ଵାମୀ- ଆରେ ତମେ ଟେନସନ ନିଅ ନାହିଁ ତାକୁ ଗୋଟେ ଥର ଭଲ ସେ ଦେଖିବାକୁ ଦିଅ

ତା ପରେ ସେ ନିଜେ ହିଁ ତା ଖିଡିକିରେ ପରଦା ଲଗେଇଦେବ !!

୩. ଗୋଟେ ପେଟ୍ରୋଲ ପମ୍ପରେ ମଜାଦାର ବୋର୍ଡ ଲଗାଯାଇଥିଲା ଯେଉଁଠି ଲେଖା ଯାଇଥିଲା…

‘ଦୟାକରି ଏହି ସ୍ଥାନରେ ଧୂ-ମ୍ର-ପା-ନ କରନ୍ତୁ ନାହିଁ, ଆପଣଙ୍କ ଜୀବନ ଠାରୁ ଅଧିକ ପେଟ୍ରୋଲର ମୂଲ୍ୟ ବଢି ଯାଇଛି’ ।

୪. ଗୋଟେ ଥର ଗୋଲୁର ଗୋଡ ଟ୍ରକ ତଳେ ଫସିଗଲା…

ଏହାପରେ ସେ ଡାକ୍ତର ପାଖକୁ ଗଲା ।

ଡାକ୍ତର- ଦେଖ ଭାଇ ତମ ଗୋଡର ଅବସ୍ତା ଦେଖି ଯାହା ଜଣା ପଡୁଛି ତମ ଗୋଡରେ ୧୦ ରୁ ୧୫ଟି ଟାଙ୍କା ଲାଗିବ !

ଗୋଲୁ- ଲଗେଇ ଦିଅନ୍ତୁ ସାର, ଆଉ କିଛି ବାଟ ବି ଦେଖା ଯାଉ ନାହିଁ ।

ଡାକ୍ତର ଟାଙ୍କା ଲଗାଇ ଦେଲେ ଓ କହିଲେ- ନିଅ ଭାଇ ହେଇଗଲା ବର୍ତ୍ତମାନ ତମେ ସୁରକ୍ଷିତ ଅଛ !

ଗୋଲୁ- ହେଲେ ସାର ମତେ ବର୍ତ୍ତମାନ ମଧ୍ୟ ଭୟ ଲାଗୁଛି ।

ଡାକ୍ତର- କାହିଁକି ?

ଗୋଲୁ- କାରଣ ସେହି ଟ୍ରକ ପଛରେ ଲେଖା ହୋଇଥିଲା ପୁଣି ସାକ୍ଷାତ ହେବ ଆମର !

୫. ମା ନିଜ ପୁଅକୁ ଜ୍ଞାନ ଦେଇ କହିଲା- ପୁଅ ସ୍ତ୍ରୀ ଘରର ଲକ୍ଷ୍ମୀ ହୋଇଥାନ୍ତି ତୁ ତୋର ସ୍ତ୍ରୀ ସହ ଝଗଡା କର ନା !

ପୁଅ- ମା ଯଦି ସ୍ତ୍ରୀ ଲକ୍ଷ୍ମୀ ହୋଇଥାଏ ତା ହେଲେ ମୋ ଗାର୍ଲଫ୍ରେଣ୍ଡ କଣ ହେବ ?

ମା- ଗାର୍ଲଫ୍ରେଣ୍ଡ କଳାଧନ ହୋଇଥାଏ !!

୬. ସ୍ତ୍ରୀ ଟେବୁଲ ଉପରେ ଚଢି ଘର ସଫା କରୁଥିବା ବେଳେ ଗୀତ ଗାଉଥିଲା…!

ଅଗର ତୁମ ମିଲ ଜାଓ ଜମାନା ଛୋଡ ଦେଙ୍ଗେ ହମ…

ସେତିକିବେଳେ ସ୍ଵାମୀ ବି ଗାଇବା ଆରମ୍ଭ କରିଦେଲା-

ଅଗର ତୁମ ଗିର ଜାଓ …ଦୁସରୀ ଢୁନ୍ଡ ଲେଙ୍ଗେ ହମ….!

ବିଚରା ସ୍ଵାମୀ ହସ୍ପିଟଲ ରେ !!

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button