ଦେଶ ବିଦେଶ

ପୁଣି ନିରାଶ ହେଲେ ସଞ୍ଜୟ ରାଉତ

ମୁମ୍ବାଇ: ପୁଣି ନିରାଶ ହେଲେ ଶିବସେନା ସାଂସଦ ସଞ୍ଜୟ ରାଉତ। କୋର୍ଟୀ  ମିଳିଲାନି ଆଶ୍ୱସ୍ତି। ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଜି ମୁମ୍ୱାଇର ଏକ କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆସନ୍ତା ୧୦ ତାରିଖ ଯାଏ ବଢାଇ ଦେଇଛନ୍ତି।

ପାତ୍ର ଚଲ ଦୁର୍ନୀତି ମାମଲାରେ ଗିରଫ ସଞ୍ଜୟଙ୍କ ଦ୍ବାରା ମଙ୍ଗଳବାର ହୋଇଥିବା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ ଓ ତାଙ୍କୁ ପୁଣି ଅକ୍ଟୋବର ୧୦ ଯାଏଁ ବିଚାରବିଭାଗୀୟ କୋର୍ଟକୁ ପଠାଇଦେଇଛନ୍ତି। ଫଳରେ ଜାମିନ ଆବେଦନର ଶୁଣାଣୀ ଆସନ୍ତା ୧୦ ତାରିଖରେ ହେବ।

ଅଗଷ୍ଟ ୧ ତାରିଖରେ ସାଂସଦ ରାଉତଙ୍କୁ ଇଡି ପ୍ରିଭେନସନ ଅଫ ମନି ଲଣ୍ଡିରିଂ ଆକ୍ଟରେ ଗିରଫ କରିଥିଲା। ପାତ୍ର ଚୌଲ ପୁନଃ ନବୀକରଣରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button