ନୀତି

ବିଦ୍ୟୁତ ଆଘାତର ଶିକାର ହୋଇଥିବା ବନ୍ଧୁଙ୍କ ଜୀବନ ଗାମୁଚ୍ଛା ସାହାଯ୍ୟରେ ରକ୍ଷା କଲେ ସାଙ୍ଗ – Utkal Mail


ନୂଆଦିଲ୍ଲୀ: ଦୁର୍ଘଟଣା ବା ଅଘଟଣ କେତେବେଳେ ଆସିବ ତାହା କହି ହୋଇ ନଥାଏ। ଏମିତି ଅନେକ ଅଘଟଣ ଘଟି ଲୋକଙ୍କ ଜୀବନ ଚାଲି ଯାଉଥିବା ବେଳେ ଆଉ କିଛି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଲୋକଙ୍କ ଜୀବନ ବଞ୍ଚିଯାଇଥାଏ। ଏହାକୁ ନେଇ କୁହାଯାଇପାରେ, ‘ଯାହାକୁ ରଖିବେ ଅନନ୍ତ କି କରି ପାରିବେ ବଳବନ୍ତ’।

ନିକଟରେ ଏମିତି ଏକ ଘଟଣା ଘଟିଛି। ଯାହାର ଭିଡିଓ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, ରାତି ସମୟ ହୋଇଛି। ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତି ଦୋକାନର ସଟର ପକାଉଛନ୍ତି। ଏହି ସମୟରେ ସଟର ପକାଉଥିବା ବ୍ୟକ୍ତି ଜଣକ ବିଦ୍ୟୁତ ଆଘାତର ଶିକାର ହେଉଛନ୍ତି। ଆଉ ସେ ସର୍ଟରରେ ଲାଖି ଯାଉଛନ୍ତି। ଆଉ ଜୋରଜୋର କରି ପାର୍ଟି କରୁଛନ୍ତି।

 

ଏହି ସମୟରେ ତାଙ୍କ ଠାରୁ କିଛି ଦୂରରେ ଛିଡ଼ା ହୋଇଥିବା ତାଙ୍କ ସାଥୀ ବନ୍ଧୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏତିକି ବେଳେ ତାଙ୍କୁ ବି ବଦ୍ୟୁତ ଝଟକା ଲାଗୁଛି। ସେ ଦୂରକୁ ଛିଟିକି ପଡ଼ୁଛନ୍ତି। ଏହାପରେ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ଜୀବନକୁ ବାଜି ଲଗାଇ ଏକ ଗାମୁଛା ବନ୍ଧୁଙ୍କ ବେକରେ ପକାଇ ଟାଣି ଆଣୁଛନ୍ତି। ଯଦ୍ବାରା ଦେକାନୀଙ୍କ ଜୀବନ ରକ୍ଷା ପାଇଯାଉଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ଦୋକାନୀଙ୍କ ଜୀବନ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button