ଦେଶ ବିଦେଶ

ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ସେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସୋମବାର ଦିନ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବା ପରଠାରୁ ସେ ଆଇସିୟୁରେ ରହିଛନ୍ତି।

ମେଦାନ୍ତା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି କି, ମୁଲାୟମ ଜୀ ଏବେ ମଧ୍ୟ ଗମ୍ଭୀର ରହିଛି ଓ ଆଇସିୟୁରେ ହିଁ ଚିକିତ୍ସିତ ହେଉଛନ୍ତି। ତାଙ୍କ ଚିକିତ୍ସା ହସ୍ପିଟାଲର ଏକ ବିଶେଷଜ୍ଞ ଟିମ ଦ୍ବାରା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଅଖିଳେଶଙ୍କୁ ଫୋନ କରି ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେ ସମସ୍ତ ପ୍ରକାର ସହାୟତା ପାଇଁ ଅଖିଳେଶଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍‌ଧୀ ମଧ୍ୟ ମୁଲାୟମଙ୍କୁ ସମ୍ପର୍କରେ ପଚାରି ବୁଝିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button