ଖୁବ ଶୀଘ୍ର ବିବାହ କରିବା ପାଇଁ ଚାହୁଞ୍ଚନ୍ତି Sonakshi Sinha, ସଲମାନ ଖାନଙ୍କ ସମ୍ପର୍କୀୟଙ୍କୁ କରନ୍ତି ପ୍ରେମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନିଶ୍ଚୟ ଜାଣିଥିବେ । ସୋନାକ୍ଷୀ ନିଜ ଅଭିନୟ ସହିତ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ସୋନାକ୍ଷୀ ବଲିଉଡରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ଗତ ଜୁନ ୨ ତାରିଖ ଦିନ ସୋନାକ୍ଷୀ ସିହ୍ନା ନିଜର ୩୪ ତମ ଜନ୍ମଦିନ ପାଳନ କରିଥିଲେ ।

ବନ୍ଧୁଗଣ ସୋନାକ୍ଷୀ ସିହ୍ନାଙ୍କ ନାମ ସହ ବଣ୍ଟି ସଚଦେବଙ୍କ ନାମ ବହୁତ ସମୟ ହେବ ଯୋଡା ହେଉଛି । ଏମିତିରେ ଅନେକ ଲୋକ ଏହା ଜାଣିବାକୁ ଚାହୁଁ ଛନ୍ତି ଯେ ଏହି ଦୁଇଜଣଙ୍କ ବିବାହ କେବେ ହେବାକୁ ଯାଉଛି । ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ କାହିଁକି ହୋଇପାରୁ ନାହିଁ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣଙ୍କ ବିବାହ ୨୦୧୭ ମସିହାରେ ମେ ମାସରେ ହେବାକୁ ଯାଉଥିଲା । ସେହି ସମୟରେ ଏହି ଦୁଇଜଣଙ୍କ ବିବାହ ଚର୍ଚା ବହୁତ ମାତ୍ରାରେ ହେଉଥିଲା । ଏହା ମଧ୍ୟ ଖବର ଆସିଛି ଯେ ସୋନାକ୍ଷୀ ବହୁତ ଶୀଘ୍ର ବଣ୍ଟି ସଚଦେବଙ୍କ ସହ ନିର୍ବନ୍ଧ କରିବାକୁ ଯାଉଛନ୍ତି । ବହୁତ କମ ଲୋକ ଏହା ଜାଣିଛନ୍ତି ଯେ, ବଣ୍ଟି ସଚଦେବ ହେଉଛନ୍ତି ସଲମାନ ଖାନଙ୍କର ଏକ ଖାସ ସମ୍ପର୍କୀୟ । ବଣ୍ଟି ସଚଦେବ ହେଉଛନ୍ତି ସୋହେଲ ଖାନଙ୍କ ପତ୍ନୀ ସୀମାଙ୍କ ନିଜ ଭାଇ ।

ସୋନାକ୍ଷୀଙ୍କ ପରିବାର ଲୋକ ମଧ୍ୟ ବଣ୍ଟି ସଚଦେବଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ଓ ସେମାନେ ମଧ୍ୟ ଏହି ଦୁଇଜଣଙ୍କ ବିବାହ କରିବାକୁ ଚାହୁଁ ଛନ୍ତି । ବଣ୍ଟି ସଚଦେବ ହେଉଛନ୍ତି Cornerstone Sport & Entertainmentର ମାଲିକ ଅଟନ୍ତି । ଏହା ହେଉଛି ଏକ ଜଣାଶୁଣା କମ୍ପାନୀ ଓ ଏହି କମ୍ପାନୀରେ ସୁଶାନ୍ତ ସିଂହ ରାଜପୁତଙ୍କ ମାନେଜର ଦିଶା ସଲିୟାନ ମଧ୍ୟ ଚାକିରି କରିଥିଲେ ।

ସୋନାକ୍ଷୀ ଓ ବଣ୍ଟି ଅନେକ ସ୍ଥାନରେ ଏକା ସହ ନଜର ଆସିଛନ୍ତି । ସୋନାକ୍ଷୀ ମଧ୍ୟ ବଣ୍ଟିଙ୍କ ସହ ରହିବା ପାଇଁ ବହୁତ ପସନ୍ଦ କରନ୍ତି । ବହୁତ ପାର୍ଟିରେ ଏହି ଦୁଇଜଣ ଏକା ସହ ନଜର ଆସିଛନ୍ତି । ଏହି କିଛି ଦିନ ହେବ ଏହି ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଥରେ ଏକ ଇଣ୍ଟର୍ବ୍ୟୁରେ ସୋନାକ୍ଷୀ କହିଥିଲେ ଯେ, ବଣ୍ଟି ହେଉଛନ୍ତି ଏକ ସେଲ୍ଫମେଡ ମଣିଷ ଓ ସେ ବର୍ତ୍ତମାନ ନିଜ ବ୍ୟାଚଲର ଜୀବନର ମଜା ନେବା ପାଇଁ ଚାହୁଁ ଛନ୍ତି । ଏହି କାରଣ ପାଇଁ ସୋନାକ୍ଷୀ ଓ ବଣ୍ଟି ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ।



