ଏମିତି ଏକ ଗାଁ ଯେଉଁଠି ଜନ୍ମ ହୁଅନ୍ତି କେବଳ IAS ଅଧିକାରୀ, ଜାଣନ୍ତୁ ସେମାନଙ୍କ ସଫଳତାର ରହସ୍ୟ !

ନମସ୍କାର ବନ୍ଧୁଗଣ ଦେଶ ରେ ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁ ମାନଙ୍କ ସ୍ୱପ୍ନ ପ୍ରଶାସନିକ ଅଧିକାରୀ ହେବା । ସେଥିପାଇଁ ୟୁପିଏସସି ପରୀକ୍ଷା ରେ ଅନେକ ପ୍ରତିଯୋଗିତା ଦେଖିବାକୁ ମିଳେ । ପ୍ରତିବର୍ଷ ଅନେକ ଛାତ୍ର ଛାତ୍ରୀ ୟୁପି ଏସ ସି ପରୀକ୍ଷା ଦେଇଥାନ୍ତି ।
ଏହା ଭିତରୁ କିଛି ଛାତ୍ର ଛାତ୍ରୀ ଏଥିରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ତ ଆଉ କିଛି ଛାତ୍ରଛାତ୍ରୀ ଙ୍କ ସ୍ୱପ୍ନ ଅଧାରେ ରହି ଯାଇଥାଏ । ହେଲେ ଆମେ ଆଜି ଏମିତି ଏକ ଗାଁ କଥା କହିବୁ ଯେଉଁଠି ପିଲାମାନେ କେବଳ ୟୁପିଏସସି ପରୀକ୍ଷା ପାଇଁ ହିଁ ନିଜକୁ ପ୍ରସ୍ତୁତ କରିଥାନ୍ତି ଏବଂ ଏଥିରେ ସଫଳ ମଧ୍ୟ ହୁଅନ୍ତି । ଅର୍ଥାତ ଏହି ଗାଁ ର ଅନେକ ପିଲା ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀ ହୋଇ ସାରିଛନ୍ତି ।

ଉତ୍ତର ପ୍ରଦେଶ ଜୋନ ପୁର ଜିଲ୍ଲା ର ମାଧପଟୀ ଗାଁ । ଏହି ଗାଁ ରେ ମୋଟ ୭୫ ଟି ଘର ରହିଛି । ଏହିଠାରୁ ମୋଟ ୪୭ ଜଣ ଆଇଏଏସ ଏବଂ ଅନ୍ୟ ଵିଶେଷ ଅଧିକାରୀ ହୋଇ ସାରିଛନ୍ତି ।
ଏହି ଗାଁ ରେ ପ୍ରତି ଘରେ ଜଣେ ଜଣେ ବଡ ଅଧିକାରୀ ରହିଛନ୍ତି କହିବାକୁ ଗଲେ ଭାରତ ର ବିୟୁରୋକ୍ୟାସି ରେ ଏହି ଗାଁ ବହୁତ ବଡ଼ ସ୍ତରରେ ରହିଛି । ଏହି ଗାଁ ର ଅନେକ ଅଧିକାରୀ ପି ଏମ ଏବଂ ସି ଏମ ଙ୍କ ପାଖରେ ନିଜର ସେବା ଯୋଗାଇ ସାରିଛନ୍ତି ।

୧୯୫୨ ମସିହା ରେ ଏହି ଗାଁ ରୁ ପ୍ରଥମ ପ୍ରଶାସନିକ ଅଧିକାରୀ ଵାହରିଥିଲେ । ସେତେବେଳେ ପ୍ରଥମ ଥର ଇନ୍ଦୁ ପ୍ରକାଶ ସିଂହ ୟୁପିଏସସି ପରୀକ୍ଷା ରେ ଦ୍ଵିତୀୟ ରାଙ୍କ ହାସଲ କରିଥିଲେ ।
ଇନ୍ଦୁ ପ୍ରକାଶ ନିଜ କ୍ୟାରିଅର ରେ ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି । ସେ ଫ୍ରାନ୍ସ ସହ ଅନେକ ଦେଶ ରେ ଭାରତ ର ରାଜଦୂତ ରହିଥିଲେ । ସେବେଠାରୁ ସେଠିକାର ଯୁବକ ମାନଙ୍କ ମଧ୍ୟରେ ଏହାର କ୍ରେଜ ଜାଗ୍ରତ ହେଲା ଯାହାକି ଆଜି ପର୍ଯ୍ୟନ୍ତ ଚାଲି ରହିଛି ।

ଏହି ଗାଁ ରେ ଏମିତି ଏକ ପରିବାର ଅଛି । ଯେଉଁଠି ଗୋଟିଏ ପରିବାରର ୪ ଭାଇ ସିଭିଲ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୫୫ ରେ ବିନୟ ସିଂହ ସିଭିଲ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ ୧୯୬୪ ରେ ତାଙ୍କ ର ଦୁଇ ଭାଇ ଛତ୍ରପାଲ ସିଂହ ଏବଂ ଅଜୟ ସିଂହ ମଧ୍ୟ ଏହି ପରୀକ୍ଷା ରେ ପାସ ହୋଇଥିଲେ । ଏହା ପରେ ସେମାନଙ୍କ ସାନ ଭାଇ ୧୯୮୮ ରେ ସିଭିଲ ପରୀକ୍ଷା ରେ ପାସ ହୋଇଥିଲେ ଏବଂ ଇତିହାସ ରଚି ଥିଲେ ।

ତେବେ ଏହି ଇତିହାସ କୁ ଦେଖି ଜଣାପଡୁଛି କି ଯେ ପ୍ରଶାସନିକ ଅଧିକାରୀ ହେବା ପାଇଁ ସେଠାକାର ଛାତ୍ର ଛାତ୍ରୀ ଙ୍କ ମନରେ କେତେ ଉତ୍କଣ୍ଠା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪୭ ଜଣ ପ୍ରଶାସନିକ ଅଧିକାରୀ ହୋଇ ପାରିଛନ୍ତି । ଆଗକୁ ମଧ୍ୟ ଏହି ପ୍ରତିଯୋଗିତାରେ ଅନେକ ପିଲା ଭାଗ ନେବେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ । ସେଠାରେ ବାପା ମାଆ ମଧ୍ୟ ତାଙ୍କ ପିଲାଙ୍କୁ ସେଥିପାଇଁ ଉତ୍ସର୍ଗ କରୁଛନ୍ତି ।



