ବିଚାର

ତୈଳ ଦର ବୃଦ୍ଧି ନେଇ କଂଗ୍ରେସର ନିଆରା ପ୍ରତିବାଦ, ଲିଟର ପିଛା ୮୦ ଟଙ୍କାରେ ପେଟ୍ରୋଲ ବିକୁଛି କଂଗ୍ରେସ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ରାଜନୀତି ସମ୍ପର୍କରେ ନିଶ୍ଚିତ କିଛି ନା କିଛି କଥା ଜାଣିଥିବେ । ଆମ ମନରେ ନେତା ର ଛବି ଭାବେ ମିଥ୍ୟ ପ୍ରତିଶ୍ରୁତି କୁ ବୁଝାଏ । ତେବେ ନିଜର ଶାସନ କୁ ବଜାୟ ରଖିବା ପାଇଁ ରାଜନେତା ମାନେ ଅନେକ ପ୍ରୟାସ କରିଥାନ୍ତି ।

ଏହା ଛଡା ବିରୋଧୀ ଦଳ ଙ୍କର କୌଣସି ଏକ ବଡ଼ ହେଉ କିମ୍ବା ଛୋଟ ଦୋଷ କୁ ଧରି ସେହିଥିରେ ରାଜନୀତି ଖେଳିଥାନ୍ତି । କେତେବେଳେ ଶାସକ ଦଳ ର ନେତା ବିରୋଧୀ ମାନଂକୁ ଉପଦେଶ ଦେଇଥାନ୍ତି ତ କେତେବେଳେ ବିରୋଧୀ ଦଳ ଶାସକ ଦଳ କୁ ଦୋଷ ଦେଖାଇବା ଆଦି କାର୍ଯ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ଏକ ଅଦ୍ଭୁତ ଘଟଣା ନଜରରେ ଆସିଛି ।

କଂଗ୍ରେସ ଦଳ ର ଯୁବ ନେତା ମାନେ ସାଧାରଣ ଜନତା ଙ୍କୁ ୮୦ ଟଙ୍କା ରେ ପେଟ୍ରୋଲ ବିକ୍ରୟ କରୁଛନ୍ତି ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ । ପେଟ୍ରୋଲ ଟଙ୍କା ୮୦ ଟଙ୍କା ହେଇଛି କିନ୍ତୁ ଏହା କୌଣସି ପେଟ୍ରୋଲ ପମ୍ପ ରେ ନୁହେଁ ବରଂ କଂଗ୍ରେସ ଦଳ ର ଯୁବ ନେତା ମାନେ ରାଜରାସ୍ତା ରେ ଓଲ୍ହାଇ ୮୦ ଟଙ୍କା ରେ ସାଧାରଣ ଜନତା କୁ ପେଟ୍ରୋଲ ବିକ୍ରି କରୁଛନ୍ତି ।

ତେବେ ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ ଙ୍କ ଅନୁସାରେ ମୋଦି ସରକାର ଅଛେ ଦିନ ଦେଖେଇବେ କହି ବହୁତ ଭଲ ଦିନ ଦେଖାଉଛନ୍ତି । ପେଟ୍ରୋଲ ଦର ୧୦୦ ଉପରକୁ ହୋଇ ସାରିଲାଣି । ତେଲ,ରନ୍ଧନ ଗ୍ୟାସ,ଡିଜେଲ ଆଦି ସବୁ କ୍ଷେତ୍ରରେ ଦର ବୃଦ୍ଧି ପାଉଛି । ଏହା ଦ୍ୱାରା ସାଧାରଣ ଜନତା ମାନେ ମଧ୍ୟ ବହୁତ ହଇରାଣ ହେଉଛନ୍ତି ।

ତେବେ ସେଥିପାଇଁ ଯୁବ କଂଗ୍ରେସ ର ନେତା ମାନେ ୨୦୧୪ ରେ ଥିବା ପେଟ୍ରୋଲ ଦର ୮୦ ଟଙ୍କା ରେ ଜନତା ମାନଂକୁ ଦେଉଛନ୍ତି ଏବଂ ଯଦି ସରକାର ଏହାକୁ କମାଇବା ପାଇଁ କୌଣସି ପଦକ୍ଷେପ ନନେବେ ତେବେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ଏବଂ କଂଗ୍ରେସ ସମସ୍ତେ ଜନତା ଙ୍କ ପାଇଁ ଆନ୍ଦୋଳନ କରିବା ପାଇଁ ରାସ୍ତା କୁ ଓଲ୍ହାଇ ଆସିବେ ।

ତେବେ ଲୋକ ମାନେ ମଧ୍ୟ ଏହିଠାରୁ ପେଟ୍ରୋଲ ନେଉଛନ୍ତି ଯାହାର ଅର୍ଥ ସେମାନେ ମଧ୍ୟ ଚାହୁଁଛନ୍ତି କି ଦର କମ ହେବା ପାଇଁ । ତେବେ ଏହାକୁ ନେଇ ଆପଣଙ୍କ ବିଚାର କଣ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button