ଦେଶ ବିଦେଶ

ମିଆମାରରେ ଫସିଥିବା ୧୩ ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚାକିରି ରାକେଟରେ ଫସି ମିଆମାରର ମ୍ୟାଭାଡିରୁ ୧୩ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି। ବୁଧବାର ସମସ୍ତ ଭାରତୀୟ ତାମିଲନାଡୁରେ ପହଞ୍ଚିଛନ୍ତି। ମିଆମାର ଓ ଥାଇଲାଣ୍ଡରେ ଅବସ୍ଥାପିତ ଭାରତୀୟ ରାଜଦୂତଙ୍କ ପ୍ରଚେଷ୍ଟାରେ ଗତ ମାସରେ ୩୨ ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା।ଏନେଇ ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ।

ବାଗଚୀ ଟ୍ବିଟ କରି କହିଛନ୍ତି କି, ୧୩ ଭାରତୀୟଙ୍କୁ ଚାକିରି ଦେବା ନାମରେ ଫସାଇ ଏକ ରାକେଟ ମ୍ୟାଭାଡିରେ ଅଟକ ରଖିଥିଲେ। ତେବେ ମିଆମାର ସରକାର ସହ ଯୋଗାଯୋଗ କରି ସେମାନଙ୍କୁ ଉଦ୍ଧାର କରାଯାଇଛି।

୧୩ ଭାରତୀୟ ଫସି ରହିଥିବା ମ୍ୟାଭାଡି ଅଞ୍ଚଳଟି ଥାଇଲାଣ୍ଡ ସୀମାର ଦକ୍ଷିଣ ପୂର୍ବ ମିଆମାରର କାୟିମ ରାଜ୍ୟ ଅନ୍ତର୍ଗତ ଆସୁଥିଲେ ମଧ୍ୟ ସେହି ଅଞ୍ଚଳଟି ମିଆମାର ସରକାର ନିୟନ୍ତ୍ରଣ ବାହାରେ ଓ ଏହାକୁ ସ୍ଥାନୀୟ ସଶସ୍ତ୍ର ସେନା ଅକ୍ତିଆର କରି ରଖିଛି।  ବାଗଚୀ ଆହୁରି କହିଛନ୍ତି, ଆଉ କିଛି ଭାରତୀୟ ମଧ୍ୟ ମିଛ ନିଯୁକ୍ତି ରାକେଟରେ ସେଠାରେ ଫସିଥିବା ବେଳେ ସେମାନଙ୍କୁ ମଧ୍ୟ ମୁକୁଳାଯାଇଥିଲା। କିନ୍ତୁ ମିଆମାରକୁ ଅବୈଧ ପ୍ରବେଶ ଅଭିଯୋଗରେ ସେମାନଙ୍କୁ ଜେଲ ହୋଇଛି। ତେବେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button