ଦେଶ ବିଦେଶ

ଦୁବାଇରେ ନୂଆ ହିନ୍ଦୁ ମନ୍ଦିର ଉଦ୍‌ଘାଟିତ

ଦୁବାଇ: ସଂଯୁକ୍ତ ଆରବିଆନ ରାଷ୍ଟ୍ର ବା ୟୁଏଇରେ ନୂଆ  ଓ ଭବ୍ୟ ହିନ୍ଦୁ ମନ୍ଦିର ୪ ଅକ୍ଟୋବରରେ ଭକ୍ତଙ୍କ ପାଇଁ ଖୋଲାଯାଇଛି। ଏହି ମନ୍ଦିର ଜେବେଲ ଅଲୀରେ ଅମିରତର କରିଡୋର ଅଫ ଟଲେରାନ୍ସରେ ରହିଛି। ଏହି ମନ୍ଦିରରେ ୧୬ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଏଥିସହ ଜ୍ଞାନ କକ୍ଷ ଓ ସାମୂହିକ କେନ୍ଦ୍ର ରହିଛି।

ଦୁବାଇର ଏହି ହିନ୍ଦୁ ମନ୍ଦିରକୁ ଦଶହରାର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୪ରେ ଉଦ୍‌ଘାଟନ କରାଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଶୀର୍ଷ ଗଣ୍ୟମାନ୍ୟ ବ୍ୟକ୍ତି ୨୦୦ରୁ ଅଧିକ ଉପସ୍ଥିତ ଥିଲେ। ମନ୍ଦିରଟି ୭୦ହଜାର ବର୍ଗ ଫୁଟ କ୍ଷେତ୍ରରେ ବ୍ୟାପ୍ତ ରହିଛି।

ଏହି ଉତ୍ସବରେ ୟୁଏଇର ମିନିଷ୍ଟର ଅଫ ଟଲେରାନ୍ସ ସେଖ ନାହୟାନ ବିନ ମୁବାରକ ଅଲ ନାହୟାନ, ୟୁଏଇ ଭାରତୀୟ ରାଜଦୂର ସଞ୍ଜୟ ସୁଧୀର, ସୋସିଆଲ ରେଗୁଲେଟରୀ ଆଣ୍ଡ ଲାସେନ୍ସିଂ ଏଜେନ୍ସି ଫର କମ୍ୟୁନିଟି ଡେଭଲପମେଣ୍ଟ ଅଥୋରିଟି ସିଇଓ ଡା ଉମର ଅଲ ମୁଥନ୍ନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ମନ୍ଦିରର ବିଶେଷତ୍ବ କି, ଏହା ପରିସରରେ ଚର୍ଚ୍ଚ, ଗୁରୁଦ୍ବାର ସହିତ ବହୁ ଧାର୍ମିକ ସ୍ଥଳ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button