ରାଜନୀତି

ଦଳ ବିଦ୍ରୋହୀ ନେତାଙ୍କୁ ଧମକାଇଲା କଂଗ୍ରେସ, ସହଯୋଗ କର ନ ହେଲେ ଭୋଗିବ ! – Utkal Mail


ଭୁବନେଶ୍ୱର: ରାଜସ୍ଥାନରେ ବିଦ୍ରୋହୀ ନେତାମାନେ ପ୍ରମୁଖ ଦଳ ଗୁଡ଼ିକର ଅଡୁଆ ବଢାଇଛନ୍ତି। ଉଭୟ ଶାସକ ଦଳ କଂଗ୍ରେସ ଓ ବିଜେପିର ବହୁ ନେତା ସ୍ୱାଧୀନ ଭାବେ ଲଢ଼ୁଥିବା ବେଳେ ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମରେ ଲାଗି ପଡିଛନ୍ତି।

ଏଥିରେ କଂଗ୍ରେସ ସବୁଠୁ ଅଧିକ ଅଡୁଆରେ ପଡ଼ିଛି। ଟ୍ରେଣ୍ଡକୁ ଭାଙ୍ଗି ଦଳ କ୍ଷମତାକୁ ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର କରୁଥିବା ବେଳେ ଦଳର ବିଦ୍ରୋହୀ ନେତାମାନେ କିନ୍ତୁ ଚିନ୍ତା ବଢାଇଦେଇଛନ୍ତି।

ବହୁ ବୁଝାଇବା ପରେ ମଧ୍ୟ ଅସନ୍ତୁଷ୍ଟ ନେତାମାନେ ନ ବୁଝିବାରୁ କଠୋର ହୋଇଛି ଦଳ। ରାଜସ୍ଥାନ କଂଗ୍ରେସ ପ୍ରଭାରୀ ତଥା କେନ୍ଦ୍ରୀୟ ନେତା ସୁଖଜିନ୍ଦର ସିଂ ରନ୍ଧାବା ଏସବୁ ବିଦ୍ରୋହୀ ନେତାଙ୍କୁ ଚେତାବନୀ ପତ୍ର ପଠାଇଛନ୍ତି।

ଯେଉଁ ନେତାମାନେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରୁ ନାହାନ୍ତି ସେମାନଙ୍କୁ ଏହି ପତ୍ର ଲେଖାଯାଇଛି। ଯେଉଁଥିରେ ଦଳୀୟ ପ୍ରାର୍ଥଙ୍କ ସପକ୍ଷରେ ପ୍ରଚାର କରିବା ସହ ସମର୍ଥନ କରିବାକୁ କୁହାଯାଇଛି।

ଆଗାମୀ ଦୁଇଦିନ ମଧ୍ୟରେ ବିଦ୍ରୋହୀ ମାନେ କଥା ନ ମାନିଲେ ଦଳ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି। ଦଳରେ ବିଦ୍ରୋହ କରି ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଥିବା ୧୫ ରୁ ୨୦ ଜଣ ଦଳୀୟ ନେତା ଦଳ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି।

ତେଣୁ ବିଜୟ ଲକ୍ଷ ରଖିଥିବା କଂଗ୍ରେସ ପାଇଁ ବିଦ୍ରୋହୀଙ୍କୁ ମନାଇବା ନିହାତି ଆବଶ୍ୟକ ବୋଲି ଆଲୋଚନା ହେଉଛି। ଦଳ ପକ୍ଷରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଠାଯାଇ ସବୁ ଉଦ୍ୟମ ମଧ୍ୟ ହୋଇଛି।

କିନ୍ତୁ ଏହା ପରେ ବି ଅସନ୍ତୁଷ୍ଟ ନେତାମାନେ ମାନୁ ନାହାନ୍ତି। ତେଣୁ ଦଳ ପକ୍ଷରୁ ଏହି ଶେଷ ଅସ୍ତ୍ର ପ୍ରୟୋଗ କରାଯାଇଛି। ଆସନ୍ତା ୧୬ ତାରିଖ ପରେ ରାଜ୍ୟରେ ରାହୁଲ ପ୍ରିୟଙ୍କାଙ୍କ ସମେତ ଦଳର ଅନ୍ୟ ହେଭିୱେଟ ମାନେ ଜୋରଦାର ପ୍ରଚାରକୁ ଓଲ୍ହାଇବେ।

ତେଣୁ ତା ପୂର୍ବରୁ ଏହି ସମସ୍ୟାକୁ ସମାଧାନ କରିବାକୁ ଦଳ ଚାହୁଁଛି। ଯଦି ଦଳ ଏସବୁକୁ ମ୍ୟାନେଜ କରିବାରେ ବିଫଳ ହୁଏ ତେବେ ଏଥିପାଇଁ କଂଗ୍ରେସକୁ ରାଜସ୍ଥାନରେ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button