ଦେଶ ବିଦେଶ
ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର
ଜାମ୍ମୁକାଶ୍ମୀରର ସୋପିଆନ ଜିଲ୍ଲାରେ ପୁଣି ଥରେ ଏନକାଉଣ୍ଡର। ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଘଟି ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ ସୋପିଆନର ମଲ୍ଲୁ ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି। ଗତକାଲି ମଧ୍ୟ ଆତଙ୍କବାଦୀ ଲୁଚି ଥିବା ଜାଣି ଉଭୟଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା। ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏଡିଜିପି କାଶ୍ମୀର ବିଜୟ କୁମାର। ନିହତ ଆତଙ୍କବାଦୀ ହାନାନ ବିନ ୟାକୁବ ଏବଂ ଜାମସେଦ ଏସପିଓ ଜାଭେଦ ଦାରଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଅକ୍ଟୋବର ୨ରେ ପୁଲୱାମାର ପିଙ୍ଗଲାନାରେ ଡାରଙ୍କୁ ହତ୍ୟା କରାଯାଇଥିଲା।