ଜୀବନଶୈଳୀ

ମର୍ସେଡିଜ ଗାଡି ସହ ବିଳାସପୂର୍ଣ୍ଣ ଆବାସ, ଜାଣନ୍ତୁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ମିଳିବ କେଉଁ ସବୁ ସୁବିଧା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଦେଶର ନୂତନ ରାଷ୍ଟ୍ରପତି ହୋଇଛନ୍ତି ଓଡିଶାର ଦ୍ରୌପଦୀ ମୁର୍ମୁ । ଆସନ୍ତୁ ଜାଣିବା ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ମିଳିବ କେଉଁସବୁ ସୁବିଧା ? ୨୦୧୮ ପର୍ଯ୍ୟନ୍ତ ରାଷ୍ଟ୍ରପତିକୁ ପ୍ରତି ମାସରେ ଦେଢଲକ୍ଷ ଟଙ୍କା ଦରମା ମିଳୁଥିଲା ମାତ୍ର ୨୦୧୮ ରେ ଦରମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏଣୁ ଦ୍ରୌପଦୀ ମୁର୍ମୁଙ୍କୁ ୫ ଲକ୍ଷ ଟଙ୍କା ଦରମା ମିଳିବ । ଏହା ବ୍ୟତୀତ ରାଷ୍ଟ୍ରପତିଙ୍କୁ ମାଗଣା ଚିକିତ୍ସ୍ୟା, ଟେଲିଫୋନ ବିଲ, ଗୃହ, ବିଦ୍ୟୁତ ପାଇଁ ଅନେକ ଭତ୍ତା ମଧ୍ୟ ମିଳିବ ।

ରାଷ୍ଟ୍ରପତିଏନକେ ଯାତାୟତ ନିମନ୍ତେ ତାଙ୍କୁ ମର୍ସେଡିଚ ବେଞ୍ଚ ଏସ ୬୦୦ ପୁଲମାନ ଗାର୍ଡ ଦିଆଯିବ । ଏହା ସହିତ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୮୬ ଜଣିଆ ସ୍ଵତନ୍ତ୍ର ଅଙ୍ଗରକ୍ଷୀ ମୁତୟନ କରାଯିବ । ଯାହାକୁ ପ୍ରେସିଡେନ୍ସିଆଲ ବଡିଗାର୍ଡ କୁହାଯାଏ । ଯେତେବେଳେ ରାଷ୍ଟ୍ରପତି ଅବସର ନେବେ ସେତେବେଳେ ତାଙ୍କୁ ଦରମାର ଅଧା ଅର୍ଥାତ ଅଢେଇଲକ୍ଷ ଟଙ୍କା ପେନସନ ମିଳିବ ।

ଏହା ସହିତ ଗୋଟିଏ ବଙ୍ଗଳା, ଦୁଇଟି ମୋବାଇଲ ଫୋନ ଏବଂ ଆଜୀବନ ମାଗଣା ଚିକିତ୍ସ୍ୟା ସୁବିଧା ଦିଆଯିବ । ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ରହିବେ । ଏହି ଭବନକୁ ତିଆରି କରିବାକୁ ୧୭ ବର୍ଷ ଲାଗିଥିଲା । ୧୯୨୯ ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ।

ତେବେ ୩୨୦ ଏକରରେ ତିଆରି ହୋଇଥିବା ୪ ମହଲା ବିଶିଷ୍ଟ ରାଷ୍ଟ୍ରପତି ଭବନରେ ୩୪୦ ଟି କୋଠରୀ ରହିଅଛି, ରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ପ୍ରାୟ ୪୫ ଲକ୍ଷ ଇଟା ବ୍ୟବହାର କରାଯାଇଥିବା ବେଳେ, ଭିତରେ ରାଷ୍ଟ୍ରପତି ଭବନ ବ୍ୟତୀତ ମୋଗଲ ଗାର୍ଡେନ ଏବଂ କର୍ମଚାରୀଙ୍କ ନିମନ୍ତେ ବାସଭବନ ମଧ୍ୟ ରହିଅଛି । କୁହାଯାଏ ଯେ ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଥାଏ, ମାତ୍ର ରାଷ୍ଟ୍ରପତିଙ୍କର କିଛି କାମ ନଥାଏ । ମାତ୍ର ଏହା ସଂପୂର୍ଣ୍ଣ ଭୁଲ ଅଟେ । ରାଷ୍ଟ୍ରପତିଙ୍କ ମୁଖ୍ୟ ଦାଇତ୍ଵ ହେଉଛି ପ୍ରଧାନ ମନ୍ତ୍ରୀ ନିଯୁକ୍ତ କରିବା ଏବଂ ସମ୍ବିଧାନର ସୁରକ୍ଷା କରିବା ।

ତାଙ୍କ ଅନୁମୋଦନ ବିନା କୌଣସି ବିଲ ପାସ ଅସମ୍ଭବ ଅଟେ । ରାଷ୍ଟ୍ରପତି ଟଙ୍କା ବିଲ ବ୍ୟତୀତ ଯେକୌଣସି ବିଲର ପୁନ୍ନରବିଚାର ପାଇଁ ପଠାଇ ପାରିବେ । ଏହା ସହିତ ରାଷ୍ଟ୍ରପତି ହେଉଛନ୍ତି ତିନି ସେନାର ସର୍ବୋଚ କମାଣ୍ଡର । ଜଣେ ଦୋଷୀ ସାବ୍ୟସ୍ଥ ଅପରାଧୀର ଦଣ୍ଡକୁ ରାଷ୍ଟ୍ରପତି କ୍ଷମା ସ୍ଥଗିତ କିମ୍ବା ହ୍ରାସ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button