ଓଡିଶା
ଆସୁଛନ୍ତି ଗଜଲକ୍ଷ୍ମୀ
ଢେଙ୍କାନାଳ: ଚାଲିଛି ପାର୍ବଣ ଋତୁ। ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା। ପୂଜା ପାଇଁ ପ୍ରସ୍ତୁତି ଜୋରଲୋର୍ ରେ ଚାଲିଛି। ଅନ୍ତିମ ପର୍ଯ୍ୟାୟରେ ମା ଲକ୍ଷ୍ମୀପୂଜା ପ୍ରସ୍ତୁତି। ଗଣପର୍ବ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ କାରିଗର ଏବଂ ପୂଜା କମିଟି କର୍ମକର୍ତ୍ତା ମାନେ ଜାରି ରଖିଛନ୍ତି ପ୍ରସ୍ତୁତି। ଧନଧାତ୍ରୀଙ୍କ ପୂଜା ପାଇଁ ଦିନ ରାତି ଏକ କରି ଫୁଲଦମରେ ଲାଗିପଡିଛନ୍ତି ସମୁଦାୟ ପୂଜା ମଣ୍ଡପର କର୍ମକର୍ତ୍ତା। ସାଜସଜ୍ଜା ନିମନ୍ତେ ପଡ଼ୋଶୀ ଜିଲ୍ଲା ବାଲେଶ୍ଵର ଏବଂ ରାଜ୍ୟ ବାହାର ସୁଦୂର କଲିକତା ବିଶାଖାପାଟଣାରୁ କାରିଗର ମାନେ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି । ଆସନ୍ତା ୦୯ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଧନଧାତ୍ରୀ ମା ଲକ୍ଷ୍ମୀ ଢେଙ୍କାନାଳରୁ ନେବେ ବିଦାୟ। ଏନେଇ ଡେଙ୍କାନାଳ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ତା କରାଯାଇଛି। ତେବେ ଚଳିତ ବର୍ଷ ଗଜଲକ୍ଷ୍ମୀଙ୍କ ପୂଜା ହେଉଥିବା ନେଇ ଢେଙ୍କାନାଳବାସୀ ତଥା ସମସ୍ତ ଭକ୍ତମାନେ ଉତ୍ସାହିତ ଅଛନ୍ତି।