ଦେଶ ବିଦେଶ

ମୁକୁଳିବା ପରେ ପଛକୁ ମୋଡ଼ି ହାମାସ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ ବୃଦ୍ଧା – Utkal Mail


ନୂଆଦିଲ୍ଲୀ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହାମାସ୍ ଆତଙ୍କବାଦୀମାନେ ଦୁଇ ଜଣ ବୃଦ୍ଧା ବନ୍ଦୀଙ୍କୁ ଗତ ସୋମବାର ମୁକ୍ତ କରିଥିଲେ।

ସୂଚନାଯୋଗ୍ୟ, ଦୁଇ ଜଣ ଆମେରିକୀୟ ନାଗରିକଙ୍କୁ ମୁକ୍ତ କରିବା ପରେ ଗାଜା ଉପତ୍ୟକାରୁ ବନ୍ଧକ ଥିବା ଅନ୍ୟ ଦୁଇ ଜଣ ବୃଦ୍ଧ ମହିଳାଙ୍କୁ ମୁକ୍ତ କରାଯାଇଛି ବୋଲି ହାମାସ ଗତ ସୋମବାର ସୂଚନା ଦେଇଥିଲା। ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଦୁଇଜଣ ବୃଦ୍ଧା ମହିଳା ଆତଙ୍କବାଦୀଙ୍କ କବଳରୁ ମୁକୁଳି ଆସିବା ପରେ ଜଣେ ବୃଦ୍ଧା ପଛକୁ ମୋଡ଼ି ହାମାସ ଆତଙ୍କବାଦୀଙ୍କ ସହିତ ହାତ ମିଳାଉଛନ୍ତି। ତେବେ ବୃଦ୍ଧଙ୍କ ଏଭଳି ମନୋଭାବକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭାବବିହ୍ବୋଳ ପ୍ରତିକ୍ରିୟା ଦେଇଛନ୍ତି। ବୃଦ୍ଧଙ୍କ ଏଭଳି ସ୍ବଭ‌ାବ ଦେଖି ଲୋକେ କହୁଛନ୍ତି, ‘ଧନ୍ୟ ତୁମ ମାନବିକତା’।

ତେବେ ଦୁଇ ବୃଦ୍ଧାଙ୍କୁ ମୁକୁଳାଇ ଦେବା ପରେ ହାମାସର ସାମରିକ ଶାଖା ଏକ ବୟାନ ଜାରି କରି କହିଛି, ‘ମାନବୀୟ ଦୃଷ୍ଟିକୋଣରୁ ଏମାନଙ୍କୁ ମୁକ୍ତ କରାଯାଇଛି ।’

ଇସ୍ରାଏଲ୍ ଗତସୋମବାର କହିଥିଲା  ଯେ ଏହାର ୨୨୨ ଜଣ ଲୋକଙ୍କୁ ହାମାସ ଅଟକ ରଖିଛି। ଇସ୍ରାଏଲ ସେନା କହିଛି ଯେ ହାମାସକୁ ନିପାତ କରିବା ପାଇଁ ସେମାନେ ନିରନ୍ତର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଚେତାବନୀ ଦେଇଛନ୍ତି ଯେ ସାଧାରଣ ଜନତାଙ୍କୁ ଅଣଦେଖା କରୁଥିବା ଇସ୍ରାଏଲର କୌଣସି ରଣନୀତି ଓଲଟା ପଡ଼ିପାରେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button