ଦେଶ ବିଦେଶ

‘ତାଙ୍କୁ ଅପମାନିତ କରନ୍ତୁ ନାହିଁ’ କହି ସୀମାଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନୀ ସ୍ବାମୀ – Utkal Mail


ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ପ୍ରେମ ପାଇ ଭାରତ ଚାଲି ଆସିବା ପରେ ଭାରତବାସୀ ଓ ପାକିସ୍ତାନୀଙ୍କ ପକ୍ଷରୁ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି କ୍ରମରେ ସୀମାଙ୍କ ପାକିସ୍ତାନୀ ସ୍ବାମୀ ମଧ୍ୟ ସ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ତାଙ୍କୁ ଆଉ କେବେ ସେ ଗ୍ରହଣ କରିବେ ନାହିଁ, ତାଙ୍କୁ ଯେମିତି ହେଲେ ବି ଦଣ୍ଡ ଦେବେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଥିଲେ।

ସମ୍ପ୍ରତି ସୀମାଙ୍କ ସ୍ବାମୀ ଗୁଲାମ ହାଇଦର ପ୍ରଥମଥର ସ୍ତ୍ରୀଙ୍କ ସମର୍ଥନ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ଗୁଲାମ କହିଛନ୍ତି, ‘ସୀମାଙ୍କୁ ନେଇ କିଛି ୟୁଟ୍ୟୁବର୍ସ ଭିଡିଓ କରୁଛନ୍ତି। ଯାହା ଜରିଆରେ ସୀମାଙ୍କ ସମ୍ମାନକୁ ଆଞ୍ଚ ଆସୁଛି। ତାଙ୍କୁ ଅପମାନିତ କରାଯାଉଛି। ଯାହାକି ଉଚିତ ନୁହେଁ।

ମୁଁ ଦେଖିବାକୁ ପାଉଛି କିଛି ୟୁଟ୍ୟୁବର୍ସ ଓ ଟେଲିଭିଜନ ଚାନେଲ କେତେଜଣ ଅଜଣା ବ୍ୟକ୍ତିଙ୍କୁ ନେଇ ଆସୁଛନ୍ତି। ଆଉ ସେମାନଙ୍କୁ ସୀମାଙ୍କ ପ୍ରେମିକ, ସାଙ୍ଗ ଓ ସମ୍ପର୍କୀୟ ବୋଲି କହୁଛନ୍ତି। ଯେଉଁଲୋକମାନେ ସୀମାଙ୍କ ବିଷୟରେ କିଛି ବି ନଜାଣି ମିଥ୍ୟା ସୂଚନା ଦେଉଛନ୍ତି। କାରଣ ମୁଁ ସୀମାଙ୍କ ପ୍ରତ୍ୟେକ ସାଙ୍ଗ ଓ ସମ୍ପର୍କୀୟଙ୍କୁ ଜାଣିଛି। ଏମାନେ ସେଥିମଧ୍ୟରୁ କେହି ବି ନୁହନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପ‌ରେ ସୀମାଙ୍କ ସହିତ ତାଙ୍କ ପରିବାରର ସମ୍ମାନ ଉପ‌ରେ ଆଞ୍ଚ ଆସୁଛି। ସୀମା ଓ ମୋ ଭିତରେ ଯେଉଁ ବିବାଦ ରହିଛି ତାହା ଆମ ବ୍ୟକ୍ତିଗତ କଥା। ମୁଁ ନିଜେ ତାହାର ସମାଧାନ କରିବି। କିନ୍ତୁ ପରିବାରକୁ ନେଇ ଏମିତି ମିଥ୍ୟା ପ୍ରଚାର କରିବାର କାହାର ଅଧିକାର ନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button