ଓଡିଶା

ବ୍ୟବସାୟୀଙ୍କ ଘରୁ ଲୁଟ୍‌

ଢେଙ୍କାନାଳ: ବ୍ୟବସାୟୀଙ୍କ ଘରୁ ଲୁଟ୍‌। ଘର ଭିତରୁ ୭ ଲକ୍ଷ ଟଙ୍କା ସହ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସାଦନପଡା ଗ୍ରାମର। ସେହି ଗ୍ରାମର ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ଲୁଟ୍ ହୋଇଛି। ଗତ କାଲି ରାତିରେ ୬ଜଣ ଦୁର୍ବୁତ୍ତ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବିନୟଙ୍କ ଘରୁ ଲୁଟ କରିଛନ୍ତି। ଏନେଇ ବିନୟ ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡର ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛନ୍ତି। ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡ ସାହାଯ୍ୟରେ ପୋଲିସର ତନାଘନା ଜାରି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button