ଦେଶ ବିଦେଶ

୪୬ ବର୍ଷ ପରେ ସମ୍ଭଲ ମସ୍‌ଜିଦ୍‌ ମଧ୍ୟରେ ଥିବା ‘ମନ୍ଦିର’ ଖୋଲିଲା

ସମ୍ଭଲ: ଉତ୍ତରପ୍ରଦେଶ କଳିକୀ ପୀଠ ସମ୍ଭଲର ହରିହର ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରାଯାଇଥିବା ପ୍ରସଙ୍ଗକୁ ନେଇ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ମାମଲା ସଂପ୍ରତି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି। ଏହି ସ୍ଥିତିରେ, ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ମସ୍‌ଜିଦ୍‌ ପରିସରରେ ଜବରଦଖଲ ଉଚ୍ଛେଦ ଓ ବେଆଇନ ବିଦ୍ୟୁତ୍‌ ସଂଯୋଗ ହଟାଇବା ଅଭିଯାନରେ ୪୬ ବର୍ଷ ପୂର୍ବେ ଅତିକ୍ରମଣ ହୋଇଥିବା ‘ବୀର ହନୁମାନ’ ଓ ‘ମହାଦେବ’ଙ୍କ ମନ୍ଦିରର ପୁନରୁଦ୍ଧାର ହୋଇଛି। ଏହି ପୁନରୁଦ୍ଧାର ମନ୍ଦିରରେ ଆଜିଠାରୁ ହିନ୍ଦୁମାନଙ୍କ ଦ୍ବାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ଏହି ପ୍ରସଙ୍ଗରେ ପ୍ରୟାଗରାଜଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆମର (ସନାତନ ହିନ୍ଦୁ ଧର୍ମ)ର ସ୍ଥାୟୀ ସଂସ୍କୃତି ଓ ଇତିହାସର ସତ୍ୟ ପୁଣି ଉଜାଗର ହୋଇଛି। ୧୯୭୮ ନୃଶଂସ ଦଙ୍ଗାରେ ଏହି ମନ୍ଦିରକୁ ମାଟିତଳେ ଦାବି ଦିଆଯାଇଥିଲା ବୋଲି କହିବା ସହ ଏହାର ଦୋଷୀମାନେ ବର୍ତ୍ତମାନ ସୁଦ୍ଧା ଦଣ୍ଡିତ ହୋଇନାହାନ୍ତି ବୋଲି କହିଛନ୍ତି। ଆଜି ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ଉପସ୍ଥିତ‌ିରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ସ୍ଥାନୀୟ ହିନ୍ଦୁ ସଭାର ଉପଦେଷ୍ଟା ବିଷ୍ଣୁ ଶରଣ ରସ୍ତୋଗୀ କହିଛନ୍ତି, ଶନିବାର ଜବରଦଖଲ ହଟାଇବା ସମୟରେ ଏହି ମନ୍ଦିରଟିକୁ ଠାବ କରାଯାଇଥିଲା। ଦଙ୍ଗା ପରେ ଏହି ମନ୍ଦିର ବନ୍ଦ ଥିଲା ଓ ଏହା ଉପରେ ମସ୍‌ଜିଦ୍‌ କର୍ତ୍ତୃପକ୍ଷ କାନ୍ଥ ଓ ଛାତ ନିର୍ମାଣ କରି ଅତିକ୍ରମଣ କରିନେଇଥିଲେ। ମନ୍ଦିରର ଠାବ ପରେ ପରିସରକୁ ସଫାସୁତରା କରାଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ସୁରକ୍ଷା ନିମନ୍ତେ ସିସିଟିଭି ସ୍ଥାପନ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button