ସ୍ୱାସ୍ଥ୍ୟ

ରାତିରେ ୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ପ୍ରାଣଘାତକ ରୋଗ ଆଶଙ୍କା ଅଧିକ

ନୂଆଦିଲ୍ଲୀ:  ନିକଟରେ ବ୍ରିଟେନରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ରାତିରେ ଅଧିକ ସମୟ ଜାଗ୍ରତ ରହୁଥିବା ଲୋକେ ଓ ରାତିରେ ୫ ଘଣ୍ଟାରୁ କମ୍  ଶୋଉଥିବା ଲୋକଙ୍କ ଜୀବନରେ ଗୁରୁତର ବେମାରୀର ଆଶଙ୍କା ଅଧିକ। ଏହି ଗବେଷଣା ବ୍ରିଟେନରେ ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ)ରେ କରାଯାଇଥିଲା।

ଏହି ଗବେଷଣାରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକେ ଯେଉଁମାନେ ରାତିରେ ୫ ଘଣ୍ଟା ବା ଏହାଠାରୁ କମ୍ ଶୁଅନ୍ତି ସେହି ଲୋକମାନେ ଅନ୍ୟ ଲୋକଙ୍କ ତୁଳନାରେ ଗୁରୁତର ରୋଗରେ ପଡିବାର ଆଶଙ୍କା ଅଧିକ ବୋଲି ଜଣାପଡିଛି। ଏପରି ଲୋକଙ୍କ ଠାରେ ଗୁରୁତର ରୋଗର ଆଶଙ୍କା ୨୦ ପ୍ରତିଶତ ବଢି ଯାଇଥାଏ। ୭ ଘଣ୍ଟା ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କ ତୁଳନାରେ ଯେଉଁ ଲୋକେ ଲଗାତାର ୨୫ ବର୍ଷ ଧରି ୫ ଘଣ୍ଟା ବା ଏହାଠୁ କମ ଶୋଉଛନ୍ତି ସେମାନଙ୍କଠାରେ ୨ ବା ଅଧିକ ପ୍ରାଣ ଘାତକ ରୋଗ ହେବାର ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ।

ପିଏଲଓଏସ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ସନ୍ଦର୍ଭରେ ୫୦, ୬୦ ଓ ୭୦ ବର୍ଷ ବୟସ୍କ ଯେଉଁ ଲୋକେ ୫ ଘଣ୍ଟା ବା ଏହାଠୁ କମ ଶୋଉଛନ୍ତି ସେମାନଙ୍କ ଠାରେ ଅନେକ ପ୍ରାଣ ଘାତକ ରୋଗ ହେବାର ଆଶଙ୍କା ରହୁଥିବା ବେଳେ ୭ ଘଣ୍ଟାରୁ ଅଧିକ ଶୋଉଥିବା ଲୋକଙ୍କ ଠାରେ ଏପରି ଆଶଙ୍କା ହ୍ରାସ ହୋଇଥାଏ। ଏହି ଗବେଷଣାର ମୁଖ୍ୟ ଲେଖକ ସେଭରିନ ସବିୟା ଉଚ୍ଚ ଆୟକାରୀ ଦେଶର ଲୋକଙ୍କ ଠାରେ ରୁଗ୍ଣ ହେବାର ସମ୍ଭାବନା ଅଧିକ ହେଉଥିବା କହିଛନ୍ତି। ସେହିପରି ଅଧାରୁ ଅଧିକ ବୟସ୍କ ଲୋକଙ୍କ ଠାରେ ୨ ବା ତା ଠୁ ଅଧିକ ପ୍ରାଣଘାତକ ରୋଗ ରହୁଥିବା ଦେଖା ଯାଇଛି। ଯାହା ଏବେ ସାର୍ବଜନିକ ସ୍ୱାସ୍ଥ୍ୟ ଲାଗି ବଡ ସମସ୍ୟା ଭାବେ ଉଭା ହୋଇଥିବା ସେଭରିନ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button