ଜୀବନଶୈଳୀ

ହାଲଓ୍ଵା ନୁହେଁ ବନାନ୍ତୁ ମୁଗ ଡାଲି ଖିରୀ, ଖାଇଲେ ଲାଗିବ ଭାରି ଟେଷ୍ଟୀ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
  • ୧/୨ କପ୍‌ ଚାଉଳ
  • ୧/୨ ଚାମଚ ଅଳେଇଚ ପାଉଡର
  • ୨ ଚାମଚ ଘିଅ
  • ୩ କପ୍‌ ପାଣି
  • ୧ ଚାମଚ ବାଦାମ
  • ୧ ଚାମଚ କିସମିସ
  • ୧/୪ କପ୍‌ ମୁଗ ଡାଲି
  • ୨ କପ୍‌ କ୍ଷୀର
  • ୧/୨ କପ୍‌ ଗୁଡ
  • କେସର ଗରମ କ୍ଷୀରରେ ଭିଜା ଯାଇଥିବା
  • ୧ ଚାମଚ କାଜୁ

ପ୍ରସ୍ତୁତି ପ୍ରଣାଳୀ

ମୁଗ ଡାଲି ଖିରୀ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ଘିଅ ପକାଇ ଗରମ କରନ୍ତୁ। ଏବେ ଏଥିରେ କାଜୁ ଏବଂ ବାଦାମ ପକାଇ ହାଲକା ଭାଜି ଗ୍ୟାସ ବନ୍ଦ କରି ସେଥିରେ କିସମିସ ପକାଇ ଭଲାବେ ମିଶାଇ ଦିଅନ୍ତୁ। ଏବେ ଏହି ପ୍ୟାନରେ ମୁଗ ଡାଲି ଏବଂ ଚାଉଳ ପକାଇ ଗୋଲଡେନ୍‌ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଯଦି ଆପଣ ଚାଉଳ ଏବଂ ଡାଲିକୁ ଭାଜିବାକୁ ଚାହୁଁନାହାଁନ୍ତି ତାହେଲେ ଏହା ବଦଳରେ ଆପଣ ଡାଲି ଏବଂ ଚାଉଳକୁ ପାଣି ସହିତ କୁକରରେ ପକାଇ ଧିମା ଆଞ୍ଚରେ ୨ ରୁ ୩ଟି ସିଟି ଲଗାଇ ଦିଅନ୍ତୁ।

ଯେତେବେଳେ ଏହା ସିଝିଯିବ ଏହାକୁ ବାହାର କରି ଅଲଗା ରଖିଦିଅନ୍ତୁ। ଏବେ ଏକ ଅଲଗା ପ୍ୟାନରେ ଘିଅ ପକାଇ ସେଥିରେ ସିଝାଇ ରଖିଥିବା ଚାଉଳ ଏବଂ ମୁଗକୁ ପକାନ୍ତୁ। ସେଥିରେ ଗୁଡ ପକାଇ ଧିମା ଆଞ୍ଚରେ ଏହାକୁ ମିଳାଇବାକୁ ଛାଡନ୍ତୁ। ଯେତେବେଳେ ଏହା ମିଶିଯିବ ଏବଂ ଗାଢ଼ ହୋଇଯିବ ସେତେବେଳେ ଏଥିରେ ଅଳେଇଚ ପାଉଡର ଏବଂ କେସର ପକାଇ ଦିଅନ୍ତୁ। ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ଆଉ କିଛି ସମୟ ରାନ୍ଧି ଆଞ୍ଚ ବନ୍ଦ କରିଦିଅନ୍ତୁ।

ଏବେ ଏହି ମିଶ୍ରଣରେ ଭଜା କାଜୁ, କିସମିସ ଏବଂ ବାଦାମ ମିଶାନ୍ତୁ। ଏବେ ଏଥିରେ ଫୁଟାଇ ରଖିଥିବା ଥଣ୍ଡା କ୍ଷୀରକୁ ମିଶାଇ ଦିଅନ୍ତୁ। ଆପଣଙ୍କ ଟେଷ୍ଟୀ ହେଲଦି ଖିରୀ ବିଲକୁଲ ରେଡି। ଆପଣ ଏହାକୁ ଫ୍ରିଜରେ ଥଣ୍ଡା କରି ବି ସର୍ଭ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button