ବିଚାର

ଶତ୍ରୁକୁ ଏହିପରି ଭାବରେ ଶେଷ କରନ୍ତୁ , ଆପଣ ମଧ୍ୟ ଜାଣନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଆଧାରରେ ମହାଶକ୍ତିଶାଳୀ ନନ୍ଦ ବଂଶକୁ ଶେଷ କରି ମୌର୍ଯ୍ୟ ବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ବଂଶର ରାଜା ଘନାନନ୍ଦ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ କ୍ରୋଧକୁ କେବେ ମଧ୍ୟ ପ୍ରକାଶ ହେବାକୁ ଦେଇ ନଥିଲେ। କ୍ରୋଧକୁ ଅସ୍ତ୍ର କରି ସେ ନିଜର ଶତ୍ରୁମାନଙ୍କର ବିନାଶ କରିଦେଇଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି କଥା ଗୁଡିକ କେବଳ ଆମ ଜୀବନକୁ ଆଣିବା ଉଚିତ ନୁହେଁ, ବରଂ ରାଜନୀତି ଏବଂ ପଡୋଶୀ ଦେଶ ସହ କୂଟନୀତିକ ସ୍ତରରେ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିକୁ ପାଳନ କରିବା ଉଚିତ। କେବଳ ସେତେବେଳେ ହିଁ ଆପଣ ଆପଣଙ୍କର ଶତ୍ରୁକୁ ଧୂଳି ଚଟାଇ ତାହାର ସମୂଳ ବିନାଶ କରିପାରିବେ। ତେବେ ଆସନ୍ତୁ ଆପଣ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କର ସେହିପରି କଥା ଗୁଡିକ ବିଷୟରେ ଜାଣିବେ।

୧) କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ:-

ଶତ୍ରୁର ସବୁଠାରୁ ମାରାତ୍ମକ ଅସ୍ତ୍ର ହେଉଛି ପ୍ରବର୍ତ୍ତନା। ଶତ୍ରୁ ଆପଣଙ୍କୁ ପ୍ରବର୍ତ୍ତାଇବା ପାଇଁ ଚେଷ୍ଟା କରେ। ଯାହାଦ୍ୱାରା ଆପଣଙ୍କୁ କ୍ରୋଧି ଆସିବ। କାରଣ କ୍ରୋଧରେ ବ୍ୟକ୍ତିର ଶକ୍ତି ଏବଂ ବିବେକ ଅଧା ରହିଯାଏ। ଏବଂ ଶତ୍ରୁ ଆପଣଙ୍କର ଦୁର୍ବଳତାର ସୁଯୋଗ ନେଇଥାଏ। ସେଥିପାଇଁ ଶତ୍ରୁ ଆପଣଙ୍କୁ ପ୍ରବର୍ତ୍ତାଇଲେ ଆପଣ ନିଜ ଭିତରେ କ୍ରୋଧକୁ ସଂଗ୍ରହ କରି କଇଁଛ ପରି ରଖିଦିଅନ୍ତୁ। ଏବଂ ନିଜର ସମସ୍ତ ପ୍ରସ୍ତୁତି ସହିତ ଶତ୍ରୁ ଉପରେ ଆକ୍ରମଣ କରନ୍ତୁ। ତେଣୁ ଶତ୍ରୁର ପ୍ରବର୍ତ୍ତନାରେ ତୁରନ୍ତ ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ। ବରଂ ସଠିକ୍ ସମୟକୁ ଅପେକ୍ଷା କରିବା ଉଚିତ। କିନ୍ତୁ ଶତ୍ରୁକୁ କେବେ ମଧ୍ୟ କ୍ଷମା କରାଯିବା ଉଚିତ୍ ନୁହେଁ। କାରଣ କ୍ଷମା କରିବା ଦ୍ୱାରା ଶତ୍ରୁର ମନୋବଳ ବୃଦ୍ଧି ହୋଇଥାଏ।

Google

୨) ଦୃଷ୍ଟ ଶତ୍ରୁକୁ ଏହିପରି ସମାପ୍ତ କରନ୍ତୁ:-

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଦୃଷ୍ଟ ବ୍ୟକ୍ତିଙ୍କ ସହ ଆପଣ ଯେତେ ଭଲ ବ୍ୟବହାର କରନ୍ତୁ ନା କାହିଁକି , ସେହି ବ୍ୟକ୍ତି ପ୍ରକୃତି ପରିବର୍ତ୍ତନ ହୋଇପାରିବ ନାହିଁ। ସାପର ବିଷ କେବଳ ତାର ଦାନ୍ତରେ ଥାଏ ଏବଂ ବିଛାର ବିଷ ତାର ଲାଞ୍ଜରେ ରହିଥାଏ। କିନ୍ତୁ ଦୁଷ୍ଟ ଲୋକର ପ୍ରତ୍ୟେକ ଅଙ୍ଗରେ ବିଷ ରହିଥାଏ। ତେଣୁ ଦୁଷ୍ଟ ଲୋକ ଉପରେ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ। ଦୁଷ୍ଟ ବ୍ୟକ୍ତି କଦାପି ବନ୍ଧୁ ହୋଇପାରିବ ନାହିଁ। ଦୁଷ୍ଟ ବ୍ୟକ୍ତି ସହିତ ବିଷାକ୍ତ ସାପ ଭଳି ବ୍ୟବହାର କରାଯିବା ଉଚିତ୍। ଏହା ତାର ମଜାକୁ ଭାଙ୍ଗିଦିଏ।

୩) ଶତ୍ରୁ ଏବଂ ସାପକୁ ଜୀବନ୍ତ ଛାଡନ୍ତୁ ନାହିଁ:-

ଚାଣକ୍ୟ ନୀତିରେ କୁହାଯାଇଛି ଯେ ରୋଗ , ସାପ ଏବଂ ଶତ୍ରୁମାନଙ୍କୁ ଆହତ କରି ଛାଡ଼ନ୍ତୁ ନାହିଁ। ଯଦି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା କରା ନ ଯାଏ , ତେବେ ତାହା ପୁନର୍ବାର ଉତ୍ପନ୍ନ ହୋଇପାରେ। ଯଦି ସାପଟିକୁ ଆହତ ଅବସ୍ଥାରେ ଛାଡି ଦିଆଯାଏ , ତେବେ ଏହା ଆହୁରି ମାରାତ୍ମକ ହୋଇପାରେ। ଯଦି ଶତ୍ରୁକୁ ଆହତ ଅବସ୍ଥାରେ ଛାଡି ଦିଆଯାଏ , ତେବେ ସେ ଭିତରେ ଭିତରେ ପ୍ରତିଶୋଧର ନିଆଁରେ ଜଳିଥାଏ। ଏବଂ ତାପରେ ସମୟ ଦେଖି ଆପଣଙ୍କ ଉପରେ ଆକ୍ରମଣ କରିଥାଏ। ତେଣୁ ଶତ୍ରୁ ଉପରେ ଏପରି ଆକ୍ରମଣ କରାଯିବା ଉଚିତ ଯେ ସେ ଆପଣଙ୍କ ସାମ୍ନାରେ ଆଉ ଉଠି ପାରିବ ନାହିଁ। ଭାରତ ଇତିହାସରେ ପୃଥ୍ଵୀରାଜ ଚୌହାନ ଏବଂ ମହମ୍ମଦ ଘୋରିଙ୍କ କାହାଣୀ ଏହାର ସବୁଠାରୁ ବଡ ଉଦାହରଣ ଅଟେ।

Google

୪) ଶତ୍ରୁମାନଙ୍କୁ କଦାପି ଘୃଣା କରନ୍ତୁ ନାହିଁ:-

ନିଜ ଶତ୍ରୁକୁ କେବେ ମଧ୍ୟ ଘୃଣା କରନ୍ତୁ ନାହିଁ , ଏହା ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ କରାଯାଇଛି। ଶତ୍ରୁକୁ ଘୃଣା କରିବା ଦ୍ୱାରା ଆପଣ ତା ଉପରେ ଭାବିବା ଏବଂ ବୁଝିବା ଶକ୍ତିକୁ ହରାଇ ଦିଅନ୍ତି। ଆପଣ କେବଳ ତାର ଦୁର୍ବଳତା ଦେଖିପାରନ୍ତି। ଘୃଣା ଦ୍ୱାରା ଆପଣ ତାର ଶକ୍ତିକୁ ଦେଖିପାରନ୍ତି ନାହିଁ। ତେଣୁ ଶତ୍ରୁକୁ ଏକ ବନ୍ଧୁ ଭାବରେ ଦେଖନ୍ତୁ। ଏବଂ ତାର ପ୍ରତ୍ୟେକ ଛୋଟ ଛୋଟ କଥାର ଖବର ରଖନ୍ତୁ। ଯାହାଦ୍ୱାରା ଯୁଦ୍ଧ ସମୟରେ ଶତ୍ରୁ ରକ୍ଷା ପାଇ ପଳାୟନ କରିବା ପାଇଁ କୌଣସି ଉପାୟ ପାଇବ ନାହିଁ।

୫) ପ୍ରଥମେ ଏହି ଉପାୟରେ ଶତ୍ରୁକୁ ଆକ୍ରମଣ କରନ୍ତୁ:-

ନିଜର ଶତ୍ରୁକୁ ପରାସ୍ତ କରିବାର ସର୍ବୋତ୍ତମ ଉପାୟ ହେଉଛି ତା ଉପରେ ପ୍ରଥମ ଆକ୍ରମଣ କଦାପି ଅସ୍ତ୍ରଶସ୍ତ୍ରରେ କରନ୍ତୁ ନାହିଁ। ପ୍ରଥମେ ନିଜର କୂଟନୀତି ଦ୍ୱାରା ଶତ୍ରୁକୁ ଫସାନ୍ତୁ। ଅର୍ଥାତ ତାର ଶକ୍ତି ଏବଂ ସହଯୋଗୀମାନଙ୍କୁ ତାଠାରୁ ଅଲଗା କରନ୍ତୁ। ଏବଂ ଯେତେବେଳେ ଶତ୍ରୁ ସବୁ ଦିଗରୁ ବିଚ୍ଛିନ୍ନ ହୋଇଯାଏ , ସେତେବେଳେ ତା ଉପରେ ଭରପୁର ଆକ୍ରମଣ କରାଯିବା ଉଚିତ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button