କ୍ରାଇମ

ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧିକାରୀଙ୍କ ଅଫିସ୍‌ରେ ନାବାଳିକାଙ୍କୁ ଦୁର୍ବ୍ୟବହାର! – Utkal Mail


ମ. ରାମପୁର: କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ ଜଣେ ନାବାଳିକା ଓ ତାଙ୍କ ମା’ଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ବାଙ୍କେଲ ଗ୍ରାମର ଜଣେ ନାବାଳିକାକୁ ପଡ଼ୋଶୀ ଖଲିଆପାଲି ଗ୍ରାମର ଜଣେ ଯୁବକ ଗତ ୧୦ ତାରିଖ ଅପହରଣ କରି ନେଇଥିବା ନେଇ ବିଧବା ମା’ ମ.ରାମପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଥଇଥାନ ସକାଶେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ହେଲେ ସେଠାରେ ନାବାଳିକାଙ୍କୁ ଜେରା କରିବା ସମୟରେ ମହିଳା ସଦସ୍ୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଭାଗୀୟ କର୍ମଚାରୀ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ।

ନାବାଳିକା ଜଣକ ସୁରକ୍ଷିତ ନଥିବା ବୃଦ୍ଧା ମା’ ଓ ଭିଣୋଇ ଜାଣି ସେଠାରୁ ତାକୁ ଘରକୁ ନେବା ପାଇଁ ଅନୁରୋଧ କରିଥିଲେ। ହେଲେ ଆଧାର ନଥିବାରୁ ବହୁ ହଇରାଣ କରିବା ପରେ ଫୋନ୍‌ ଯୋଗେ ନାବାଳିକାଙ୍କ ମା’ ଆଧାର କାର୍ଡ ମଗାଇ ଝିଅଙ୍କୁ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ଆଜି ମ.ରାମପୁର୍ ବ୍ଲକ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସଂପୃକ୍ତ ନାବାଳିକା ଓ ତାଙ୍କ ମା’ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁ ମଙ୍ଗଳ କାର୍ଯ୍ୟାଳୟର ୪ ସଦସ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କଠାରେ ନିବେଦନ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button