କ୍ରୀଡା

ସେପ୍ଟେମ୍ବର ୨୩ରୁ ଏସୀୟ କ୍ରୀଡ଼ା : ଭାରତୀୟ କ୍ରିକେଟ ଦଳ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବ – Utkal Mail


ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଅଧିନରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବ ପୁରୁଷ କ୍ରିକେଟ୍ । ତେବେ ଟିମ ଇଣ୍ଡିଆ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବ। ଏହା ପୂର୍ବରୁ ୯ଟି ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ମ୍ୟାଚ୍ ଜିତିଥିବା ଦଳ ପଏଣ୍ଟ ଅନୁଯାୟୀ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇବେ। ଅକ୍ଟୋବର ୩ତାରିଖରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ। ସେହିପରି ଅକ୍ଟୋବର ୩ରେ ପାକିସ୍ତାନର ମ୍ୟାଚ୍ ମଧ୍ୟ ଖେଳାଯିବ। ସେପ୍ଟେମ୍ବର ୨୧ରେ ଭାରତୀୟ ମହିଳା ଦଳ ଏହି ମ୍ୟାଚ୍ ଖେଳିବ। ସେ ମଧ୍ୟ କ୍ୱାର୍ଟର ଫାଇନାଲପାଇଁ ପଡ଼ିଆକୁ ଓହ୍ଲାଇବେ।

ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟର ପ୍ରଥମ ମ୍ୟାଚ୍ ଇଣ୍ଡୋନେସିଆ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯିବ। ସେହିପରି ଟିମ୍ ଇଣ୍ଡିଆ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ। ଭାରତ ସହ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୨୧ରେ ଭାରତୀୟ ମହିଳା ଦଳର ମ୍ୟାଚ୍ ଖେଳାଯିବ। ଯଦି ଭାରତୀୟ ମହିଳା ଦଳ ବିଜୟୀ ହୁଏ ତେବେ ସେପ୍ଟେମ୍ବର ୨୪ରେ ସେମିଫାଇନାଲ  ମ୍ୟାଚ୍ ଖେଳିବ। ଏହାପରେ ସେପ୍ଟେମ୍ବର ୨୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ଭାରତୀୟ ପୁରୁଷ କ୍ରିକେଟଦଳ: ଋତୁରାଜ ଗାଇକୱାଡ (ଅଧିନାୟକ), ଯଶସ୍ୱୀ ଜୟସୱାଲ, ରାହୁଲ ତ୍ରିପାଠୀ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ନୋଇ, ଆବେଶ ଖାନ, ଅର୍ଶଦୀପ ସିଂହ, ମୁକେଶ କୁମାର, ଶିବମ ଦୁବେ, ପ୍ରଭସିମ୍ରନ ସିଂହ ଓ ଆକାଶ ଦୀପ।

ଭାରତୀୟ ମହିଳା କ୍ରିକେଟ୍ ଦଳ: ହରମନପ୍ରୀତ କୌର(ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଲି ବର୍ମା, ଜେମିମା ରୋଡ୍ରିଗେଜ୍, ଦୀପ୍ତି ଶର୍ମା, ରିଚା ଘୋଷ, ଅମନଜୋତ କୌର, ଦେବିକା ବୈଦ୍ୟ, ପୂଜା ବସ୍ତ୍ରକର, ତିତାସ ସାଧୁ, ରାଜେଶ୍ୱରୀ ଗାୟକୱାଡ, ମିନ୍ନୁ ମଣି, କନିକା ଆହୁଜା, ଉମା ଛେତ୍ରୀ, ଅନୁଷା ବରେଡ୍ଡୀ।




Related Articles

Leave a Reply

Your email address will not be published. Required fields are marked *

Back to top button