ଓଡିଶା

ଆକ୍ସନ ମୋଡରେ ବିଏମ୍ସି

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମ୍ସି କମିଶନର। ୧ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ରାସ୍ତା, ଅଶୋକନଗର ବୁଲିଲେ ବିଏମ୍ସି କମିଶନର। ଅଳିଆ ଉଠୁ ନଥିବା ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି। ୧ ନମ୍ବର ହାଟରେ ଜମା ହୋଇଛି କୁଢ କୁଢ ଅଳିଆ। ଡଷ୍ଟବିନ ବ୍ୟବହାର କରୁନଥିବାରୁ ଏହି ଅଳିଆ ଉଠୁନି। ବ୍ୟବସାୟୀମାନେ ବିଏମ୍ସିର ନିର୍ଦ୍ଦେଶ କୁ ମାନୁ ନାହାଁନ୍ତି ବୋଲି ସେ କହିଛନ୍ତି। ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ହୋଇଛି ନିର୍ଦ୍ଦେଶ ମାତ୍ର କିଛି ବ୍ୟବସାୟୀ ମାତ୍ର ଗୋଟିଏ ଡଷ୍ଟବିନ ରଖିଛନ୍ତି। ଓଦା ଶୁଖିଲା ଅଳିଆ ମିଶେଇ ରଖୁଛନ୍ତି ଫଳରେ ପ୍ରକ୍ରିୟାକରଣ କରିବା ପାଇଁ ଅସୁବିଧା ହେଉଛି। ଏହାସହ ଆଉ କିଛି ବ୍ୟବସାୟୀ ଡଷ୍ଟବିନ ରଖିନାହାଁନ୍ତି, ଯାହାଦ୍ୱାରା ସେମାନେ ରାସ୍ତାରେ ଅଳିଆ ପକାଉଛନ୍ତି। ସେଥିପାଇଁ ବ୍ୟବସାୟୀ ସଂଘ ସହ ଏକ ବୈଠକ ଡକାଯାଇଛି। ଡଷ୍ଟବିନ ରଖିନଥିବା ବ୍ୟବସାୟୀଙ୍କୁ ୫ ହଜାର ଫାଇନ କାଟିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ବ୍ୟତୀତ ଅଳିଆ ପୃଥକୀକରଣ ନକଲେ ୫ ଶହ ଟଙ୍କା ଫାଇନ ଲାଗିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button