ସ୍ୱାସ୍ଥ୍ୟ

ଏମାନଙ୍କ ପାଇଁ ବିଷ ଚିନାବାଦାମ; ଖାଇଲେ ଭୋଗି ବଡ଼ ସମସ୍ୟା

Peanuts should not eat these people: ଆପଣ ବହୁତ ଲୋକଙ୍କୁ କହିବାର ଶୁଣିଥିବେ ମସ୍ତିଷ୍କକୁ ସତେଜ କରିବାପାଇ ପ୍ରତିଦିନ ସକାଳୁ ଚିନାବାଦାମ ଖାଇବା ଆବଶ୍ୟକ। ହୋଇପାରେ ଆପଣଙ୍କର ମା-ବାପା ମଧ୍ୟ ଆପଣଙ୍କୁ ସକାଳୁ ବାଦାମ ଖାଇବାକୁ ଦେଉଥିବେ।

ସୁସ୍ଥ ରହିବା ପାଇଁ ପ୍ରତିଦିନ ବାଦାମ ଖାଇବା ପାଇଁ ମଧ୍ୟ କୁହାଯାଇଛି, କାରଣ ବାଦାମରେ ପ୍ରୋଟିନ, ଭିଟାମିନ ଓ ମିନରାଲ ପର୍ଯ୍ୟାପ୍ତ ପରିମାଣରେ ରହିଛି।

ଏହା ଖାଇବା ଆମ ଚର୍ମ ପାଇଁ ମଧ୍ୟ ଭଲ, କିନ୍ତୁ କଣ ଆପଣ ଜାଣିନ୍ତି କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା କ୍ଷତିକାରକ। ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ….

କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା କ୍ଷତିକାରକ। ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ…

ଏହି ଲୋକମାନେ ବାଦାମ ଖାଇବା ଉଚିତ୍ ନୁହେଁ-  

ଯଦି ଆପଣ ଅଧିକ ମୋଟା ତେବେ ଆପଣ ବାଦାମ ଖାଇବା ଉଚିତ୍ ନୁହେଁ। କାରଣ ଏଥିରେ ଅନେକ କ୍ୟାଲୋରୀ ଥାଏ। ବାଦାମ ଆପଣଙ୍କ ଓଜନକୁ ଆହୁରି ବଢ଼ାଇପାରେ।

ଅନ୍ୟପଟେ, ଯେଉଁମାନେ ପେଟ ଜନିତ ସମସ୍ୟାରେ ପୀଡିତ, ସେମାନେ ଏହାକୁ ଛୁଇଁବା ଉଚିତ୍ ନୁହେଁ କାରଣ ଏହା ପେଟ ଫୁଲିବା କାରଣ ସାଜିପାରେ।

କିଡନୀ ଜନିତ ସମସ୍ୟାରେ ପୀଡିତ ବ୍ୟକ୍ତି ବାଦାମ ଖାଇବା ଅନୁଚିତ। କାରଣ ଏଥିରେ ଅକ୍ସଲେଟ ଅଧିକମାତ୍ରାରେ ଥାଏ।

ଯଦି ଆପଣ ଅଧିକ ବାଦାମ ଖାଆନ୍ତି ତେବେ ଏହା ଆପଣଙ୍କ ଯକୃତ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ଅଧିକ ବାଦାମ ଖାଇବା ଦ୍ୱାରା ରକ୍ତଚାପର ଆଶଙ୍କା ମଧ୍ୟ ବଢ଼ିଯାଏ।

ଯଦି ଆପଣ ଏଥିରେ ଆଲର୍ଜି ଅଛି, ତେବେ ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ କିମ୍ବା ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଯଦି ଆପଣଙ୍କୁ ମଧୁମେୟ ସମ୍ବନ୍ଧୀୟ କିଛି ରୋଗ ଅଛି ତେବେ ଆପଣ ଏହା ଖାଇବା ଅନୁଚିତ। କାରଣ ବାଦାମରେ ଫାଇବର ଅଧିକ ମାତ୍ରାରେ ରହିଛି ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏସିଡିଟି ଭଳି ସମସ୍ୟା ଥିବା ଲୋକମାନେ ଏହା ଖାଇବା ଅନୁଚିତ।

ଯଦି ଆପଣ କିଛି ସ୍ୱ।ସ୍ଥ୍ୟ ଜନିତ ସମସ୍ୟା ପାଇ ଆଣ୍ଟିବାୟୋଟିକ ଖାଉଛନ୍ତି ତେବେ ବାଦାମ ଖାଇବା ବନ୍ଦ କରିଦିଅନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ।

Related Articles

Leave a Reply

Your email address will not be published. Required fields are marked *

Back to top button