ଦେଶ ବିଦେଶ

ଭାରତ-କାନାଡା ସମ୍ପର୍କରେ ତିକ୍ତତା: ବାଜିରେ ୮୦୦ କୋଟି ଡଲାର ବଜାର – Utkal Mail


କିଣୁଛି ଡାଲି, କୋଇଲା, ସାର; ପଠାଉଛି ପୋଷାକ, ଗାଡ଼ି ଯନ୍ତ୍ରାଂଶ

ନୂଆଦିଲ୍ଲୀ: ଜଣେ ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ସହ ନୂଆଦିଲ୍ଲୀର ଜଣେ ଏଜେଣ୍ଟ୍‌ଙ୍କ ସମ୍ପର୍କ ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ ବାଣିଜ୍ୟ କାରବାର ଉପରେ କଟକଣା ଲାଗିବା ଭଳି ସ୍ଥିତି ଉପୁଜିବ ତେବେ ଉଭୟ ଦେଶକୁ ସେଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ବାଣିଜ୍ୟ କାରବାର ଦୃଷ୍ଟିରୁ ଦୁଇ ଦେଶ ପରସ୍ପର ସହ ଗଭୀର ଭାବେ ଯୋଡ଼ିହୋଇରହିଛନ୍ତି। ଭାରତ-କାନାଡା ଦ୍ବିପାକ୍ଷିକ କାରବାର ୮୦୦ କୋଟି ଡଲାର ରହିଛି। କାନାଡାକୁ ଭାରତ ୪୦୦ କୋଟି ଡଲାରର ସାମଗ୍ରୀ ରପ୍ତାନି କରିଥିବା ବେଳେ ସମାନ ମୂଲ୍ୟର ସାମଗ୍ରୀ କାନାଡାରୁ ଆମଦାନି କରିଛି।

କାନାଡାରୁ ଭାରତ ଡାଲି, କୋଇଲା, କୋକ୍, ସାର ଭଳି ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମଗାଉଛି। ସେହି ସମୟରେ କାନାଡାକୁ କଞ୍ଜ୍ୟୁମର ଗୁଡ୍‌ସ, ପୋଷାକ, ଗାଡ଼ି ଯନ୍ତ୍ରାଂଶ, ବିମାନ ଉପକରଣ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ପଠାଉଛି। କାନାଡାରେ ଭାରତର ବହୁ ଔଷଧ ଓ ସଫ୍ଟଓୟାର କଂପାନି କାରବାର କରୁଛନ୍ତି। ଭାରତରେ କାନାଡାର ୬୦୦ରୁ ଅଧିକ କଂପାନି ରହିଛନ୍ତି। ସେଥିରେ ବୋମ୍ବାର୍ଡିୟର ଓ ଏସ୍‌ଏନ୍‌ସି ଲାଭାଲିନ୍ ଭଳି ବଡ଼ ସଂସ୍ଥା ଅଛନ୍ତି। ଟିସିଏସ୍‌, ଇନ୍‌ଫୋସିସି ଓ ୱିପ୍ରୋ ଭଳି ସଫ୍ଟୱେର କଂପାନି ସହିତ ୩୦ରୁ ଅଧିକ ଭାରତୀୟ କଂପାନି କାନାଡାରେ କାରବାର କରୁଛନ୍ତି। କାନାଡା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଭାରତର ବଡ଼ ସମ୍ପର୍କ ରହିଛି। ୨୦୨୨ରେ ୩,୨୦,୦୦୦ ଭାରତୀୟ ଛାତ୍ର ପାଠପଢ଼ିବା ଲାଗି କାନାଡା ଯାଇଥିଲେ। କାନାଡାକୁ ପ୍ରତିବର୍ଷ ବିଦେଶରୁ ‌‌ଯେତିକି ଛାତ୍ରଛାତ୍ରୀ ପାଠପଢ଼ିବାକୁ ଆସୁଛନ୍ତି ସେମାନଙ୍କ ଭିତରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। କାନାଡାରେ ବିପୁଳ ସଂଖ୍ୟକ ଶିଖ୍‌ ଧର୍ମର ପରିବାର ବାସ କରୁଛନ୍ତି। କୋଡ଼ିଏ ବର୍ଷରେ ଜାପାନରେ ଶିଖ୍‌ଙ୍କ ସଂଖ୍ୟା ସେଠାକାର ମୋଟ ଜନସଂଖ୍ୟାର ୨.୧ ପ୍ରତିଶତକୁ ବୃଦ୍ଧି ପାଇଛି।

କିଣୁଛି ଡାଲି, କୋଇଲା, ସାର; ପଠାଉଛି ପୋଷାକ, ଗାଡ଼ି ଯନ୍ତ୍ରାଂଶ
ଭାରତରେ ୬୦୦ କାନାଡା କଂପାନି
କାନାଡାରେ ୩,୨୦,୦୦୦ ଭାରତୀୟ ଛାତ୍ରଛାତ୍ରୀ

ବାଣିଜ୍ୟ ଆଲୋଚନା ବନ୍ଦ କରିବନି ବ୍ରିଟେନ୍‌

ଲଣ୍ଡନ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ କରିଥିବା ଅଭିଯୋଗ ଉପରେ ବ୍ରିଟେନ୍ ସରକାର ନଜର ରଖିଛନ୍ତି। କିନ୍ତୁ ଏହି ଘଟଣା ଭାରତ-ବ୍ରିଟେନ୍ ବାଣିଜ୍ୟ ଆଲୋଚନାକୁ ପ୍ରଭାବିତ କରିବ ନାହିଁ ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରବକ୍ତା କହିଛନ୍ତି। ବାଣିଜ୍ୟ ରାଜିନାମାକୁ ନେଇ ପୂର୍ବଭଳି କଥାବାର୍ତା ଜାରି ରହିବ। ଯଦି କିଛି ସମସ୍ୟ ଥିବ ତେବେ ବାଣିଜ୍ୟ ଆଲୋଚନା ଚାଲିଥିବା ଦେଶ ସହ ଆମେ ସିଧାସଳଖ ସେ ବିଷୟରେ କହିପାରିବୁ। ଭାରତ ସହ ବାଣିଜ୍ୟ କାରବାରକୁ ନେଇ କଥାବାର୍ତା ଚାଲିଛି। ଅନ୍ୟ କୌଣସି ପ୍ରସଙ୍ଗକୁ ଆମେ ସେଥିରେ ଯୋଡ଼ିବୁ ନାହିଁ ବୋଲି ପ୍ରବକ୍ତା କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button