ବିଚାର

କ୍ରୋଧିତ ଶନିଦେବଙ୍କୁ ପ୍ରସନ୍ନ କରିବାର ଚମତ୍କାରି ଉପାୟ, ଖରାପ ଦିନ ହୋଇଯିବ ଦୂର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ମଧ୍ୟରେ ସବୁଠୁ ରାଗି ଏବଂ ଭୟାନକ ଶନିଦେବଙ୍କୁ ହିଁ କୁହାଯାଏ । ସମସ୍ତେ ଚାହାନ୍ତି କି ତାଙ୍କ ଉପରେ ଶନିଦେବଙ୍କର ଖରାପ ଦୃଷ୍ଟି ନ ପଡୁ । ଯେଉଁଥିପାଇଁ ବ୍ୟକ୍ତିମାନେ ଶନିଦେବଙ୍କର ପ୍ରକୋପରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି ।

ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବ ରାଗି ଯାଆନ୍ତି ତେବେ ସେହି ବ୍ୟକ୍ତିର ଜୀବନରେ ସମସ୍ୟାର ପାହାଡ ଖସିପଡେ ଏବଂ ଯେତେ ଚେଷ୍ଟା କରିଲେ ବି ବ୍ୟକ୍ତି ସେହି ସବୁ ସମସ୍ୟାରୁ ନିଜକୁ ବଞ୍ଚାଇ ପାରେ ନାହିଁ । କିନ୍ତୁ ଶନିଦେବ ଯଦି କାହା ଉପରେ ପ୍ରସନ୍ନ ହୋଇଯାନ୍ତି ତେବେ ତାହାର ଭାଗ୍ୟ ବଦଳିଯାଏ ।

ଯଦି ଆପଣ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କର କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ କିଛି ଏମିତି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ମାଧ୍ୟମରେ ଆପଣ ଶନିଦେବଙ୍କର ପ୍ରକୋପରୁ ବଞ୍ଚିପାରିବେ ।

ଆସନ୍ତୁ ଜାଣିବା ଶନିଦେବଙ୍କୁ ପ୍ରସନ୍ନ କରିବାର ଚମତ୍କାରୀ ଉପାୟ

·    ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବଙ୍କର ଖରାପ ଦୃଷ୍ଟି ପଢିଥାଏ ତେବେ ଏହି ପରିସ୍ଥିତିରେ ସେ ଶମି ଗଛର ମୂଳକୁ କଳା କପଡାରେ ଗୁଡାଇ ଶନିବାର ଦିନ ସନ୍ଧ୍ୟାରେ ତାହାକୁ ଡାହାଣ ହାତରେ ବାନ୍ଧି ଦିଅନ୍ତୁ ଏବଂ ଓଁ ପ୍ରାଂ ପ୍ରୀଂ ପ୍ରୌଂ ସ: ଶନିଶ୍ଚରାୟ ନମ: ମନ୍ତ୍ରକୁ ତିନି ଥର ଜପ କରନ୍ତୁ । ଏହା ଦ୍ଵାରା ଶନିଦେବଙ୍କର ଖରାପ ପ୍ରଭାବ ଦୂର ହୋଇଯିବ ।

·    ଯଦି ଆପଣ ଶନିଙ୍କ ସହ ଜଡିତଥିବା ଦୋଷରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଭଗବାନ ଶିବଙ୍କର ଉପାସନା କରନ୍ତୁ । ନିୟମ ଅନୁସାରେ ଶିବଙ୍କର ସହସ୍ର  ନାମ କିମ୍ବା ଶିବଙ୍କର ପଞ୍ଚାକ୍ଷରୀ ମନ୍ତ୍ରର ପାଠ କରନ୍ତୁ । ଏହା ଦ୍ଵାରା ଶନିଙ୍କର ପ୍ରକୋପ ଦୂର ହୋଇଯିବ ।

·    ଯଦି ଆପଣ ମହାବଳୀ ହନୁମାନଙ୍କର ସାଧନା କରୁଛନ୍ତି ତେବେ ଏହା ଦ୍ଵାରା ଶନିଦେବ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ଏଥିପାଇଁ ସବୁଦିନ ଆପଣ ସୁନ୍ଦରା କାଣ୍ଡର ପାଠ କରନ୍ତୁ ।

·    ଆପଣ ଶନିବାର ଦିନ ଶନିଦେବଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ ଏବଂ କଳା ରଙ୍ଗର ବତୀ ଏବଂ ରାଶି ତେଲର ଦୀପ ଜଳାନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button