ଧର୍ମ

ଶ୍ରୀକୃଷ୍ଣଙ୍କ ଏହି 5 କଥା ଆପଣଙ୍କ ଜୀବନ ବଦଳାଇଦେବ, ସଫଳତା ପାଇବାରୁ କେହିବି ରୋକି ପାରିବେନି

ଆପଣ ପ୍ରତିଦିନ ଦର୍ପଣରେ ମୁହଁ ଦେଖନ୍ତି । କିନ୍ତୁ ପ୍ରତିଦିନ ମୁଖ ଦେଖିବାପରେ ସେଠାରୁ ଏକ ବଡ଼ ଶିକ୍ଷା ଦେଖିବାକୁ ମିଳେ । ଆପଣ ମୁଖ ଖୋଲି ଦେଖନ୍ତୁ, ଦାନ୍ତ ଏବଂ ଜିଭ ଦେଖିବେ । ଦାନ୍ତ ଜନ୍ମ ପରେ ଆସେ ଏବଂ ମୃତ୍ୟୁ ପୂର୍ବରୁ ଚାଲିଯାଏ କିନ୍ତୁ ଜିଭ ଜନ୍ମ ପୂର୍ବରୁ ଆସିଥାଏ ଏବଂ ମୃତ୍ୟୁ ପରେ ବି ସାଙ୍ଗରେ ଥାଏ । ଦାନ୍ତ ଶକ୍ତ ଅଟେ ଏବଂ ଜିଭ କୋମଳ ତଥାପି ଜିଭ ନଷ୍ଟ ହୋଇଯାଏ ଅର୍ଥାତ୍ କଠୋର ଲୋକ ଅତି ଶିଘ୍ର ନଷ୍ଟ ହୋଇ ଯାଇଥାନ୍ତି କିନ୍ତୁ ସରଳ ଲୋକ ଆବଶ୍ୟକ ଅନୁସାରେ ନିଜ ଭିତରେ ପରିବର୍ତ୍ତନ ଆଣିବାର କ୍ଷମତା ରଖନ୍ତି । ପରିସ୍ଥିତି ଅନୁସାରେ ନିଜକୁ ନରମ କରି ଗଢନ୍ତୁ । ଜୀବନ ସରଳ ହୋଇଯିବ ।

ସମ୍ବନ୍ଧ ଏକ ସାହାରା ଅଟେ ଜୀବନର ଏବଂ ସମ୍ବନ୍ଧି ତାହା ଅଟେ ଯେତେବେଳେ ଆବଶ୍ୟକ ପଡିବ ସେତେବେଳେ ସାହାଯ୍ୟ ମାଗିପାରିବା । ଯାହାଙ୍କ ଉପରେ ବିପଦ ସମୟରେ ଭରସା କରି ପାରିବା । ଏମିତି ହୁଏ ଆପଣଙ୍କୁ କେହି ସାହାଯ୍ୟ ମାଗିବାକୁ ଆସେ ନହେଲେ ଆପଣ କାହାକୁ ସାହାଯ୍ୟ ମାଗନ୍ତି ।

ପ୍ରଶ୍ନ ଏଠି କ’ଣ ଆପଣ ଏକ ମନ୍ତବ୍ୟରେ ସାହାଯ୍ୟ କରନ୍ତି ? କଣ ସେ ଆପଣଙ୍କ ସମ୍ପର୍କୀୟ ଅଟନ୍ତି ? ଜଦି ଜଣେ ଅସ୍ତ୍ର ତିଆରି କରିଛି କେବଳ ଅଧିକାର ତା’ର ଅଛି ସେ କାହାକୁ ଦବ । ସେ ସୈନ୍ୟ ହେଉ କି ଡାକୁ । ଆଉ ଏହି ଅସ୍ତ୍ର ଦୁଇଟି ଭିନ୍ନ କାର୍ଯ୍ୟ କରିପାରିବ । ଯଦି ଡାକୁକୁ ଅସ୍ତ୍ର ଦିଆଯାଏ ତେବେ ସେ ଲାକଙ୍କୁ ଭୟ ଦେଖାଇ ଲୁଟିବା ପରେ ଅପରାଧର ରକ୍ତ ବୁହାଇବ ।

ସାହାଯ୍ୟ କରୁଥିବା ଲୋକର ଅବସ୍ଥା ଠିକ୍ ଏହିପରି ଥବ । ସେଥିପାଇଁ ସାହାଯ୍ୟ କରିବା ପୂର୍ବରୁ ନିହାତି ଭାବରେ ଭାବିବା ଦରକାର ଯେ କାହାକୁ, କେତେବେଳେ, କେତେ ଏବଂ କଣ ସାହାଯ୍ୟ କରିବା ଦରକାର ଯାହା ସେ ଦୁର୍ବ୍ୟବହାର କରିନପାରିବ । ଜଦି ଆପଣଙ୍କ ସହାୟତାରୁ କିଛି ଅଧର୍ମ ହୁଏ ତାହେଲେ ଆପଣ ଦିୟୀ ରହିବେ ଏଥିପାଇଁ ।

ଜୀବନରେ ଏମିତି ଅନେକ ସମୟ ଆସେ ଯେଉଁଥିପାଇଁ ଆପଣ ଲୋକଙ୍କ ପାଖକୁ ଯାଆନ୍ତି ଏବଂ ଲୋକମାନେ ବି ଆପଣଙ୍କ ପାଖକୁ ଆସନ୍ତି । ସେମାନଙ୍କ ପାଖରୁ ଆଶା ବି କରନ୍ତି । ଯେତେବେଳେ ସେମାନେ ଆପଣଙ୍କ ପାଖକୁ ଆସନ୍ତି ତେବେ ତାହାର ୩ଟା କାରଣ ହୋଇପାରେ ପ୍ରଥମେ ଭାବ, ଅଭାବ ଏବଂ ପ୍ରଭାବ ।

ତେବେ ସେ ଯେମିତି ଅତିଥି ତାଙ୍କୁ ସେହିପରି ବ୍ୟବହାର କରନ୍ତୁ । ଜଦି କେହି ଆପଣଙ୍କ ପାଖକୁ ଭାବରେ ଆସେ ତାହେଲେ ତାଙ୍କର କେବଳ ଆପଣଙ୍କ ପ୍ରେମ ଦରକାର । ଆଉ ଜଦି କେହି ଅଭାବରେ ଆସେ ତାହେଲେ ତା’ର ସେତିକି ସାହାଯ୍ୟ କରନ୍ତୁ ଯେତିକି କରି ପାରିବେ । ଏତେ ବି କରନ୍ତୁ ନାହିଁ ଯାହାଦ୍ଵାରା ସେ ତାର ଦୁର୍ବବ୍ୟବହାର କରିବ । ଆଉ ଯଦି କେହି ଆପଣଙ୍କ ପାଖକୁ ପ୍ରଭାବରେ ଆସିଛି ତେବେ ନିଜ ଉପରେ କେବେ ଅଭିମାନ କରନ୍ତୁ ନାହିଁ । କାରଣ ଆପଣ ବି ଜୀବନରେ କେବେ ନା କେବେ ଭାବ, ଅଭାବ, ପ୍ରଭାବ ରେ ପଡିପାରନ୍ତି ।

ଜଦି ଆମେ ଜଳକୁ ମୁଠିରେ ଧରିବାକୁ ଚେଷ୍ଟା କରିବା ତାହେଲେ ସେ ତାର ରାସ୍ତା ବନାଇ ଚାଲିଯାଏ । ଠିକ୍ ଏହି ଅବସ୍ଥା ଆମ ସହିତ ହୁଏ । ଆମେ ଯାହାକୁ ଭଲ ପାଉ ତାଙ୍କୁ ସବୁବେଳେ ସାଙ୍ଗରେ ରଖିବାକୁ ଚାହୁଁ । ନିଜ ଠାରୁ ଦୂରେଇ ନଦେଇ ଭୟ କରନ୍ତି କିଛି ଅଘଟଣ ନ ଘଟିବା ପାଇଁ । ଆଉ ଏମିତିରେ ଆମ ନିଜ ଲୋକ ଆମଠାରୁ ଦୂରେଇ ଯାଆନ୍ତି, ଠିକ୍ ମୁଠିରେ ବନ୍ଧା ଜଳ ପରି ।

ସେଥିପାଇଁ ଆପଣ ଜାହାକୁ ପ୍ରେମ କରୁଛନ୍ତି ତାକୁ ସ୍ବତନ୍ତ୍ର କରି ଦିଅନ୍ତୁ । ତାଙ୍କ ଚିନ୍ତାକୁ ସ୍ବତନ୍ତ୍ର କରି ଦିଅନ୍ତୁ । ତାଙ୍କୁ ନିଜ ରାସ୍ତା ନିଜେ ଖୋଜିବାକୁ ଦିଅନ୍ତୁ । କାହିଁକିନା ଆପଣ ସବୁବେଳେ ତାଙ୍କୁ ରାସ୍ତା ଦେଖାଇବାକୁ ନଥିବେ । ନିଜ ଲୋକ ସହିତ ରୁହନ୍ତୁ କିନ୍ତୁ ତାଙ୍କୁ ବାନ୍ଧ ନାହିଁ । ଜନ୍ମ ବେଳେ ଯେତେବେଳେ ଗୋଟେ ଶିଶୁ ଆଖି ଖୋଲେ ସେତେବେଳେ ସେ ବହୁତ ଖୁସି ଥାଏ କି ସଂସାର କେମିତି ।

ଏହା ତା ଜୀବନର ଆରମ୍ଭ ହୋଇଥାଏ କିନ୍ତୁ ଯେତେବେଳେ ଆମେ ଧିରେ ଧିରେ ବଡ଼ ହବାକୁ ଲାଗନ୍ତି ଅନୁଭବ ଅର୍ଜନ କରନ୍ତି ଆମର ମନର ଆନନ୍ଦ ଜୀବନର ଖୁସି ହଜିଯାଇ ଥାଏ । ତେବେ ଭାବନ୍ତୁ ଜଦି ପ୍ରତିଦିନ କୁ ନୂଆ ଦିନର ଆରମ୍ଭ ବୋଲି ଭାବିବା ତାହେଲେ, ସକାଳ ଆରମ୍ଭରୁ ସନ୍ଧ୍ୟା ସମୟ ଯାଏଁ ଜୀବନର ବଞ୍ଚିବା ସମୟ ଭାବିବା ତେବେ କେତେ ଫୁର୍ତ୍ତି ଆସିଯିବ ଆଉ କେତେ କାମ କରି ପାରିବେ, କେତେ ଲକ୍ଷ ଅର୍ଜିତ କରି ପାରିବେ । ଜଦି ଆପଣ ପ୍ରତ୍ୟେକ ସମୟକୁ ଉତ୍ସାହ ସହିତ ବଞ୍ଚିବେ ତେବେ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ସାର୍ଥକ ହୋଇପାରିବ ।

ମନୁଷ୍ୟ ନିଜ ଜୀବନ ବିଶ୍ଵାସ ସହିତ ବଞ୍ଚେ । କିନ୍ତୁ ଭାବନ୍ତୁ ବିଶ୍ଵାସ କାହାର ? ଟିକିଏ ଭାବନ୍ତୁ ବିଶ୍ଵାସ କହା ଉପରେ ଆପଣଙ୍କର । ମହାପୁରୁଷ ମାନେ କହିଥିବା କଥାକୁ, ନା ଗ୍ରନ୍ଥରେ ଥିବା ଜ୍ଞାନକୁ,ମାଆ ବାପାଙ୍କ ଶିକ୍ଷା ରୁ ନାଁ ସାଙ୍ଗ ମାନଙ୍କ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶ ରେ ନା ପ୍ରଭୁ ଶ୍ରୀ କୃଷ୍ଣ କହିଥିବା କଥାକୁ । ଇଏ ସବୁ ବିଶ୍ଵାସ ଅପୂର୍ଣ୍ଣ ଅଟେ ।

ଜଦି ଆପଣଙ୍କର ନିଜ ଉପରେ ବିଶ୍ବାସ ନାହିଁ, ଜଦି ବିଶ୍ଵାସ ନାହିଁ ତେବେ ପ୍ରଥମେ ଅବିଶ୍ବାସ କରିବାର ବିଜ୍ଞାନ କୁ ଶିଖିବା ଦରକାର । ଆପଣ କୈାଣସି କଥା ଉପରେ ବିଶ୍ବାସ କରନ୍ତୁ ନାହିଁ । ଆପଣ ନିଜ ମନକୁ ପଚାରନ୍ତୁ, ନିଜ ଅନ୍ତର ଆତ୍ମାକୁ ପ୍ରଶ୍ନ କରନ୍ତୁ ତାହା ସବୁଠାରୁ ଉଚିତ ହେବ । ଯେତେବେଳେ ଆପଣଙ୍କ ମନ ଆପଣଙ୍କ ଅନ୍ତର ଆତ୍ମା ସହିତ ମିଶିଯିବ ସେତେବେଳେ ନୀତି ଜ୍ଞାନ ସବୁ ଆପଣଙ୍କ ଭିତରୁ ସ୍ବତନ୍ତ୍ର ହୋଇ ବାହାରିବ‌ । ଜଦି ଆପଣ ନିଜ ଉପରେ ବିଶ୍ବାସ କରୁ ନାହାନ୍ତି ତେବେ ଧର୍ମ ଗ୍ରନ୍ଥରେ ଲେଖା ଥିବା ଶ୍ଳୋକ, ମହାପୁରୁଷ ମାନଙ୍କ ବାଣୀ, ବାପା ମାଙ୍କ ଶିକ୍ଷା କିମ୍ବା ସାଙ୍ଗ ମାନଙ୍କ ନିର୍ଦ୍ଦେଶ କେହି ବି ଲାଭ ଦବନି ।

ଗୋଟିଏ ବାପା ହୋଇ ଆପଣ ଆପଣଙ୍କର ସନ୍ତାନ ପାଇଁ କଣ କରୁଛନ୍ତି ? ତା ପାଇଁ ବହୁତ ସୁବିଧା କରନ୍ତି, ବହୁତ ଧନ କମାଇ ଥାନ୍ତି । କିନ୍ତୁ କଣ ଆପଣମାନଙ୍କୁ ଲାଗେ ଏହା ଉଚିତ ବୋଲି ଆପଣଙ୍କ ସନ୍ତାନ ପାଇଁ‌ । ଏହି ପକ୍ଷୀଙ୍କୁ ଦେଖନ୍ତୁ ଇଏ ବି ସନ୍ତାନକୁ ଜନ୍ମ ଦିଏ, ସେମାନଙ୍କୁ ପାଳେ ଏବଂ ପୋଷେ ମଧ୍ୟ ଆଉ ଉଡ଼ିବା ଶିଖାଇ ଥାଏ ଏବଂ ଖାଇବାର ବ୍ୟବସ୍ଥା କେମିତି କରନ୍ତି ତାହା ମଧ୍ୟ ଶିଖାଇ ଥାଏ ।

କିନ୍ତୁ ସେମାନେ ବଡ଼ ହୋଇଗଲା ପରେ ସେମାନଙ୍କ ପାଇଁ ଅଲଗା ବସା ବାନ୍ଧି ନଥାଏ କଣ ପାଇଁ ? କାରଣ ଯଦି ଆମେ ସନ୍ତାନକୁ ସବୁ କରିକି ଦେଇ ଦବା ତାହେଲେ ସନ୍ତାନ କଣ କରିବ‌ ! ସେଥିପାଇଁ ସେ ନିଜ ସନ୍ତାନକୁ ସେପର୍ଯ୍ୟନ୍ତ ଖାଦ୍ୟ ଦିଏ ଯେପର୍ଯ୍ୟନ୍ତ ତାର ସନ୍ତାନ ନିଜେ ଖାଇବା ବ୍ୟବସ୍ଥା କରିବାର ଯୋଗ୍ୟ ହୋଇନଥିବ । ସେଥିରୁ ଏହା ଲାଭ ହୋଇଥାଏ ଯେ ତାର ସନ୍ତାନ ନିଜେ ଆତ୍ମନିର୍ଭରଶୀଳ ହୋଇଥାଏ । ସେଥିପାଇଁ ନିଜ ସନ୍ତାନ କୁ ସେତିକି ସୁବିଧା ଦିଅନ୍ତୁ ଯେତିକି ଆବଶ୍ୟକ । ମୋହ ମାୟା ତ୍ୟାଗ କରନ୍ତୁ । ଆପଣଙ୍କ ମୋହ ସେମାନଙ୍କୁ ଆତ୍ମନିର୍ଭରଶୀଳ ବନାଇ ନଥାଏ । ଆପଣଙ୍କୁ ସନ୍ତାନ କୁ କାମ କରିବା ଶିଖାନ୍ତୁ ।

ଜଦି ଆପଣଙ୍କ ସନ୍ତାନ କାମ କରିବା ଶିଖିଥିଲେ ତେବେ ଧନ ସେ ନିଜେ କମାଇ ଦେବେ ଏବଂ ଜଦି ସେ ଅଳସୁଆ କାମକରୁ ନଥିବା ବନିଯାଏ ତେବେ ସେ ଆପଣଙ୍କ ସଞ୍ଚିତ ଧନକୁ ନଷ୍ଟ କରିଦବ । ସବୁଠାରୁ ବଡ଼ ସମ୍ବନ୍ଧ କଣ ଅଟେ ? ଏହାର ଉତ୍ତର ସରଳ ଅଟେ । ଏହାର ବି ବହୁତ ଉତ୍ତର ଅଛି । ଆପଣଙ୍କ ମଧ୍ୟରୁ କିଛି କହିବେ ମା ପୁଅର ସମ୍ପର୍କ ତେବେ ଆଉ କେହି କହିବେ ବାପା ଝିଅର ସମ୍ପର୍କ ତେବେ ଆଉ କେହି ସ୍ବାମୀ ସ୍ତ୍ରୀଙ୍କ ଏବଂ ଆଉ କେହି ଭକ୍ତ ଏବଂ ଭଗବାନଙ୍କ ସମ୍ପର୍କ ।

କିନ୍ତୁ ଜଦି ଆପଣ ଦେଖିବେ ଏହି ସମ୍ପର୍କ ଜନ୍ମରୁ ଯୋଡ଼ି ହୋଇଥାଏ ନହେଲେ ସମାଜରେ ବନାଇ ଦିଆ ଯାଇଥାଏ । ନହେଲେ କିଛି ଇଚ୍ଛା ମଧ୍ୟରୁ ‌ । ତେବେ ସବୁଠାରୁ ବଡ଼ ସମ୍ପର୍କ କଣ ଅଟେ ? ସବୁଠାରୁ ବଡ଼ ସମ୍ପର୍କ ଅଟେ ବନ୍ଧୁତାର ‌ । କାରଣ ବନ୍ଧୁ ଆମେ ନିଜେ ବାଛନ୍ତି । ଯେଉଁ ଥିରେ କୈାଣସି ଆକାଂକ୍ଷା ନାଁ କୈାଣସି ସ୍ବାର୍ଥ ଥାଏ ।

ଯଦି କିଛି ହୁଏ ତାହା ସାଥିରେ ଥିବା ଆନନ୍ଦ । ନିଜର ବିତାଇ ଥିବା ଦିନକୁ ମନେ ପକାନ୍ତୁ । ଯେତେବେଳେ ଆପଣ ଘରରୁ ବାହାରକୁ ଯାଉଥିବେ ତେବେ ପ୍ରଥମେ କାହାକୁ ମନେ ପକାନ୍ତି ? ସାଙ୍ଗକୁ, କିନ୍ତୁ ଯେତେବେଳେ ମଣିଷ ବଡ଼ ହୋଇଯାଏ ସେତେବେଳେ ଧିରେ ଧିରେ ସାଙ୍ଗଠାରୁ ଦୂରେଇ ଯାଏ ।

ତାହା ମନରେ ଏହି ଭାବନା ଆସେ ଯେ ବନ୍ଧୁତା ସମାନ ଭାବରେ (ସାମାଜିକ ସ୍ତରରେ ନିଜ ସହିତ ସମାନ) ହବା ଦରକାର । ଏହି ଚିନ୍ତାଧାରା ଭୁଲ୍ ଅଟେ କାରଣ ବନ୍ଧୁତା ସମାଜ ସ୍କନ୍ଦ ଲୋକ ସହିତ ନୁହେଁ ବରଂ ବନ୍ଧୁତା ଆମକୁ ସମାଜ ସ୍କନ୍ଦ ବନାଏ । ସେଥିପାଇଁ ନୂଆ ବନ୍ଧୁ ଆବଶ୍ୟକ ନାହିଁ କିନ୍ତୁ ପୁରୁଣା ବନ୍ଧୁଙ୍କୁ ଭୁଲନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button