ଦିଅର ସହ ଶାରୀରିକ ସଂପର୍କ ନରଖିବାରୁ ବନିଗଲେ କଲ୍ଗାର୍ଲ – Utkal Mail
ଶାହଜହାଁପୁର: ଉତ୍ତରପ୍ରଦେଶର ଶାହଜହାଁପୁର ଜଣେ ମହିଳାଙ୍କ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ ବିଦେଶରେ ଥିବା ବେଳେ ଶଶୁରଘର ଲୋକ ତାଙ୍କୁ ଘରେ ପଶିବାକୁ ଦେଉନାହାନ୍ତି।
ମହିଳା ଜଣକ ଅଭିଯୋଗରେ ଆହୁରି ବି କହିଛନ୍ତି ଯେ ତାଙ୍କ ଦିଅର ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ବିରୋଧ କଲେ ତାଙ୍କ ଦିଅର ତାଙ୍କ ନମ୍ବରକୁ କଲ୍ଗାର୍ଲର ନମ୍ବର ବୋଲି ଲେଖି ଭାଇରାଲ୍ କରିଦେଲେ। ଏବେ ଶଶୁରଘର ଲୋକ ଘରେ ତାଲା ପକାଇ କୁଆଡ଼େ ଫେରାର୍ ହୋଇ ଯାଇଛନ୍ତି। ଏବେ ଯୁବତୀ ଜଣକ ତାଙ୍କ ଶଶୁରଘର ସାମ୍ନାରେ ଧାରଣାରେ ବସିଛନ୍ତି।
ସୂଚନାରୁ ପ୍ରକାଶ ଯେ ହରଦୋଇର ବେନିଗଞ୍ଜର ବାସିନ୍ଦା ୨୦୧୯ ମସିହାରେ ଶାହଜହାଁପୁରର ଚୌକ କୋତବାଲି ଅଞ୍ଚଳରେ ହୋଇଥିଲା। ବିବାହର ଏକ ମାସ ପରେ ମହିଳାଙ୍କ ସ୍ବାମୀ ଚାକିରି କରିବାକୁ ଓମାନ ପଳାଇଲେ। ତା’ପରେ ଶଶୁରଘର ଲୋକ ତାଙ୍କର ଶୋଷଣ କରିବା ଆରମ୍ଭ କରିଦେଲେ। ଏପରିକି ସେମାନେ ମହିଳାଙ୍କୁ ବାଡ଼ାପିଟା ବି କରନ୍ତି ବୋଲି ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି।
ମହିଳାଙ୍କ କହିବା ମୁତାବକ ତାଙ୍କ ଦିଅରଙ୍କ କୁଦୃଷ୍ଟି ସଦା ତାଙ୍କ ଉପରେ ଥିଲା। ସେ ତାହାକୁ ବିରୋଧ କରିବାରୁ ଦିଅର ତାଙ୍କ ଫୋନ୍ ନମ୍ବରକୁ ଭାଇରାଲ୍ କରିଦେଲେ ଓ ମହିଳାଙ୍କ ନିକଟକୁ ବିଭିନ୍ନ ରଙ୍ଗ୍ ନମ୍ବରରୁ କଲ୍ ଆସିବା ଆରମ୍ଭ ହୋଇଗଲା। ଏବେ ଅଧିକ ହଇରାଣ ହରକତ ହେବା ପରେ ସେ ଆଇନ୍ର ସହାୟତା ନେଇଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି କହିଛନ୍ତି।