ଦେଶ ବିଦେଶ

୨୪ମହଲାରୁ ଖସି ପ୍ରଫେସର ବାପା ଓ ଓକିଲ ମା’ଙ୍କ ପୁଅର ମୃତ୍ୟୁ – Utkal Mail


ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରୁ ଗତମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ବର୍ଷୀୟ ନାବାଳକ ୨୪ମହଲାରୁ ତଳକୁ ଖସି ପଡ଼ିବାରୁ ତାର ମୃତ୍ୟୁ ହୋଇଯାଇଛି। ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସୂଚନ‌ାଯୋଗ୍ୟ, ବିସରଖ ଥାନା ପୁଲିସକୁ ଗତମଙ୍ଗଳବାର ସକାଳ ୬.୩୦ରେ ସୂଚନା ମିଳିଥିଲା କି ସୌନ୍ଦର୍ଯ୍ୟମ ହାଉସିଙ୍ଗ ସୋସାଇଟିରେ ଜଣେ ଯୁବକ ୨୪ମହଲାରୁ ଖସିପଡ଼ିବାରୁ ତାର ମୃତ୍ୟୁ ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତଦେହକୁ ଉଦ୍ଧାର କରି  ଏହି ଖବର ଦେଇଥିବ‌ା ସୁପରଭାଇଜରଙ୍କୁ ପଚରାଉଚରା କରୁଛି।

ମୃତକଙ୍କ ନାମ ପ୍ରଣବ ଥିବା ବେଳେ ବୟସ ୧୭ବର୍ଷ  ପାଖାପାଖି  ହେବ ବୋଲି କୁହାଯାଉଛି। ସେ ଦ୍ବାଦଶଶ୍ରେଣୀରେ ପାଠପଢ଼ୁଥିଲା ବୋଲି ପୁଲିସ ସୂଚନା ପାଇଛି। ତେବେ ପ୍ରଣବ ତାର ମା’ ଓ ଭଉଣୀଙ୍କ ସହିତ ରହୁଥିଲା। ପ୍ରଣବର ବାପା ଡକ୍ଟର ଅମନ ଶ୍ରୀବାସ୍ତବ ଆଇଏମଟି ଦୁବାଇରେ ପ୍ରଫେସର ଥିବା ବେଳେ ମା’ ଓକିଲ ରହିଛନ୍ତି।

ପ୍ରାଥମିକ ତଦନ୍ତରୁ ପ୍ରଣବର ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଛି। ତେବେ କିଛି ଅଘଟଣ ହେତୁ ପ୍ରଣବର ମୃତ୍ୟୁ ହୋଇଥାଇପ‌ାରେ ବୋଲି ବି ଅନୁମାନ କରାଯାଉଛି। କାରଣ ୨୪ମହଲାର ବାଲକୋନିରେ ପ୍ରାୟତଃ ପ୍ରଣବ ତାର ସାଙ୍ଗମ‌ାନଙ୍କ ସହିତ ଭୋଜି କରିଥାଏ। ତେବେ ଭୋଜି ସମୟରେ ଅସାବଧାନତା ହେତୁ ବି ଏହି ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button