ସ୍ୱାସ୍ଥ୍ୟ

ହଳଦିଆ ଖରାପ ଦାନ୍ତକୁ ମୋତି ଭଳି ଧଳା ଓ ଚମକଦାର କରିଥାଏ ଏହି ଘରୋଇ ଉପାୟ

ଆଜି ଆମେ ଏମିତି ଏକ ଉପାୟ ସେହି ମାନଙ୍କ ପାଇଁ ଆଣି ଆସିଛୁ ଯେଉଁ ଲୋକ ନିଜ ଦାନ୍ତ ହଳଦିଆ ପଡିଯିବାରୁ ବହୁତ ଚିନ୍ତିତ ଅଛନ୍ତି ବା ତାଙ୍କ ଦାନ୍ତ ସଢି ଯାଉଛି ବା ତାଙ୍କ ଦାନ୍ତରୁ ବହୁତ ଖରାପ ଗନ୍ଧ ଆସୁଛି । ଯେମିତି ଆମେ ସମସ୍ତେ ଜାଣିଛୁ ପ୍ରଥମରୁ ଯେତେବେଳେ ଆମ ଦାନ୍ତ ହଳଦିଆ ପଡେ ଆମେ ଏହାକୁ ନଜର ଅନ୍ଦାଜ କରିଥାଉ । ଯେତେବେଳେ ଏହି ସମସ୍ୟା ବଢିଯାଇଥାଏ ଆମ ଦାନ୍ତ ଧୀରେ ଧୀରେ ସଢିବାକୁ ଲାଗିଥାଏ ଓ ଦାନ୍ତରୁ ଗନ୍ଧ ଆସିଥାଏ ।

ଯେତେବେଳେ ଆମେ କାହା ସହିତ କଥା ହେଉଛୁ ଓ ଆମ ଦାନ୍ତରୁ ଗନ୍ଧ ଆସୁଛି ଯାହା କାରଣରୁ ଆମକୁ ଅପମାନିତ ହେବାକୁ ପଡିଥାଏ । କିନ୍ତୁ ଆପଣଙ୍କୁ ଚିନ୍ତିତ ହେବାର ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣ ନିଜର ଦାନ୍ତକୁ ସୁରକ୍ଷିତ ରଖି ପାରିବେ । ଏହି ଉପାୟକୁ ପିଲାଙ୍କ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରି ପାରିବେ ।

କିପରି ପ୍ରସ୍ତୁତ କରିବେ

ଗୋଟିଏ ପାତ୍ରରେ ୨.୫ ଚାମଚ ଚାଉଳର ଚୂନା ନିଅନ୍ତୁ ଓ ସେଥିରେ ୨-୩ ଚାମଚ ଗୋଲାପ ଜଳ ଆଡ କରନ୍ତୁ । ଏହାକୁ ଭଲ ଭାବେ ମିକ୍ସ କରନ୍ତୁ । ଯଦି ଆପଣଙ୍କ ପାଖରେ ଗୋଲାପ ଜଳ ଉପଲବ୍ଧ ନାହିଁ ତେବେ ଆପଣ ପାଣିକୁ ଉଷୁମ କରି ୟୁଜ କରି ପାରିବେ ।

ତା ପରେ ଯଦି ଆପଣଙ୍କ ପାଖରେ ଡାବର ପୁଦିନ ହରା ର ଶିଶି ଅଛି ତେବେ ସେଥିରୁ ଅଧା ଚାମଚ ନ ହେଲେ ଯଦି ଆପଣଙ୍କ ପାଖରେ ଡାବର ପୁଦିନ ହରା ର କ୍ୟାପସୁଲ ଅଛି ତେବେ ଆପଣ ଏଥିରେ ଦୁଇଟି କ୍ୟାପସୁଲ ୟୁଜ କରିବେ । ଯଦି ଆପଣଙ୍କ ପାଖରେ କ୍ୟାପସୁଲ ଅଛି ତେବେ ଦୁଇଟି କ୍ୟାପସୁଲ ନେଇ ତାକୁ ଫୁଟାଇ ତାହାର ଅୟେଲ ବାହାର କରି ସେହି ପେଷ୍ଟ ରେ ମିଶାନ୍ତୁ । ଏବେ ସେହି ପେଷ୍ଟ କୁ ଭଲ ଭାବେ ମିକ୍ସ କରନ୍ତୁ ।

ଯେତେବେଳେ ପ୍ରତିଦିନ ଆପଣ ସକାଳେ ଉଠୁଛନ୍ତି ପ୍ରଥମେ ଆପଣ ପାଣିରେ କୁଳି କରି ଗୋଟିଏ ବ୍ରସ ସାହାର୍ଯ୍ୟରେ ଏହି ପେଷ୍ଟକୁ ନେଇ ଦାନ୍ତକୁ ଧୀରେ ଧୀରେ ବ୍ରସ କରିବେ । ତା’ ପରେ ପାଣିରେ କୁଳି କରିନେବେ । ଏହାକୁ ସପ୍ତାହରେ ଦୁଇ ଥର ନିଶ୍ଚୟ ପ୍ରୟୋଗ କରନ୍ତୁ । ଯଦି ଆପଣ ଏମିତି କରୁଛନ୍ତି ଆପଣଙ୍କ ଦାନ୍ତର ସମସ୍ତ ସମସ୍ୟା ଦୂର ହୋଇଯିବ ଓ ଧୀରେ ଧୀରେ ଆପଣଙ୍କ ଦାନ୍ତ ସଫା ହେବାକୁ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button