ଏଣିକି ଆବେଦନର ୧୪ ଦିନ ମଧ୍ୟରେ ମିଳିବ କିଷାନ କ୍ରେଡିଟ କାର୍ଡ – Utkal Mail
ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ବ୍ୟାଙ୍କ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ। କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା କରାଯାଇଛି ।
ମନ୍ତ୍ରାଳୟର ଘୋଷଣା ଅନୁସାରେ କିଷାନ କ୍ରେଡିଟ କାର୍ଡର କାଗଜପତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଚାର୍ଜକୁ ହଟାଇ ଦିଆଯାଇଛି। ଆବେଦନ ପ୍ରକ୍ରିୟାର ସରଳୀକରଣ କରାଯାଇଛି। ଏ ସଂପର୍କରେ ସଚେତନତା ବଢ଼ାଇବା ପାଇଁ ପ୍ରଚାର କରାଯାଉଛି।
किसान क्रेडिट कार्ड बनवाने की प्रक्रिया को आसान कर दिया गया है। आवेदन पूरा करने के बाद मात्र 14 दिन के अंदर बैंक द्वारा किसान को उसका कार्ड बनाकर दे दिया जाएगा। #agrigoi #kisanCreditCard #KCC #CreditforKisan pic.twitter.com/TVhcJAtY23
— Agriculture INDIA (@AgriGoI) September 20, 2023
କିଷାନ କ୍ରେଡିଟ କାର୍ଡ ଆବେଦନ ପାଇଁ ଆବେଦନ ପତ୍ର ସହ ଏକ ପାସପୋର୍ଟ ସାଇଜ ଫଟୋ, ଜମି କାଗଜପତ୍ର, ପରିଚୟ ପତ୍ର ( ପାନ, ଆଧାର ଇତ୍ୟାଦି) ଓ ଠିକଣା ପ୍ରମାଣପତ୍ର (ଆଧାର କାର୍ଡ, ଭୋଟର ପରିଚୟ ପତ୍ର କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ଠିକଣା ପ୍ରମାଣ) ଆବଶ୍ୟକ ହୋଇଥାଏ ।
ସୂଚନାଯୋଗ୍ୟ ଯେ କିଷାନ କ୍ରେଡିଟ୍ କାର୍ଡ ଯୋଜନା ଏକ ସରକାରୀ ଯୋଜନା ଯାହା କୃଷକମାନଙ୍କୁ ଅତିରିକ୍ତ ଋଣ ଦେବା ପାଇଁ ୧୯୯୮ ରେ ଆରମ୍ଭ କରାଯାଇଥିଲା । ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ କୃଷକ ଭାଇମାନେ ଋଣ ପାଆନ୍ତି । ଏହାବ୍ୟତୀତ ଯୋଗ୍ୟ କୃଷକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ସହିତ ଏକ ସଞ୍ଚୟ ଖାତା ମଧ୍ୟ ପ୍ରଦାନ କରାଯାଏ । ଯେଉଁଥିରେ ଚାଷୀଙ୍କୁ ଭଲ ଦରରେ ସୁଧ ମିଳୁଛି ।