ବିଚାର

ଟ୍ରେନରେ ଯେତେବେଳେ ପହଞ୍ଚିଲା ଏହି ହଣ୍ଟେଡ ଡଲ, ଯିଏ ବି ଦେଖିଲା ଉଡିଗଲା ତା ହୋସ

ବର୍ତ୍ତମାନ ହିଁ ରିଲିଜ ହୋଇଥିବା ଏକ ଫିଲ୍ମ “ଏନାବେଲ” ସିନେମା ହଲରେ ଲୋକମାନଙ୍କୁ ବହୁତ ଡରାଇଲା । ଫିଲ୍ମରେ ଏକ ଭୁତ ଡଲକୁ ଦେଖା ଯାଉଛି । ପୁଣି ଥରେ ଏହି ଡଲ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ବର୍ତ୍ତମାନ ଏହି ଡଲ ତାଇବାନର ଏକ ହାଇ ସ୍ପୀଡ ଟ୍ରେନରେ ଦେଖା ଯାଇଛି । ଏହାକୁ ଦେଖି ଲୋକମାନଙ୍କର ଅବସ୍ଥା ଖରାପ ହୋଇଯାଇଛି । ଏବେ ଏହି ଡଲର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବିନା ପର୍ମିଶନ ନେଇ ଟ୍ରେନରେ ଉଠାଗଲା ପ୍ରମୋଶନଲ ଫଟୋ :

କହିବାକୁ ଗଲେ କିଛି ଦିନ ପୂର୍ବେ ୱାର୍ନର ବ୍ରଦର୍ସ ବୈନର ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ଏନାବେଲ ରିଲୀଜ ହୋଇଥିଲା । ଏହି ଫିଲ୍ମର ପ୍ରମୋଶନ ପାଇଁ ୱାର୍ନର ବ୍ରଦର୍ସ କିଛି ଫଟୋ ପୋସ୍ଟ କରିଥିଲେ । ପୋସ୍ଟ ହୋଇଥିବା କିଛି ଫଟୋରେ ତାଇବାନରେ ଏକ ଡଲ ହାଈ ସ୍ପୀଡ ଟ୍ରେନରେ ବସିଥିବାର ଦେଖା ଯାଇଥିଲା । ଏହି ମାମଲାରେ ବିନା ପର୍ମିଶନରେ ଟ୍ରେନରେ ପ୍ରମୋସନଲ ଫଟୋ ଉଠାଇବା ଓ ସୋସିଆଲ ମିଡିଆରେ ପୋସ୍ଟ କରିବା ପାଇଁ ୱାର୍ନର ବ୍ରଦର୍ସ ବିରୁଦ୍ଧରେ ତାଇବାନ ରେଳ କର୍ପୋରେଶନ କମ୍ପ୍ଲେନ କରିଛନ୍ତି ।

ଥରେ ନେବା ଉଚିତ ଥିଲା କମ୍ପାନୀ ଠାରୁ ପର୍ମିଶନ :

ଜଣେ ୟୁଜର କହିଲା କି ଏହା ମାତ୍ର ଗୋଟିଏ ଡଲ ହିଁ ଅଟେ । ହାଇ ସ୍ପୀଡ ଟ୍ରେନର ପ୍ରବକ୍ତା ଚୁଂଗ ଜୀ ଫେଂଗ ୟୁନାଇଟେଡ ଡେଲୀ ନ୍ୟୁଜକୁ ଦେଇଥିବା ନିଜ ବୟାନରେ କହିଲେ କି ଏହି ଫଟୋକୁ ଯଦି କମର୍ଶିୟଲ ଉପଯୋଗ କରିବାର ଥିଲା ତେବେ ଥରେ ରେଳ କମ୍ପାନୀ ଠାରୁ ଅନୁମତି ନେବା ଉଚିତ ଥିଲା । ଏହିଭଳି ନ କରି ୱାର୍ନର ବ୍ରଦର୍ସ ନିୟମ ଗୁଡିକର ଉଲଂଘନ କରିଛନ୍ତି । ରେଳ କମ୍ପାନୀର କମ୍ପ୍ଲେନ ପରେ ୱାର୍ନର ବ୍ରଦର୍ସ ଏହି ଫଟୋ ଗୁଡିକୁ ଫେସବୁକରୁ ଡିଲୀଟ କରି ଦେଇଛନ୍ତି ।

ରେଳ କମ୍ପାନୀର ଏହି ପଦେକ୍ଷେପ ପାଇଁ ଲୋକମାନେ କରିଲେ ପ୍ରଶଂସା :

କମ୍ପାନୀ କହିଲା କି ୱାର୍ନର ବ୍ରଦର୍ସକୁ ଏହି ଫଟୋ କୌଣସି ତୃତୀୟ ବ୍ୟକ୍ତି ଠାରୁ ମିଳିଥିଲା । ସୋସିଆଲ ମିଡିଆରେ ଲୋକମାନେ ରେଳ କମ୍ପାନୀର ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ଲୋକମାନଙ୍କର କହିବା ଅଟେ କି ରେଳ କମ୍ପାନୀ ୱାର୍ନର ବ୍ରଦର୍ସ ଠାରୁ ଫାଇନ ମାଗି ଠିକ କରିଲେ । କିନ୍ତୁ କିଛି ଲୋକ ରେଳ କମ୍ପାନୀର ଏହି ପଦକ୍ଷେପ ପାଇଁ ଆଶ୍ଚର୍ଯ୍ୟ ବି ହେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button