ବିଚାର

ମହିଳାଙ୍କ ପ୍ରତି ଅଧିକ ଆକର୍ଷଣ ଭାବନା ଆସେ କିପରି ? ଯଦି ଏପରି ଭାବନା ମନକୁ ଆସେ, କ’ ଣ କରିବା ଉଚିତ

ନମସ୍କାର ବନ୍ଧୁଗଣ , ସ୍ତ୍ରୀ ଲୋକଙ୍କ ପ୍ରତି ଆକର୍ଷଣ ହେବା ସମାଜର ବିରାଟ ସମସ୍ୟା ଅଟେ । ଆଜିର ଯୁବ ପିଢି ସ୍ତ୍ରୀ ଲୋକମାନଙ୍କୁ ଦେଖି ଆକର୍ଷିତ ହୋଇଥାନ୍ତି ଏବଂ ତାଙ୍କ ମନରେ ଉଠିଥାଏ ସେହି ଅନୁଭୂତି ଅନୁଭବ କରିବାର ଜିଜ୍ଞାସା । ଆକର୍ଷଣ ଅଧିକ ହେବା ଦ୍ଵାରା ମଣିଷ କୁ ଏହା ଅନୁଚିତ୍ ପଥ ରେ ଚଳାଇ ଥାଏ । ବ୍ୟକ୍ତିଙ୍କୁ ସଦା ସର୍ବଦା ସ୍ତ୍ରୀଙ୍କ ପ୍ରତି ହେଉଥିବା ଆକର୍ଷଣ କୁ ନିଜର ନିୟନ୍ତ୍ରଣ ରେ ରଖିବା ଉଚିତ୍ ।

କାରଣ ଏହା ଯୋଗୁ ଜୀବନ ରେ ପାଇବାକୁ ଯାଉଥିବା ବଡ ସଫଳତା ର ବିମୁଖ ହୋଇଯାଇଥାନ୍ତି । ଆମକୁ ସର୍ବଦା ମନଙ୍କୁ ଏହି କଥା ଆସିବା ଉଚିତ୍ ଜଗତରେ ଇଶ୍ଵର ପୁରୁଷ ଏବଂ ସ୍ତ୍ରୀ ଉଭୟ କୁ ସମାନ ଭାବରେ ଗଢି ଛନ୍ତି । ତେଣୁ ସାମାନ୍ୟ ଆକର୍ଷଣ ଦ୍ଵାରା ଜୀବନରେ ଥିବା ସୁଖ ଶାନ୍ତି କୁ ଦୂର କରିବା କଥା ନୁହେଁ । ମୁଁ ଆଜି ଆପଣଙ୍କୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଏହି ବିଷୟ କୁ ବର୍ଣ୍ଣନା କରିବାକୁ ଚାହୁଛି ।

ଆମେ ସମସ୍ତ ଗୌତମ ବୁଦ୍ଧଙ୍କୁ ଜାଣିଛୁ ସେ ନିଜର ରାଜଭୋଗ ବିଳାସ କୁ ତ୍ୟାଗ କରି ଆତ୍ମା ଜ୍ଞାନ ପ୍ରାପ୍ତ କରିବା ଉଦେଶରେ ରାଜ୍ୟ କୁ ଛାଡି ଯାଇଥିଲେ , ତାଙ୍କ ପିତା ଦୁଖ ଏବଂ ରୋଗ ଗ୍ରସ୍ତ ହୋଇ ତାଙ୍କୁ ଫେରି ଆସିବାକୁ କହିଥିଲେ । ମାତ୍ର ଗୌତମ ବୁଦ୍ଧ କହିଲେ ମୁଁ ଆସିବି ମାତ୍ର ଯେବେ ମୁଁ କିଛି ପ୍ରଶ୍ନ ର  ଉତ୍ତର ପାଇଯିବି । ଗୌତମ ବୁଦ୍ଧ ନିଜ ସହିତ ଅଧିକ ସମୟ ଅତିବାହିତ କରିଥିଲେ ଏବଂ ଏହି ସମୟ ରେ ସେ ଆତ୍ମଜ୍ଞାନ ପ୍ରାପ୍ତ ହୋଇଥିଲେ ।

ସେ ନିଜର ଜ୍ଞାନ କୁ ଅନେକ ଲୋକମାଙ୍କ ସମସ୍ୟା ର ସମାଧାନ ରେ ଲଗାଉଥିଲେ। ସେ ଅମୂଲ୍ୟ ଜ୍ଞାନ କୁ ପ୍ରଚାର କରୁଥିଲେ ଏହା କରୁ କରୁ ସେ ଅନେକ ଶିଷ୍ୟଙ୍କୁ ପ୍ରାପ୍ତ କରିଲେ । ଦିନେ ସେ ଅମୂଲ୍ୟ ଜ୍ଞାନ  କହୁଥିବା ସମୟରେ ଅମରାପଲୀ ନାମକ  ସ୍ତ୍ରୀ ଆସି ତାହାର ଅସୁବିଧା କୁ କହିଲା ସେ ସ୍ତ୍ରୀ ଦେଖିବାକୁ ଗୋଟିଏ ଚାଉଳ ରୁ ଗଢା ଭଳି ଅତି ସୁନ୍ଦର ତାହାର ରଙ୍ଗ ଶରୀର ଗଠନ ସମସ୍ତ କୁ ମୋହିତ କରିଦେଇଥିଲା । ସେ ସ୍ତ୍ରୀଲୋକ ଆସି ଗୌତମ ବୁଦ୍ଧ କୁ ନିଜର ପୁତ୍ର କୁ ଭଲ ବିଷୟ ର ଜ୍ଞାନ  ଦେବା ପାଇ ବିନତି ପ୍ରାଥନା କରିଲା ।

ସବୁ ବିଷୟ କହି ସେହି ଦିନ ର  ଅମୂଲ୍ୟ ଜ୍ଞାନ କୁ ଶୁଣି ସ୍ତ୍ରୀ ଘର କୁ ପଳେଇଲା । ପର ଦିନ  ଅମୂଲ୍ୟ ଜ୍ଞାନ  ଶିକ୍ଷା ସମୟରେ ଗୌତମ  ବୁଦ୍ଧଙ୍କ ଶିଷ୍ୟମାନେ ଆସି ତାହାଙ୍କୁ କହିଲେ ହେ ଗୁରୁ ଆମେ ସମସ୍ତେ ଅମରାପଲି  ଙ୍କୁ ଦେଖି ଆକର୍ଷିତ ହୋଇଗଲୁ , ସେ ସ୍ତ୍ରୀ ଅତି ସୁନ୍ଦର ଗୌତମ ବୁଦ୍ଧ କହିଲେ  । ମାତ୍ର ମୁଁ ତାହା ଦେଖିନାହିଁ ଏହି କଥା ଶୁଣି ସମସ୍ତର ଆଶ୍ଚର୍ଯ୍ୟ ହେଇଗଲେ ।

ଗୌତମ  ବୁଦ୍ଧ କହିଲେ  ମୁଁ ତା ତାଙ୍କ ଆନ୍ତରିକ ସହିତ କଥା ହେଉଥିଲି ଶରୀର ସହିତ ମୋହର କୋଣସି କଥା ହିଁ । କାରଣ ମଣିଷ ସବୁ ବେଳେ ଶରୀର କୁ ଦେଖିଥାଏ ମାତ୍ର ଆମକୁ ସର୍ବଦା ଆତ୍ମା ଦେଖିବା ଉଚିତ୍ । ଶରୀର କ୍ଷୟ ହୋଇଥାଏ ମାତ୍ର ଆତ୍ମା ରହିଥାଏ । ଯଦି ବ୍ୟକ୍ତି ସ୍ତ୍ରୀର ଶରୀର ଖୋଳ ଭଳି  ଦେଖିଥାଏ ତେବେ ଅତି ସୁନ୍ଦରୀ ସ୍ତ୍ରୀ କୁ ଦେଖିଲେ ମଧ୍ୟ ଆକର୍ଷିତ ହୋଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button