କ୍ରାଇମ

ମାଛକୁଣ୍ଡ ପୁଲିସ ଦ୍ବାରା ୨୯୩ କିଲୋଗ୍ରାମ୍ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ – Utkal Mail


କୋରାପୁଟ: ମାଛକୁଣ୍ଡ ପୁଲିସ ଦ୍ବାରା ୨୯୩ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଗୋଟିଏ ଦିନରେ ଦୁଇଟି ଏନଡିପିଏସ ମାମଲା ଚିହ୍ନଟ କରି ୨୯୩ କିଲୋଗ୍ରାମ ନିଷିଦ୍ଧ ଗଞ୍ଜେଇ, ଦୁଇଟି ଗାଡ଼ି ଜବତ କରିବା ସହ ଏବଂ ତିନି ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ୩ ଅଭିଯୁକ୍ତ ହେଲେ ସେମିଲିଗୁଡାର ତାପସ ଦେବାଶିଷ ବିଶ୍ବାଳ(୩୨), ଅଭିଷେକ ରାଜା ଚେତୀ(୨୯) ଓ ମାଲକାନଗିରିର ମଧୁ ଖୋରା (୩୫)। ଏମାନେ ଉମରକେଟରୁ ଛତିଶଗଡ଼କୁ ଗଞ୍ଜେଇ ଚାଲଣ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ।

ପ୍ରଥମ ଦୁଇ ଅଭିଯୁକ୍ତଙ୍କଠାରୁ ୧୦୫ କେଜି ୭୦୦ ଗ୍ରାମ ଗଞ୍ଜେଇ, ଗୋଟିଏ ମହିନ୍ଦ୍ରା କମାଣ୍ଡର ଗାଡ଼ି (ଓଡି ୦୮ବି ୭୯୭୭) ଏବଂ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ। ଶେଷ ଅଭିଯୁକ୍ତଠାରୁ ୧୮୭ କେଜି ୩୦୦ ଗ୍ରାମ ଗଞ୍ଜେଇ, ଏକ ମହିନ୍ଦ୍ରା କମାଣ୍ଡର ଗାଡ଼ି (ଓଡି ୦୮ବି ୭୯୭୭) ଏବଂ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ ହୋଇଛି। ଏନେଇ ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button