ଜୀବନଶୈଳୀ

ପାଦରେ ଚାଲି ଚାଲି ଥକି ଯାଇଥିଲେ ଶ୍ରମିକ, ଏହି ଟ୍ରେନି IPS ଅଫିସର କଲେ ଏମିତି କାମ ଯାହାକୁ ଆପଣ ପ୍ରଶଂସା ନକରି ରହି ପାରିବେନି

ଉତ୍ତର ପ୍ରଦେଶ ରାୟବରେଲୀ ଜିଲ୍ଲାରେ ପୋସ୍ଟେଡ ଏକ ଟ୍ରେନୀ ଆଈପୀଏସ ଅଫିସର କରୋନା ସଙ୍କଟ ପାଇଁ ଲାଗୁ କରାଯାଇଥିବା ଲକଡାଉନ ମଧ୍ୟରେ ମାନବତାର ଏକ ଉଦାହରଣ ଦେଇଛନ୍ତି । ସେ ନିଜ ବର୍ଦିର କର୍ତ୍ତବ୍ୟର ପାଳନ କରିଛନ୍ତି । ଏହା ସହିତ ଏକ ମନୁଷ୍ୟର ଦାୟିତ୍ଵ ବି ପାଳନ କରିଛନ୍ତି । କହିବାକୁ ଗଲେ ଲକଡାଉନ ମଧ୍ୟରେ ସବୁଠୁ ଅଧିକ ଯଦି କୌଣସି କଥାରେ ସମସ୍ୟା ଅଛି ତେବେ ତାହା ପ୍ରବାସୀ ଶ୍ରମିକମାନଙ୍କୁ ନେଇ ।

ଶ୍ରମିକମାନେ ଓ ତାଙ୍କର ପରିବାର ନିଜ ନିଜ ଘରକୁ ଫେରିବା ପାଇଁ ହଜାର ହଜାର କିଲୋମିଟର ରାସ୍ତା ଚାଲି ନିଜର ରାଜ୍ୟ ଓ ଗ୍ରାମକୁ ଫେରୁଛନ୍ତି । ଅନ୍ୟ ପଟେ ପ୍ରଶାସନ ପ୍ରବାସୀ ଶ୍ରମିକମାନଙ୍କ ସାହାର୍ଯ୍ୟ କରିବା ପାଇଁ ସମସ୍ତ ସମ୍ଭବ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ମଧ୍ୟରେ କହିବାକୁ ଗଲେ ଉତ୍ତର ପ୍ରଦେଶର ରାୟବେଲି ଜିଲ୍ଲାରେ ପୋସ୍ଟେଡ ଏକ ଟ୍ରେନୀ ଆଈପୀଏସ ଅଫିସର କରୋନା ସଙ୍କଟକୁ ନେଇ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ମାନବତାର ଏକ ଉଦାହରଣ ଦେଇଛନ୍ତି ।

ଆମେ କଥାବାର୍ତ୍ତା କରୁଛୁ ଟ୍ରେନି ଆଇପିଏସ ଅଫିସର ପଲାଶ ବଂଶଲଙ୍କ ବିଷୟରେ । ଏହି ମାମଲା ରାୟବରେଲୀ ଜିଲ୍ଲା ମିଲ ଅଞ୍ଚଳ ଥାନା କ୍ଷେତ୍ରର ପ୍ରଗତି ପୁରମ ପାଖର ଅଟେ । ଯେଉଁଠି ଡର୍ଜନ ଶ୍ରମିକ ରାସ୍ତାରେ ଚାଲି ଚାଲି ବିହାରକୁ ଯାଉଥିଲେ । ତେବେ ସେହି ସମୟରେ ଟ୍ରେନି ପିଏସ ଅଫିସର ସେହି ରାସ୍ତା ଦେଇ ପାସ କରିଲେ । ଏହା ପରେ ଆଇପିଏସ ଅଫିସର ଶ୍ରମିକମାନଙ୍କୁ ଦେଖିବା ମାତ୍ରେ ହିଁ ନିଜର ଗାଡି ଅଟକାଇ ଦେଲେ ଓ ସେ ଗାଡିରୁ ଓଲହାଇ ଶ୍ରମିକମାନଙ୍କ ପାଖକୁ ଯାଇ ତାଙ୍କର ଅବସ୍ଥା ବିଷୟରେ ପଚାରି ବୁଝିଲେ ।

ନିଜ ମଧ୍ୟରେ ଏକ ବଡ ଅଧିକାରୀକୁ ପାଇ ଶ୍ରମିକମାନେ ବି ନିଜର ବ୍ୟଥା ବୟାନ କରିଲେ । ଶ୍ରମିକମାନେ କହିଲେ କି, ‘ଚାଲି ଚାଲି ବହୁତ କ୍ଳାନ୍ତ ହୋଇ ଯାଇଛୁ, ସାର ।‘ ଏହା ପରେ ଆଇପିଏସ ଅଫିସର ସେହି ଶ୍ରମିକମାନଙ୍କ ଦୁଖକୁ ବୁଝି ପାରିଲେ । ପ୍ରଥମେ ସେ ସେମାନଙ୍କ ଖାଇବାର ବନ୍ଦୋବସ୍ତ କରିଥିଲେ । ଏହା ପରେ ସାହାର୍ଯ୍ୟ ପାଇଁ ସେ ରାସ୍ତାରେ ଯାଉଥିବା ଏକ ଟ୍ରକକୁ ଅଟକାଇଲେ ଓ ସବୁ ଶ୍ରମିକମାନଙ୍କୁ ସେହି ଟ୍ରକରେ ବସାଇ ବିହାର ପାଇଁ ତାକୁ ପଠାଇ ଦେଲେ । ଶ୍ରମିକମାନେ ବି ଆଇପିଏସ ଅଫିସରକୁ ଧନ୍ୟବାଦ ଦେଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button