ବିଚାର

ଥରି ଉଠିବ ଆତ୍ମା ! ଟ୍ରେନ ନମ୍ବର ୬୫୩ ସହିତ ଘଟି ଥିବା ଘଟଣା ବିଷୟରେ ଜାଣିଲେ

ଇତିହାସରେ ଏମିତି ବହୁତ ଘଟଣା ଘଟିଛି, କିନ୍ତୁ କେତେକ ଭୟଙ୍କର ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ଆତ୍ମା ଥରି ଯିବ । ଏହି ସମସ୍ତ ଭୟଙ୍କର ଘଟଣା ମଧ୍ୟରେ ଏକ ଘଟଣା ଯାହାକି ୨୨ ଡିସେମ୍ବର ୧୯୬୪ରେ ଘଟିଥିଲା । ଯେତେବେଳେ ଭାରତର ରାମେଶ୍ଵରମ ଦ୍ଵୀପରେ ଏକ କୂଳରେ ଧନୁଷକୋଡିରେ ଭୀଷଣ ଚକ୍ରବାତ ଆସିଥିଲା । କହିବାକୁ ଗଲେ ସବୁଠୁ ଦୁଃଖର କଥା ଏହା ଅଟେ କି ଏହି ଚକ୍ରବାତରେ ଟ୍ରେନ ନମ୍ବର ୬୫୩ ଭାସି ଗଲା । ଯାହା ଦ୍ଵାରା ୧୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଗଲା । ଆସନ୍ତୁ ଏହି ଘଟଣାକୁ ବିସ୍ତାର ରୂପେ ଜାଣିବା ।

ଧନୁଷକୋଡି ଭାରତର ତାମିଲନାଡୁ ରାଜ୍ୟର ପୂର୍ବତଟରେ ଅବସ୍ଥିତ । ସେହି ସମୟରେ ସେହି ଜାଗାର ସୁନ୍ଦରତା ଦେଖିଲେ ଆପଣଙ୍କ ମନ ମୋହିତ ହୋଇଯିବ । କିନ୍ତୁ ପ୍ରକୃତିକୁ ଅନ୍ୟ କିଛି ମଞ୍ଜୁର ଥିଲା । ପ୍ରକୃତି ନିଜର ଅସଲ ରୂପରେ ଆସିଲା ତେବେ ସେହି ସୁନ୍ଦର ପୂର୍ଣ ସ୍ଥାନଟି ନଷ୍ଟ ହୋଇଗଲା । ସେହି ସମୟରେ ପଂବନ ଓ ଧନୁଷକୋଡି ମଧ୍ୟରେ ଏକ ରେଳ ଲାଇନ ଥିଲା । ଯାହାକି ଏହି ଚକ୍ରବାତ କାରଣରୁ ନଷ୍ଟ ହୋଇଗଲା ।

ଏହି ଚକ୍ରବାତ ବିଷୟରେ କୁହାଯାଏ କି ୧୭ ଡିସେମ୍ବର ୧୯୬୪ରେ ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ଯାହାକି ୧୯ ଡିସେମ୍ବରକୁ ଚକ୍ରବାତର ରୂପ ଧାରଣ କରି ନେଲା । ଏହା ପରେ ୨୧  ଡିସେମ୍ବରକୁ ଏହି ଚକ୍ରବାତର ଗତି ଘଣ୍ଟାକୁ ୨୫୦ ରୁ ୩୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପଶ୍ଚିମ ଦିଗକୁ ବଢିବାକୁ ଲାଗିଲା । ୨୨ – ୨୩ ଡିସେମ୍ବରର ମଧ୍ୟ ରାତିରେ ଏହି ଚକ୍ରବାତ ଧନୁଷକୋଡିର ସ୍ଥଳ ଭାଗକୁ ଛୁଇଁଲା ।

ଯାହା ଫଳରେ ସମୁଦ୍ରରେ ୨୪ ଫୁଟ ଉଚ୍ଚର ଜୁଆର ଉଠିବାକୁ ଲାଗିଲା । ସେହି ରାତିରେ ୧୧ : ୫୫ ମିନିଟରେ ଟ୍ରେନ ନମ୍ବର ୬୫୩ ପଂବନ ରେଳ ଷ୍ଟେସନରେ ପହଞ୍ଚିଲା । ସେହି ସମୟରେ କାହାକୁ ଜଣା ନ ଥିଲା କି ୨୨ ଡିସେମ୍ବରର ରାତି ସେମାନଙ୍କ ଜୀବନର ଶେଷ ରାତି ହେବ । ଯେତେବେଳେ ପଂବନରୁ ଷ୍ଟେସନରୁ ଟ୍ରେନଟି ୧୧୫ ଜଣ ଲୋକଙ୍କୁ ନେଇ ଆଗକୁ ବଢିବା ସମୟରେ ରାସ୍ତାରେ ହିଁ ଚକ୍ରବାତ ନିଜର ତାଣ୍ଡବ ଲୀଳା ଆରମ୍ଭ କରି ଦେଲା ।

ଏହାପରେ ଯେତେବେଳେ ଟ୍ରେନଟି ଧନୁଷକୋଡି ଠାରୁ ୨୦୦ କିମ୍ବା ୩୦୦ ୟାର୍ଡ ପଛରେ ଥିଲା ସେହି ସମୟରେ ଟ୍ରେନର ଚାଳକ ଟ୍ରେନକୁ ଚକ୍ରବାତରୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଲା, କିନ୍ତୁ ସେ ଏଥିରେ ସଫଳ ହୋଇ ପାରିଲେ ନାହିଁ । ସେହି ସମୟରେ ସମୁଦ୍ର ଲହରୀ ଟ୍ରେନ ସହିତ ଧକ୍କା ହେଲା ଓ ଟ୍ରେନକୁ ବହୁ ଦୂରକୁ ଭସାଇ ନେଲା । କୁହାଯାଏ କି ସେହି ସମୟରେ ଚକ୍ରବାତର ଗତି ଘଣ୍ଟାକୁ ୨୫୦ ରୁ ୩୫୦ କିଲୋମିଟର ବେଗ ଥିଲା ।

ଏହି ଚକ୍ରବାତର ପ୍ରଭାବରେ ଆସିବା ଦ୍ଵାରା ଟ୍ରେନରେ ଥିବା ସମସ୍ତ ୧୧୫ ଯାତ୍ରୀମାନଙ୍କ ମୃତ୍ୟୁ ହୋଇଗଲା । ଯେତେବେଳେ କି ଏହି ଚକ୍ରବାତ ଦ୍ଵାରା ୧୮୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button