ନୀତି

୪ ଡଲାରରେ କ୍ରୟ, ୧,୯୧,୦୦୦ ଡଲାରରେ ବିକ୍ରି ହେଲା କଳାକୃତି ! – Utkal Mail


ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ହାମ୍ପାସାୟାରରେ ଥିବା ଏକ ଶସ୍ତା ଭଣ୍ଡାରରୁ ମାତ୍ର ୪ ଜଲାରରେ କ୍ରୟ କରାଯାଇଥିବା ଏକ ଚିତ୍ରକଳାଟିକୁ ୧,୯୧,୦୦୦ ଡଲାରରେ ନିଲାମ କରାଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଚିତ୍ରକଳାଟି ପେନ୍‌ସିଲଭାନିଆର ପ୍ରସିଦ୍ଧ ଶିଳ୍ପୀ ଏନ୍‌. ସି. ୱାଇଥ୍‌ଙ୍କର ବହୁ ଦିନରୁ ହଜିଯାଇଥିବା ଏକ କଳାକୃତି ବୋଲି ଜଣାଯାଇଛି। ‘ରାମୋନା’ ନାମକ ଏହି ଚିତ୍ରକଳାଟି ଵାଇଥ୍‌ଙ୍କ ଦ୍ବାରା ଅଙ୍କାଯାଇଥିବା ୪ଟି କୃତି ମଧ୍ୟରୁ ଗୋଟିଏ। ସେଗୁଡ଼ିକ ସେ ହେଲେନ୍‌ ହଣ୍ଟ୍‌ ଜାକ୍‌ସନ୍‌ଙ୍କ ୧୮୮୪ ମସିହାର ପୁସ୍ତକ ରାମୋନାର ୧୯୩୯ ସଂସ୍କରଣ ପାଇଁ ଆଙ୍କିଥିଲେ। ଉକ୍ତ ଚିତ୍ରରେ ଜଣେ ଅନାଥ ଯୁବତୀକୁ ତା’ର ପୋଷ୍ୟ ମାଆ ସହ ସଂଘର୍ଷ କରୁଥିବା କଥା ଦର୍ଶାଯାଇଛି।

ତେବେ ଦୀର୍ଘ ଦିନ ହେଲା ଉକ୍ତ ଚିତ୍ରକଳାଟି କେଉଁଠି ହଜିଯାଇଛି ବୋଲି ୱାଇଥ୍‌ଙ୍କ ପ୍ରଶଂସକମାନେ ଧରିନେଇଥିବା ବେଳେ ତାହାକୁ ନ୍ୟୁ ହାମ୍ପାସାୟାରର ଜଣେ ମହିଳା ରଖିଥିଲେ। ସେ ତାହାକୁ ଏକ ଶସ୍ତା ସାମଗ୍ରୀ ଦୋକାନରୁ ମାତ୍ର ୪ ଡଲାରରେ କିଣି ନିଜ ଘର କାନ୍ଥରେ ଟାଙ୍ଗିଥିଲେ। ତାହା କିପରି ଉକ୍ତ ଦୋକାନରେ ପହଞ୍ଚିଲା, ଏଯାଏ ତାହା ସ୍ପଷ୍ଟ ହୋଇନାହିଁ। ତେବେ ତାହାର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଲା ପରେ ଏକ ସଂଗ୍ରହାଳୟର କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେ ସେହି କଳାକୃତିର ମହତ୍ତ୍ବ ହୃଦୟଙ୍ଗମ କରିଥିଲେ। ଚିତ୍ରକଳାଟି ୱାଇଥ୍‌ଙ୍କର ବୋଲି ନିଶ୍ଚିତ ହେବା ପରେ ତାହାର ନିଲାମ ଡକାଯାଇଥିଲା। ତାହାର ପ୍ରାରମ୍ଭିକ ଡାକରା ମୂଲ୍ୟ ଦେଢ଼ ଲକ୍ଷ ଡଲାର ରଖାଯାଇଥିବା ବେଳେ ଶେଷରେ ତାହା ୧,୯୧,୦୦୦ ଡଲାରରେ ବିକ୍ରି ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button