ଦେଶ ବିଦେଶ

କାନ୍ନାଡାର ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କରିଛନ୍ତି ୩୫ ବର୍ଷୀୟ ପାକିସ୍ତାନୀ ଯୁବକ – Utkal Mail


ନୂଆଦିଳ୍ଳୀ: ଦିନକୁ ଦିନ ସୀମା ପାର୍‌ ପ୍ରେମ କାହାଣୀର ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଦୁଇଟି ଭିନ୍ନ ଦେଶର ଦୁଇ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ଓ ପ୍ରେମ ପାଇଁ ଦେଶ ପାର୍‌ କରିବା ପରି ଅନେକ ମାମଲା ଅତୀତରେ ଦେଖିବାକୁ ମିଳି ସାରିଲାଣି ପାକିସ୍ତାନର ସୀମା ହାଇଦର୍‌ରୁ ନେଇ ଭାରତର ଅଞ୍ଜୁ ହେଉଛନ୍ତି ତାହାର ଜ୍ବଳନ୍ତ ଉଦାହରଣ।

ଏବେ ଏକ ଚକିତ କରିବା ପରି ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏହି କାହାଣୀରେ ପ୍ରେମୀ ଦ୍ବୟ ନିଜ ବୟସକୁ ଖାତିର ନକରି ପରସ୍ପରଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି। ଘଟଣାଟି ହେଉଛି, ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକ ପ୍ରେମରେ ପଡ଼ିଛନ୍ତି ଜଣେ ୭୦ ବର୍ଷୀୟା କାନ୍ନାଡାର ମହିଳାଙ୍କ ସହ। ତେବେ  ସେ ଦୁହେ, ଏବେ ଆଉ କେବଳ ପ୍ରେମୀଯୁଗଳ ହୋଇନାହାନ୍ତି। କାରଣ ଏହି ପାକିସ୍ତାନୀ ଯୁବକ ଓ କନ୍ନଡୀୟ ମହିଳା ପରସ୍ପରଙ୍କୁ ବିବାହ କରି ସାରିଛନ୍ତି।

ଡେଲି ପାକିସ୍ତାନର ରିପୋର୍ଟ ମୁତାବକ, ଏହି ଯୁବକଙ୍କ ନାମ ନଇମ। ଏହି ପତି-ପତ୍ନୀଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନକୁ ନେଇ ଲୋକେ ବିଭିନ୍ନ କଥା ହେଉଛନ୍ତି। କେହି କେହି ବିବାହର କାରଣ ପ୍ରେମ ନୁହେଁ, ଆଉ କିଛି ବୋଲି କେହି କେହି ଚର୍ଚ୍ଚା କରୁଛନ୍ତି।

ନଇମ ସେମାନଙ୍କ ସଂପର୍କକୁ ନେଇ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ୧୦ ବର୍ଷ ତଳୁ ସୋସିଆଲ୍‌ ମିଡିଆ ଜରିଅରେ ବନ୍ଧୁ ବନିଥିଲେ।

ନଇମ୍‌ଙ୍କୁ କେହି କେହି ଗୋଲ୍‌ଡ ଡିଗର୍‌ ବା ଟଙ୍କା ପାଇଁ ବିବାହ କରିଥିବା କହୁଥିବା ବେଳେ ସେ କିନ୍ତୁ କହିଛନ୍ତି ‌ଯେ ତାଙ୍କ ପତ୍ନୀ ଧନୀ ନୁହଁନ୍ତି ଯେ ସେ ଟଙ୍କା ପାଇଁ ବିବାହ କରିଛନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button