ବିଚାର

ପାଠରେ ପିଲାଙ୍କ ମନ ନ ଲାଗିଲେ କଣ କରିବେ ? ଏହା ସହିତ ପଢନ୍ତୁ ଆଜିର 20 ଅନୁଚିନ୍ତା

୧. ପିଲାଙ୍କ ପଢ଼ା ଘରେ ଶୁଦ୍ଧ ଘିଅ ଦୀପ ଲଗାଇଲେ ଏବଂ ସରସ୍ଵତୀ ଯନ୍ତ୍ର ରଖିଲେ ପିଲାଙ୍କ ପାଠପଢା ରେ ମନ ଲାଗିଥାଏ ଏବଂ ବୁଦ୍ଧି ହୋଇଥାଏ।୨. ଯଦି ପିଲାଙ୍କ ମନ ପାଠରେ ଲାଗୁ ନଥାଏ ତେବେ ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିବା ଦ୍ବାରା ପାଠ ରେ ମନ ଲାଗିଥାଏ। ୩. ବାଦାମ, ମିଶ୍ରି ଓ ମଧୁରୀ କୁ ଗୁଣ୍ଡ କରି ରାତିରେ ଶୋଇବା ପୂର୍ବରୁ ୨ଚାମଚ ଉଷୁମ ପାଣିରେ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।

୪. ଘରର ଛାତ ଉପରେ ଦକ୍ଷିଣ ପୂର୍ବ ଦିଗରେ କୋଣରେ ପକ୍ଷୀ ମାନଙ୍କ ନିମନ୍ତେ ପିଇବା ପାଣି ରଖିଲେ ଘରର ଆୟ ବୃଦ୍ଧି ହୋଇଥାଏ। ୫. ସକାଳୁ ଉଠି ଗଣେଶ ଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢାଇଲେ ମନୋସ୍କାମନା ପୂର୍ଣ ହୋଇଥାଏ।

୬. ମଙ୍ଗଳବାର ଦିନ ଗାଈକୁ ମସୁରୀ ଡାଲି ସହିତ ଗୁଡ଼ ମିଶାଇ ଖାଇବାକୁ ଦେଲେ ସମସ୍ତ ମନୋସ୍କାମନା ପୂର୍ଣ ହୋଇଥାଏ।

୭. ଯଦି କନ୍ୟା ର ବିବାହ ହୋଇପାରୁ ନାହିଁ ତେବେ ହଳଦୀଆ କପଡ଼ା ରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖି ଦିଅନ୍ତୁ।

୮. ଯଦି ପୁତ୍ର ଏବଂ କନ୍ୟାର ବିବାହ ହୋଇପାରୁ ନଥାଏ ତେବେ ତେର ଦିନ ପର୍ଯ୍ୟନ୍ତ ଆଶ୍ୱସ୍ତ ଗଛ ମୂଳରେ ପାଣି ଦିଅନ୍ତୁ ଶୁଭ ହେବ।

୯. ଯଦି ବିବାହ ପାଇଁ ପୁତ୍ର ଓ କନ୍ୟା ରାଜି ହେଉ ନାହାନ୍ତି ତେବେ ତାଙ୍କ ଶୋଇବା ଘରେ ଉତ୍ତର ପଟେ କ୍ରୀଷ୍ଟାଲ ବଲ କାଚ ପ୍ଲେଟ ରେ ରଖି ଦିଅନ୍ତୁ।

୧୦. ଯଦି ପୁତ୍ର କିମ୍ବା କନ୍ୟା ଙ୍କ ଜାତକ ରେ ମଙ୍ଗଳ ଦୋଷ ରହିଛି ତେବେ ମଙ୍ଗଳବାର ବ୍ରତ କରିଲେ ଦୋଷ ଦୁର ହୋଇଥାଏ।

୧୧. ଗର୍ଭାବସ୍ଥାରେ ଚାଉଳ ରେ ହଳଦୀ ମିଶାଇ ଘରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୁର ହୋଇଥାଏ।

୧୨. ଯଦି ଆପଣଙ୍କ କୌଣସି କାମ ହୋଇପାରୁ ନଥାଏ ତେବେ ଗାଈ କାନରେ କହି ଦିଅନ୍ତୁ। ନିଶ୍ଚିତ ଆପଣଙ୍କ କାମ ପୂର୍ଣ୍ଣ ହେବ।

୧୩. ଯଦି କୌଣସି ଶୁଭ କାମରେ ଯାଉଛନ୍ତି ତେବେ ଗୋଟିଏ ଲେମ୍ୱୁ ରେ ୪ଟି ଲବଙ୍ଗ ପୋତି ନେବା ଦ୍ବାରା ଶୁଭ ହୋଇଥାଏ।

୧୪. ସପ୍ତାହକୁ ଥରେ ମିଶ୍ରି ଯୁକ୍ତ କ୍ଷୀରି ଖାଇବା ଦ୍ବାରା ମାତା ଲଷ୍ମୀ ପ୍ରସନ୍ନ ହୁଅନ୍ତି।

୧୫. ଟିକେ ଲୁଣ ନେଇ ମୁଣ୍ଡ ଚାରିପଟେ ବୁଲାଇ ଦେଲେ ଅଶୁଭ ଶକ୍ତି କଟିଯାଏ।

୧୬. ପ୍ରତ୍ୟେକ ଦିନ ପାଣିରେ ଲୁଣ ମିଶାଇ ପୋଛିବା ଦ୍ଵାରା ଘରେ ପରିବର୍ତ୍ତନ ହୋଇଥାଏ ଏବଂ ସୌଭାଗ୍ୟ ସୃଷ୍ଟି ହୋଇଥାଏ।

୧୭. କେବେବି କାହାକୁ ସିଧା ହାତରେ ଲୁଣ ଦିଅନ୍ତୁ ନାହିଁ। ଏହାଦ୍ବାରା ଝଗଡ଼ା ଲାଗିବାର ସମ୍ଭାବନା ରହିଥାଏ।

୧୮. ଉଷୁମ କ୍ଷୀରରେ ଏକ ଚମଚ ହଳଦୀ ମିଶାଇ ପିଇଲେ ଛିଙ୍କ ଓ କାଶ ଦୁର ହୋଇଥାଏ।

୧୯. ଯେଉଁ ବ୍ୟକ୍ତି ର ମୁହଁର ବାମ ପାର୍ଶ୍ୱ ରେ କଳାଯାଇ ଥାଏ। ଅତ୍ୟନ୍ତ ଶୁଭ ଅଟେ। ସେହି ବ୍ୟକ୍ତି ଜୀଵନ ସାରା ସୁଖ ଶାନ୍ତି ଭୋଗ କରିଥାଏ।

୨୦. ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ପକାଇ ଗୋଡ଼ ହାତ ଧୋଇଲେ ଭଲ ନିଦ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button