କ୍ରାଇମ

ବିଦେଶିନୀଙ୍କୁ ଅଶ୍ଳୀଳ ଭାବେ ଆଲିଙ୍ଗନ କରି ଚୁମ୍ବନ ଦେବା ରେ‌ସ୍ତୋରାଁ ମାଲିକଙ୍କୁ ମହଙ୍ଗା ପଡ଼ିଲା – Utkal Mail


ନୂଆଦିଲ୍ଲୀ: ପାକିସ୍ତାନର ଏକ ପ୍ରସିଦ୍ଧ ରେ‌ସ୍ତୋରାଁ ମାଲିକଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଜଣେ ବିଦେଶୀ ମହିଳା ଗ୍ରାହକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଉକ୍ତ ବିଦେଶୀ ମହିଳା ଜଣକ ଅଭିଯୋଗ କରି କହିଥିଲେ କି, ‘ରେସ୍ତୋରାଁ ମାଲିକଙ୍କ ତାଙ୍କୁ ଆଲିଙ୍ଗନ କରିବା ସହିତ ଜୋର‌ଜବରଦସ୍ତି ଚୁମ୍ବନ ଦେଇଥିଲେ।’

ଏହି ଘଟଣାର ଏକ ଫଟୋ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଫଟୋ ଭାଇରାଲ ହେବା ସହିତ ବିଦେଶୀ ପର୍ଯ୍ୟଟକଙ୍କ ଅଭିଯୋଗ କ୍ରମେ ‘ନିସାର ଚର୍ସି ଟିକ୍କା ଶିଶା ମହଲ’ର ମାଲିକ ନିସାରଙ୍କୁ ପୁଲିସ ଗିରଫ କରିଛି। ଏଥିସହ ତାଙ୍କ ବିରୋଧରେ ପାକିସ୍ତାନ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ କରିଛି ପୁଲିସ।

ମିଳିଥିବା ସୂଚନା ଅନୁଯାୟୀ, ରେସ୍ତୋରାଁ ବ‌ାହାରେ ଜଣେ ବିଦେଶୀ ମହିଳା ପର୍ଯ୍ୟଟକ ଅନ୍ୟ ପର୍ଯ୍ୟଟକ ଏବଂ ଗ୍ରାହକଙ୍କ ସହ ଛିଡା ହୋଇଥିଲେ। ଏହି ସମୟରେ ରୋସ୍ତ‌ୋରାଁ ମାଲିକ ନିସାର ବିଦେଶୀ ମହିଳା ପର୍ଯ୍ୟଟକଙ୍କ ବିନା ଅନୁମତିରେ ତାଙ୍କୁ ଅଶ୍ଳୀଳ ଭାବେ ଆଲିଙ୍ଗନ କରିବା ସହିତ ଜୋରଜବରଦସ୍ତି ଗାଲରେ ଚୁମ୍ବନ ଦେଇଥିଲେ। ଏହି ସମୟରେ କେହି ଜଣେ ରେ‌ସ୍ତୋରାଁ ମାଲିକ ନିସାରଙ୍କ ଏଭଳି କାର୍ଯ୍ୟର ଚିତ୍ରକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ୍ କରି ଦେଇଥିଲେ। ଏହାପରେ ଏହି ଲଜ୍ଜାକର ଘଟଣାର ଫଟୋ ଭାଇରାଲ ହୋଇଯାଇଥିଲା।

ନିସାରଙ୍କ ପ୍ରସିଦ୍ଧ ରେସ୍ତୋରାଁରେ ପ୍ରତିଦିନ ଗ୍ରାହକ ମାଂସ ଏବଂ ଚିକେନ୍‌ ଖାଇବାକୁ ଭିଡ଼ ଲଗାଇ ଥାଆନ୍ତି। ତେବେ ରେ‌ସ୍ତୋରାଁ ମାଲିକ ନିସାରଙ୍କ ଏଭଳି କାର୍ଯ୍ୟକଳାପକୁ ଦେଖି ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଗ୍ରାହକଙ୍କ ସହିତ ରେସ୍ତୋରାଁ ମାଲିକଙ୍କୁ ଏଭଳି କରିବାର ନଥିଲା। ଏହି ଘଟଣା ପରେ ଅନେକ ଗ୍ରାହକ ଉକ୍ତ ରୋସ୍ତାରାଁ ଯିବାକୁ ଏଣିକି ପସନ୍ଦ କରିବେ ନାହିଁ।’




Related Articles

Leave a Reply

Your email address will not be published. Required fields are marked *

Back to top button