କ୍ରାଇମ

ସ୍ତ୍ରୀ ପ୍ରେମିକ ସହ ଫେରାର ହେବା ଶୁଣି ପୁଲିସ ଗାଡ଼ିରୁ ଡେଇଁ ପଡ଼ିଲା କଏଦୀ ସ୍ବାମୀ – Utkal Mail


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମରୋହାରେ ଜଣେ କଏଦୀ ପୁଲିସ ଗାଡ଼ିରୁ ଡେଇଁ ଫେରାର ହୋଇଯାଇଥିଲା। ଫେରାର ହେବାର ୨୪ଘଣ୍ଟା ମଧ୍ୟରେ ପୁଲିସ ତାକୁ କାବୁ କରି ନେଇଥିଲା। ତେବେ ପୁଲିସ ହାତରେ ଧରାପଡ଼ିବା ‌ପରେ କଏଦୀ ଠାରୁ ଫେରାର ହେବାର କାରଣ ଶୁଣି ପୁଲିସ ବାବୁମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣାଟି ହେଉଛି ଏପରି, ୱାଜିଦ ଅଲି ନାମକ କଏଦୀକୁ ମୁରାଦାବାଦ ଜେଲରୁ ପୁଲିସ ଭ୍ୟାନରେ ଅମରୋହା ନିଆଯାଉଥିଲା। ଏହି ସମୟରେ କଏଦୀ ଚଳନ୍ତା ଭ୍ୟାନରୁ ଡେଇଁ ଫେରାର ହୋଇଯାଇଥିଲା। ଏହି ଘଟଣାରେ ତିନିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ ବି କରାଯାଇଥିଲା। ଏହାପରେ ପୁଲିସ ଛାନଭିନ କରି ୱାଜିଦ ଅଲିକୁ ଧରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ପୁଣିଥରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାର ଉପରକୁ ଗୁଳି କରିଥିଲା। ଗୁଳି ୱାଜିଦର ଗୋଡରେ ବାଜିବାରୁ ସେ ରାସ୍ତାରେ ପଡ଼ି ଯାଇଥିଲା। ଆଉ ପୁଲିସ ତାକୁ ତୁରନ୍ତ ଗିରଫ କରିଥିଲା।

ଗିରଫ ପରେ ୱାଜିଦ ପୁଲିସ ନିକଟରେ କହିଥିଲା କି, ‘ମୁଁ ଜେଲରେ ଥିବା ସମୟରେ ମୋ ରିଜୱାନ ନାମକ ଜଣେ ବ୍ୟକ୍ତି ସହ ବନ୍ଧୁତା ହୋଇଥିଲା। ମୋତେ ଯେତେବେଳେ ସ୍ତ୍ରୀ ଭେଟିବାକୁ ଆସେ ମୁଁ ତାକୁ ରିଜୱାନ ସହିତ ଚିହ୍ନା କରାଇଥିଲି। ମୁଁ ଦେଖିଲି ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାକୁ ଲାଗିଥିଲା। ପ୍ରାୟତଃ ସ୍ତ୍ରୀ ଜେଲରେ ମୋତେ ଦେଖା କରିବାକୁ ଆସି ଅଧିକ ସମୟ ରିଜୱାନ ସହିତ କଥାବାର୍ତ୍ତା କରି ଚାଲି ଯାଇଥାଏ।

ଏହାରି ଭିତରେ ମୋ ପୂର୍ବରୁ ରିଜୱାନକୁ ଜାମିନ ମିଳି ଯାଇଥିଲା। ଜେଲରୁ ସେ ବାହାରିବା ପରେ ‌ମୋ ସ୍ତ୍ରୀ ତାର ସହିତ ଫେରାର ହୋଇଯାଇଥିଲା। ମୁଁ ଏ ବିଷୟ‌ରେ ଖବର ପାଇବା ପରେ ବି ଜେଲରେ ଥିବାରୁ କିଛି କରି ପାରି ନଥିଲି। ତେଣୁ ମୋତେ ହାଜର ପାଇଁ କୋର୍ଟ ନିଆଯାଉଥିବା ବେଳେ ମୁଁ ପୁଲିସ ଭ୍ୟାନରୁ ଡେଇଁ ଫେରାର ହୋଇ ସ୍ତ୍ରୀକୁ ଖୋଜୁଥିଲି। ସ୍ତ୍ରୀର ଏଭଳି ପଦକ୍ଷେପ ମୋତେ ବହୁତ କଷ୍ଟ ଦେଇଛି। ପୂର୍ବରୁ ମୁଁ ଜେଲରୁ କେବେ ବାହାରିବି ସେ ଅପେକ୍ଷାରେ ଥିଲି। ଏବେ କିନ୍ତୁ ମୁଁ ଜେଲରୁ ଆଉ ବ‌ାହାରିବାକୁ ଚାହୁଁ ନାହିଁ। ଏଠାରେ ହିଁ ସାର ଜୀବନ କାଟିଦେବାକୁ ମୋର ଇଚ୍ଛା ହେଉଛି।’




Related Articles

Leave a Reply

Your email address will not be published. Required fields are marked *

Back to top button