ନୀତି

ମହାଶିବ ରାତ୍ରିରେ ଘଟିଲା ଚମତ୍କାର, ମନ୍ଦିର ପ୍ରାଙ୍ଗଣ ରେ ଖେଳିଲା ନାଗ

ଆଜି ମାର୍ଚ ୧୧ ତାରିଖରେ ସବୁ ହିନ୍ଦୁ ଧର୍ମର ଲୋକମାନେ ପାଳିବାକୁ ଯାଉଛନ୍ତି ଶିବରାତ୍ରି । ଏହି ଦିନ ସବୁ ଭକ୍ତ ମାନେ ସକାଳୁ ନିଜର ନିତ୍ୟ କ୍ରମ ସାରି ଶିବ ମନ୍ଦିରରେ ପୂଜା କରିବାକୁ ଯାଇଥାଆନ୍ତି । କାହିଁକି ନା ଏହି ଶିବ ରାତ୍ରିରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ଭକ୍ତଙ୍କର ମନସ୍କାମନା ପୁରୁଣା ହୋଇଥାଏ  । ମହାଶିବ ରାତ୍ରିରେ ସବୁ ଶ୍ରଦ୍ଧାଳୁ ମାନେ ଭଗବାନ ଶିବଙ୍କର ପୂଜା ପାଇଁ ପ୍ରସ୍ତୁତି କରିବା ବେଳେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ ।

ଶିବ ରାତ୍ରିର ପୂର୍ବ ଦିନରେ ମନ୍ଦିର ପ୍ରାଙ୍ଗଣରେ ନାଗ ସାପ ଖେଳିବାର ଦେଖିବାକୁ ମିଳିଛି । ଭକ୍ତମାନେ ଏହି ଦୃଶ୍ୟକୁ ଭାବ ବିଭୋଳ ହୋଇ ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ଲାଗିଥିଲେ । ଶିବ ରାତ୍ରିରେ ସବୁ ଶୈବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଯମୁଥିବା ବେଳେ ଆଜି ସମସ୍ତଙ୍କୁ ଚକିତ କଲାଭଳି ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକର ଚଉଦୁଆରର ଗନ୍ଧର୍ବ ନାଥ ଶିବ ମନ୍ଦିରରେ ।

ଏହି ଘଟଣା ବିଷୟରେ ସେତେବେଳେ ଜଣା ପଡ଼ିଲା ଯେତେବେଳେ କିଛି ଭକ୍ତ ଗତକାଲି ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ନାଗ ସାପ ଖେଳୁଥିବାର ଦେଖିବାକୁ ପାଇଥିଲେ ।

ଘଟଣାରୁ ଜଣା ପଡିଛି ଯେ କାଲି ରାତି ପାଖା ପାଖି ରାତି ୯ ଟାରେ ଗନ୍ଧର୍ବ ନାଥ ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ଦେଖିବାକୁ ମନ୍ଦିରର ଆଖ ପାଖର ଲୋକ ମାନେ ମଧ୍ୟ ଭିଡ ଜମାଇ ଥିଲେ ।  ଏହି ବିରଳ ଦୃଶ୍ୟକୁ ଭକ୍ତ ମାନେ ନିଜ ନିଜ ମୋବାଇଲରେ ସୁ-ଟ-କ-ରି ସୋସିଆଲ ମିଡିଆରେ ଛାଡିଥିଲେ । ଏହି ମନ୍ଦିର ପୂଜକଙ୍କର କହିବା ମୁତାବକ ମହା ଶିବ ରାତ୍ରି ପୂର୍ବରୁ ଏହା ଏକ ବିରଳ ଦୃଶ୍ୟ ଅଟେ ଓ ଏହା ଏକ ସତ ଘଟଣା ଅଟେ ।

ମନ୍ଦିରର ପୂଜକ ଏହି ପରି ଦୃଶ୍ୟ ଆଗରୁ କେବେ ବି ଦେଖିନଥିଲେ । ମନ୍ଦିର ପ୍ରାଙ୍ଗଣରେ ନାଗ ସାପ ଖେଳିବା ଏକ ଦୁର୍ଲଭ ଦୃଶ୍ୟ ଅଟେ । ମନ୍ଦିର ପୂଜକ କହିଛନ୍ତି ମନ୍ଦିରକୁ ଭଲ ଭାବରେ ସଫା ସାଫି କରି ଧୁଆ ହେଉଥିବେଳେ ଏହି ଦୃଶ୍ୟ ଦେଖିବା ଏକ ଭଗବାନ ଶିବଙ୍କର ଆମ ଶିବ ଭକ୍ତଙ୍କ ପ୍ରତି ଏକ ଆଶୀର୍ବାଦ ସ୍ୱରୂପ ଯେ ଭଗବାନ ଶିବ ଏହି ନାଗ ସାପ ରୂପରେ ଆମକୁ ଦେଖା ଦେଇଛନ୍ତି ।

ଏହା ଏକ ଶୁଭ ସୂଚନା କି ମହା ଶିବ ରାତ୍ରି ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ନାଗ ସାପ ଖେଳିବା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button