ଓଡିଶା
୭ ଫୁଟିଆ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ସ୍ନେକ ହେଲ୍ପ ଲାଇନ

ବାଲିଗୁଡା : ୭ ଫୁଟର ସାପ ଉଦ୍ଧାର । ବାଲିଗୁଡା ଫରେଷ୍ଟ କଲୋନୀରୁ ୭ ଫୁଟିଆ ସାପ ଉଦ୍ଧାର ହୋଉଛି । ଏନେଇ ବନ ବିଭାଗର ସ୍ନେକ ହେଲ୍ପ ଲାଇନର ସାହାଯ୍ୟରେ ସାପଟିକୁ ଉଦ୍ଧାର କରାଯାଇଛି । ପ୍ରଥମେ ବାଲିଗୁଡା ପୁର୍ତ୍ତ ବିଭାଗର ସରକାରୀ ଯନ୍ତ୍ରୀଙ୍କ କ୍ୱାଟରେ ସାପଟି ପଶି ଯାଇଥିଲା । ଏହାର କିଛି ସମୟ ପରେ ସାପଟି ବାହାରି ରାସ୍ତା କଡରେ ରହିଥିଲା ।
ସ୍ନେକ ହେଲ୍ପ ଲାଇନ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ସାପଟିକୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ସାପଟିକୁ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଛଡା ଯାଇଛି ।