ଓଡିଶା
ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ, ବୀମା ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ବିନିକା : ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ଚାଷୀଙ୍କ ୧୨ ଘଣ୍ଟିଆ ରାସ୍ତା ଅବରୋଧ । ବୀମା ଓ କ୍ଷତି ପୂରଣ ଦାବିରେ ଚାଷୀ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲାର ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ।
ଗତ କିଛିଦିନ ତଳେ ଲଘୁଚାପ ପାଇଁ ଅଦିନିଆ ବର୍ଷାରେ ଚାଷୀର ସୁନାର ଫସଲ ଉଜୁଡ଼ି ଯାଇଛି । ଅମଳକୁ ଅଳ୍ପ ଦିନ ବାକି ଥିବା ବେଳେ କାଳ ସାଜିଲା ଅଦିନିଆ ବର୍ଷା । ବର୍ଷା ଫଳରେ ଚାଷୀ ଅମଳ କରି ସାରିଥିବା ଧାନ ଭିଜି ଯାଇଥିବା ବେଳେ କ୍ଷେତରେ ଥିବା ଧାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ କ୍ଷତିଗ୍ରସ୍ତ ଧାନକୁ କୌଣସି ମିଲ ନେବାକୁ ନାରାଜ ଓ କୌଣସି ବିମା କମ୍ପାନୀ ମଧ୍ୟ କ୍ଷେତ୍ର ପରିଦର୍ଶନ କରି ଆସୁ ନ ଥିବାରୁ ଆଜି ରାମପୁର କୃଷକ ସଂଗଠନ ତରଫରୁ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।