ଦେଶ ବିଦେଶ

କର୍ଣ୍ଣାଟକରେ ରହିବେ ୬ ଉପ-ମୁଖ୍ୟମନ୍ତ୍ରୀ ! କଂଗ୍ରେସ ବିଧାୟକଙ୍କ ବଡ଼ ଦାବି – Utkal Mail


ବେଙ୍ଗାଲୁରୁ : କର୍ଣ୍ଣାଟକର କଂଗ୍ରେସ ବିଧାୟକ ବାସବରାଜ ରାୟରେଡ୍ଡୀ  ଶନିବାର ଏକ ବଡ଼ ଦାବି କରିଛନ୍ତି। ରାଜ୍ୟରେ ଆଉ ୫ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବା ନେଇ ଆଲୋଚନା ଚାଲିଛି। ଏହାକୁ ଅନେକ ନେତା ସମର୍ଥନ କରିଛନ୍ତି ବୋଲି ସେ ଦାବି କରିଛନ୍ତି ।

ସିଦ୍ଧରମୈୟା ସରକାରରେ ଆଉ ୫ ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ପ୍ରସ୍ତାବକୁ ଗୃହମନ୍ତ୍ରୀ ଜି ପରମେଶ୍ୱର ଏବଂ ଏମବି ପାଟିଲଙ୍କ ସମେତ ଅନେକ ନେତା ସମର୍ଥନ କରିଛନ୍ତି ବୋଲି ରାୟରେଡ୍ଡୀ କହିଛନ୍ତି। ଗଣମାଧ୍ଯମକୁ ସେ କହିଛନ୍ତି, ଅତି କମରେ ଆଉ ୫ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ଚାଲିଛି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ।

ବସବରାଜ ରାଇରେଡ୍ଡୀ କହିଛନ୍ତି ଯେ ରାଜ୍ୟରେ ଉତ୍ତମ ପ୍ରଶାସନ ପାଇଁ ଆଉ କିଛି ଉପମୁଖ୍ୟମନ୍ତ୍ରୀ  କରିବା ପାଇଁ ସମବାୟ ମନ୍ତ୍ରୀ କେଏନ୍ ରାଜନ୍ନା ଦେଇଥିବା ବୟାନକୁ ସମର୍ଥନ କରୁଛନ୍ତି । ତେବେ ଏବେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ହାଇକମାଣ୍ଡ ନେବେ।  ଏବେ ଡି.କେ. ଶିବକୁମାର ଏବେ କର୍ଣ୍ଣାଟକ ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ଏଭଳି ସ୍ଥିତିରେ ଯଦି ଆଉ ୫ ଜଣ ଉପମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ରାଜ୍ୟରେ ସମୁଦାୟ ୬ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ।

ନିକଟରେ ରାଜନ୍ନା ମଧ୍ୟ ଆଉ ତିନି ଜଣ ଡେପୁଟି ସିଏମ୍ ନିଯୁକ୍ତି ପାଇଁ ଦାବି କରିଥିଲେ। ଲୋକସଭା ନିର୍ବାଚନ ପାଖେଇ ଆସୁଛି, ଆମେ ଦେଖୁଛୁ ଏବଂ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆମେ ଚାହୁଁଛୁ ଯେ ଉପମୁଖ୍ୟମନ୍ତ୍ରୀ ପଦ ଏସସି/ଏସଟିଙ୍କୁ ଦିଆଯାଉ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗୋଟିଏ ପଦ ଏବଂ ବୀରଶୈବ ସମ୍ପ୍ରଦାୟର ନେତାଙ୍କୁ ଗୋଟିଏ ପଦ ଦିଆଯାଉ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button