ଦେଶ ବିଦେଶ

ଏଥର ନୂଆ: ଭର୍ଟିକାଲ୍‌ ଭିଡିଓରେ ସିଧାପ୍ରସାରଣ – Utkal Mail


ନୂଆଦିଲ୍ଲୀ: କ୍ରୀଡ଼ା ଜଗତରେ ପ୍ରଥମ ଥର ପାଇଁ ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ବକପ୍‌ରେ ଭର୍ଟିକାଲ୍‌ ଭିଡିଓ ମାଧ୍ୟମରେ ଦର୍ଶକମାନେ ମ୍ୟାଚ୍‌ ଉପଭୋଗ କରିପାରିବେ। ପ୍ରସାରଣକାରୀ ସଂସ୍ଥା ଡିଜ୍‌ନି ଷ୍ଟାର୍‌ ସହାୟତାରେ ଆଇସିସି ଟିଭି ଏହି ଭର୍ଟିକାଲ୍‌ ଭିଡିଓ ପ୍ରସାରଣ କରିବ। ଏହାଦ୍ବାରା ଦର୍ଶକମାନେ ମ୍ୟାଚ୍‌ ଦେଖିବାର ଏକ ନୂଆ ଅଭିଜ୍ଞତା ପାଇବେ ବୋଲି ଆଇସିସି ପକ୍ଷରୁ ନିଜ ୱେବସାଇଟ୍‌ରେ ପ୍ରକାଶ କରାଯାଇଛି। ମୋବାଇଲ୍‌ରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରିଲ୍ସ ଉପଭୋଗ କରିବା ଭଳି ମ୍ୟାଚ୍‌ ଦେଖିବାର ଅଭିଜ୍ଞତା ପ୍ରଥମ ଥର ମିଳିବ।

ଏଥି ସହିତ ଭିଡିଓରେ ସ୍ପ୍ଲିଟ୍‌ ସ୍କ୍ରିନ୍‌ ସୁବିଧା ମଧ୍ୟ ମିଳିବ। ସ୍ପ୍ଲିଟ୍‌ ସ୍କ୍ରିନ୍‌ ମାଧ୍ୟମରେ ମୋବାଇଲ୍‌ ବ୍ୟବହାରକାରୀ ଗୋଟିଏ ସମୟରେ ଦୁଇଟି ୱିଣ୍ଡୋ ବ୍ୟବହାର କରିପାରିବେ। ଏହି ଭର୍ଟିକାଲ୍‌ ଭିଡିଓ ଅଭିଜ୍ଞତା ପାଇଁ ପ୍ରସାରଣକାରୀ ସଂସ୍ଥା ସ୍ବତନ୍ତ୍ର କ୍ୟାମେରା ମଧ୍ୟ ଲଗାଇବ। ଏଥିସହିତ ବଲ୍‌ ଟ୍ରାକିଂ, ଖେଳାଳି ଟ୍ରାକିଂ, ଫିଲ୍ଡ ପ୍ଲଟ୍‌, ମ୍ୟାଚ୍‌ ଗ୍ରାଫିକ୍ସ ଇତ୍ୟାଦିକୁ ଭର୍ଟିକାଲ୍‌ ୱି‌ଣ୍ଡୋ ମାଧ୍ୟମରେ ଦେଖିହେବ ବୋଲି ଆଇସିସି ପକ୍ଷରୁ ଦର୍ଶାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button